scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନରେ ଅବସ୍ଥା ସାଂଘାତିକ, ଜିନପିଙ୍ଗ୍ ସରକାରଙ୍କୁ କୋଭିଡ୍ ଡରରେ ଘାରିଲା ଅଲିମ୍ପିକ ଚିନ୍ତା, ୧୩ ନିୟୁତ ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ

22/12/2021 at 8:17 PM

ଜିଆନ ସିଟି ୨୨।୧୨:  ଚୀନ୍‌କୁ ପୁଣି ଫେରିଛି କୋଭିଡ କଟକଣା। କୋଭିଡ-୧୯ କାଳରେ ଜାରି କଟକଣାରୁ ବି ଏଥର କଟକଣାକୁ ବଳେଇ ଯାଇଛି ନୂଆ ଲକଡାଉନ। ନିତ୍ୟାନ୍ତ ଆବଶ୍ୟକତାରେ ସପ୍ରମାଣେ ପରିବାରର ଜଣେ ସଦସ୍ୟ କେବଳ ବାହାରକୁ ଯାଇ ପାରିବେ ବୋଲି କଟକଣା ଜାରି ହୋଇଛି। ଦେଶରେ କୋଭିଡ କାରଣରୁ ଏପର୍ଯ୍ୟନ୍ତ ଜାରି କୌଣସି କଟକଣାଠାରୁ ଏହା ସବୁଠୁ କଠୋର ବୋଲି ଏବେ କୁହାଯାଉଛି। ବିଶ୍ୱର କୌଣସି ଦେଶର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ଏପରି କଟକଣା ଲାଗୁ ହୋଇ ନାହିଁ ବୋଲି କୁହାଯାଇଛି।

ଦେଶରେ କରୋନା ବ୍ୟାପୁଥିବାରୁ ନିୟୁତ ନିୟୁତ ଲୋକେ ଏବେ ନିଜ ଘରେ ଗୃହବନ୍ଦୀ ହୋଇଯାଇଛନ୍ତି। ଆଗାମୀ ଫେବୃଆରୀରେ ଚୀନ୍‌ ୱିଣ୍ଟର ଅଲିମ୍ପିକ ଆୟୋଜନ କରିବାକୁ ଯାଉଛି। ଏଥିରେ ସରକାର ଜିରୋ କୋଭିଡ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଏପରି କଠୋର କଟକଣା ଜାରି ହୋଇଥିବା କୁହାଯାଉଛି। ଫଳରେ ବ୍ୟବସାୟ ବାଣିଜ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଲୋକେ ରୋଜଗାର ହରେଇ ଘରେ ଉପାସ ଭୋକରେ ରହିବାକୁ ବାଧ୍ୟ ହୋଇଛନ୍ତି।

ବୁଧବାର ଜିଆନ ସିଟିରେ ୫୨ଟି ନୂଆ କୋଭିଡ ମାମଲା ଚିହ୍ନଟ ହେବା ପରେ ଅଥରିଟି କଡାକଟକଣା ଲଗାଇ ଦେଇଛନ୍ତି। ଫଳରେ ସହରର ଲକ୍ଷ ଲକ୍ଷ ଲୋକେ ଘରେ ବନ୍ଦୀ ହୋଇଯାଇଛନ୍ତି। ଉତ୍ତର ଚୀନ୍‌ର ଏହି ସହରରେ ୧୪୩ରୁ ଅଧିକ ଆକ୍ଟିଭ କୋଭିଡ-୧୯ ମାମଲା  ଥିବା ଜଣାପଡିଛି। ଦେଶକୁ ଓମିକ୍ରନ ଭାରିଏଣ୍ଟ ମଧ୍ୟ ପହଞ୍ଚିସାରିଲାଣି। ଏଣୁ ଚାଇନା ନ୍ୟାସନାଲ ହେଲଥ କମିଶନ (ଏନଏଚସି) ଅଧିକାରୀ ଲି ଝେଙ୍ଗଲଙ୍ଗ ଓମିକ୍ରନ ମାମଲା ଚିହ୍ନଟ ହୋଇଥିବାରୁ କଟକଣାରେ ସାମାନ୍ୟତମ କୋହଳ କରାଯିବ ନାହିଁ ବୋଲି କହିଛନ୍ତି।

