AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚୀନ୍ ମହାକାଶଯାନ, ଅନୁସନ୍ଧାନ ପାଇଁ ପୃଥିବୀପୃଷ୍ଠକୁ ଆଣିବ ମାଟି ଓ ପଥର

2/12/2020 at 12:39 PM

ବେଜିଂ ୨।୧୨: ଚୀନ୍ ର ମାନବବିହୀନ ମହାକାଶଯାନ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଚୀନ୍ ର ସରକାରୀ ମିଡିଆ ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଛି । ଚୀନ୍ ନ୍ୟାସନାଲ ସ୍ପେଶ ଆଡମିନିଷ୍ଟ୍ରେସନକୁ ଉଦ୍ଧୃତ କରି ସିନହୁଆ କହିଛି ଯେ, ଚାଙ୍ଗ୍ ଇ-୫ ମହାକାଶଯାନ ଚନ୍ଦ୍ରର ନିକଟ ପାର୍ଶ୍ବରେ ଅବତରଣ କରିଛି।

ଚୀନ୍ ସେନାର ସ୍ପେଶ ପ୍ରୋଗ୍ରାମରେ ଅରବ ଡଲାର ଖର୍ଚ୍ଚ କରିଛି ଏବଂ ୨୦୨୨ ପର୍ଯ୍ୟନ୍ତ ମନୁଷ୍ୟକୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଲକ୍ଷ୍ୟ ରଖିଛି । ଏହି ମିଶନର ଉଦ୍ଦେଶ୍ୟ ଚନ୍ଦ୍ର ପୃଷ୍ଠରୁ ମାଟି କିମ୍ବା ପଥରର ସାମ୍ପଲ ଆଣିବା । ଫଳରେ ବୈଜ୍ଞାନିକ ଚନ୍ଦ୍ରର ଉତ୍ପତି, ଗଠନ ଏବଂ ଆଗ୍ନେୟଗିରିର ଗତିବିଧି ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବେ ।

ଯଦି ଚୀନ୍ ର ମହାକାଶଯାନ ଏହା କରିବାରେ ସଫଳ ହୁଏ ତେବେ ଚୀନ୍ ତୃତୀୟ ଦେଶ ହେବ ଯିଏକି ଚନ୍ଦ୍ରପୃଷ୍ଠରୁ ସାମ୍ପଲ ଆଣିପାରିବ । ଏହା ପୂର୍ବରୁ ୧୯୬୦ରେ ଆମେରିକା ଏବଂ ୧୯୭୦ରେ ସୋଭିଏତ ୟୁନିୟନ ଏହା କରିବାରେ ସଫଳ ହୋଇଛି । ଚାଇନିଜ୍ ମହାକାଶଯାନ ଏମିତି ଅଞ୍ଚଳରୁ ୨ କିଲୋଗ୍ରାମ ସାମଗ୍ରୀ ଆଣିପାରିବ, ଯେଉଁଠାରେ ପୂର୍ବରୁ ଅନୁସନ୍ଧାନ କରାଯାଇନାହିଁ । ଏହାକୁ ଓସିଅନ ଅଫ୍ ଷ୍ଟ୍ରାମ୍ସ ମଧ୍ୟ କୁହାଯାଇଥାଏ ।

ଏହା ଗୋଟିଏ ଲୁନାର ଦିନରେ ସାମଗ୍ରୀ ସଂଗ୍ରହ କରିବ, ଯାହା ପୃଥିବୀରେ ୧୪ ଦିନ ସହିତ ସମାନ । ଏହାପରେ ମାଟି ଏବଂ ପଥରଗୁଡିକୁ କ୍ୟାପସୁଲ ମାଧ୍ୟମରେ ପୃଥିବୀକୁ ପଠାଯିବ । ଯାହା ଡିସେମ୍ବରରେ ଚୀନ୍ ର ଆଭ୍ୟନ୍ତରୀଣ ମୋଙ୍ଗୋଲିଆରେ ଅବତରଣ କରିବ ।

   Related Posts