ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଯୁଦ୍ଧ ବିମାନରୁ ହଜାରେ ରାଉଣ୍ଡ ଫାୟାରିଂ ପରେ ବି ଫାଟି ନଥିଲା ରିସର୍ଚ୍ଚ ବେଲୁନ୍, ୨୫ବର୍ଷ ତଳେ କାନାଡାରେ ଘଟିଥିଲା ଆମେରିକା ଭଳି ଘଟଣା

7/02/2023 at 1:24 PM

ନୂଆଦିଲ୍ଲୀ: ଆମେରିକାର ମୁଣ୍ଡ ବନ୍ଧାର କାରଣ ପଲଟିଥିବା ଚୀନ୍ ଗୁଇନ୍ଦା ବେଲୁନକୁ ଗୁଳି ଖସାଇ ଦିଆଯାଇଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ F-୨୨ ଫାଇଟର୍ ଜେଟରେ ବେଲୁନ୍‌କୁ ନଷ୍ଟ କରାଯାଇଛି । ଶନିବାର ଦିନ ଲାଟିନ୍ ଆମେରିକା ଆକାଶରେ ଏକ ସନ୍ଦିଗ୍ଧ ବେଲୁନ୍ ଉଡୁଥିବାର ଦେଖିବାକୁ ଲୋକେ ପାଇଥିଲେ । ଦିନକ ପରେ ପେଣ୍ଟାଗନ ଏହାକୁ ଖୁଲାସା କରିଥିଲେ । ଚୀନ୍‌ର ଗୁଇନ୍ଦା ବେଲୁନ୍ ସଂଯୁକ୍ତ ରାଷ୍ଟ୍ର ଆମେରିକା ବାୟୁକ୍ଷେତ୍ର ମୋଣ୍ଟାନା ସହର ଉପରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆମେରିକାରେ ଆରମ୍ଭ ହୋଇଥିଲା କୂଟନୈତିକ ପ୍ରଦର୍ଶନ। ଆମେରିକାର ଏହି ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ଆଣବିକ କେନ୍ଦ୍ର ରହିଥିବାରୁ ଏହାକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।  ପରେ ଏହି ସ୍ପାଏ ବେଲୁନ୍‌କୁ ନଷ୍ଟ କରିବା ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ, F-୨୨ ଯୁଦ୍ଧ ବିମାନ ସାହାଯ୍ୟରେ ମାରି ଖସାଇ ଦେଇଥିଲା ।

ଆମେରିକା ମିଡିଆ ରିପୋର୍ଟ ଅନୁଯାଯୀ, ଗୁଇନ୍ଦା ବେଲୁନର ଧ୍ବଂସାବଶେଷ ଜନବସତି ଅଞ୍ଚଳରେ ପଡ଼ିବା ଭୟରେ ଏହାକୁ ପ୍ରଥମେ ନଷ୍ଟ ନକରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ କହିଥିଲେ। ଓ୍ବିଲିୟମ କିମଙ୍କୁ ମତ ଅନୁଯାୟୀ, ସ୍ପାଏ ବେଲୁନକୁ ନଷ୍ଟ କରିବା ଓ୍ବାଂଶିଟନ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଏଥିରେ ହିଲିୟମ ବ୍ୟବହାର ହୋଇଥିବାରୁ ଏହା ବାୟୁ ସଂସ୍ପର୍ଶରେ ଆସିଲେ ନିଆଁ ଲାଗିଯାଇଥାଏ । ଏଭଳି ଏକ ଦୁର୍ଘଟଣା ପୂର୍ବରୁ ମଧ୍ୟ ଘଟିଛି । ୧୯୩୭ରେ ହାଇଡ୍ରୋଜେନ୍ ଗ୍ୟାସ୍ ମାତ୍ର ୯୦ ସେକେଣ୍ଡ ମଧ୍ୟରେ ଜିଳିଯାଇଥିଲା ।   

ଏହା ପୂର୍ବରୁ ୧୯୮୮ରେ ଅଗଷ୍ଟ ମାସରେ ଏକ ସନ୍ଦିଗ୍ଧ ବେଲୁନ୍‌କୁ ଯୁଦ୍ଧ ବିମାନରେ ମାରି ଖସାଇବା ସମ୍ଭବ ହୋଇନଥିଲା । କାନାଡ଼ା ବାୟୁକ୍ଷେତ୍ର ଏହି ରିସର୍ଜ ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନଷ୍ଟ କରିବାକୁ କାନାଡିଆନ୍ ବାୟୁସେନାର C-୧୮ ଦୁଇଟି ଯୁଦ୍ଧ ବିମାନକୁ ନିୟୋଜିତ କରାଯାଇଥିଲା।  ମାତ୍ର ଏହାକୁ ଟାର୍ଗେଟ୍ କରିବା ସମ୍ଭବ ହୋଇନଥିଲା। ହଜାରେରୁ ଅଧିକ ଥର ଫାୟାରିଂ କରିବା ପରେ ବେଲୁନ୍ ଫାଟି ନଥିଲା । ବାୟୁ ସଂସ୍ପର୍ଶରେ ଆସି ଖରାପ ହୋଇ ଆଟାଲଣ୍ଟିକ୍ ମହାସାଗରର ବରଫୀୟ କ୍ଷେତ୍ରରେ ପଡିବା ପରେ ଏଥିରୁ ଧୀରେ ଧୀରେ ହିଲିୟମ ବାହାର କରାଯାଇ ନଷ୍ଟ କରାଯାଇଥିଲା।

୧୯୯୮ଘଟଣାର ବିପରୀତ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳିଛି । ଚୀନର ଗୁଇନ୍ଦା ବେଲୁନକୁ ଓ୍ବାଂଶିଟନ ଫାଇଟର ଜେଟ୍ F-୨୨ ଓ F-୧୫ ଜେଟ୍ ଦ୍ବାରା ମିସାଇଲ୍ ମାଡ଼ ଖସାଇ ଦେଇଛି ।  

   Related Posts