ଦେଶରେ ବୁଧବାର ନୂଆ କୋଭିଡ କଟକଣା ଜାରି କରାଯାଇଥିବା ବେଳେ ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ନିତ୍ୟାନ୍ତ ଆବଶ୍ୟକତାରେ ଘରୁ କେବଳ ଜଣେ ବ୍ୟକ୍ତି ବାହାରକୁ ଯାଇପାରିବେ ବୋଲି କୁହାଯାଇଛି। ସେହିପରି ସହରାଞ୍ଚଳରେ ଅନ୍ୟ କୋଭିଡ ଗାଇଡଲାଇନ ମଧ୍ୟ ଲାଗୁ ହୋଇଛି। ଚୀନ୍‌ରେ ଏବେ କରୋନାର ଡେଲ୍ଟା ଭାରିଏଣ୍ଟ ପ୍ରକୋପ କରୁଛି। ଏଥିରେ ସ୍ଥାନୀୟ କୋଭିଡ-୧୯ ମଧ୍ୟ ପ୍ରସରୁଛି। ଏଣୁ ସାରା ଦେଶରେ ଲକ୍ଷଲକ୍ଷ ଲୋକେ ଘରେ ବନ୍ଦୀ ହୋଇଯାଇଛନ୍ତି।

କର୍ତ୍ତୃପକ୍ଷ ଏହା ପୂର୍ବରୁ ଝେଜିଆଙ୍ଗ ପ୍ରୋଭିନ୍ସରେ ସଂକ୍ରମଣ ବ୍ୟାପିବାରୁ କ୍ୱାରେଣ୍ଟାଇନ ଘୋଷଣା କରିଥିଲେ। ଦେଶର ଝେଜିଆଙ୍କ ଏକ ପ୍ରମୁଖ ରପ୍ତାନୀ ହବ । ଏଥିରେ ସରକାରଙ୍କ କଡା କଟକଣା ୭୦ ହଜାରରୁ ଅଧିକ ଲୋକଙ୍କୁ ଆଇସୋଲେଟ କରିଦେଇଥିଲା। ଫଳରେ ସହରର ବେପାର ବଣିଜ ଠପ ହୋଇଯାଇଥିବା ବେଳେ ଏବେ ସହରରେ କୋଭିଡ-୧୯ର ୨୦୦ଟି ଆକ୍ଟିଭ କେସ୍‌ ଥିବା ଜଣାପଡିଛି।

୩୧ ଡିସେମ୍ବର ୨୦୧୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କୁ ପ୍ରଥମ ଥର କରୋନା ଭାଇରସ ମହାମାରୀ ସମ୍ପର୍କରେ ଚୀନ୍‌ ସୂଚିତ କରିଥିଲା। ସେତେବେଳ ସୁଧା ଦେଶରେ ୪ ହଜାର ୬୩୬ଟି କୋଭିଡ ମୃତ୍ୟୁ ହୋଇଥିବା ନେଇ ଡବ୍ଲୁଏଚଓଙ୍କୁ  ଅଧିକାରୀକ ଭାବେ ସୂଚିତ କରାଯାଇଥିଲା। ତେବେ ଆଗକୁ ଚୀନ୍‌ ୱିଣ୍ଟର ଅଲିମ୍ପିକ ଆୟୋଜନ କରୁଥିବା ବେଳେ ସରକାର ଏବେ ଜିରୋ କୋଭିଡ ନୀତିରେ ଆଗକୁ ବଢୁଥିବାରୁ ଏଥିରେ ସାମାନ୍ୟତମ କୋହଳ କରିବାକୁ ଚାହୁଁ ନାହାନ୍ତି। ଏଣୁ ଦେଶରେ ସବୁବଡ ଲକଡାଉନ ଜାରି ହୋଇଥିବା ଜଣାପଡିଛି।

   Related Posts