‘ରିସଲଭ ତିବ୍ବତ ଆକ୍ଟ’ରେ ସ୍ୱାକ୍ଷର କଲେ ଜୋ ବାଇଡେନ, ଏବେ କ’ଣ କରିବ ଚୀନ୍?

Published By : Prameya-News7 Bureau | July 13, 2024 IST

ୱାସିଂଟନ ୧୩।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ‘ରିସଲଭ ତିବ୍ବତ ଆକ୍ଟ’ରେ ସ୍ୱାକ୍ଷାର କରିଦେଇଛନ୍ତି। ତିବ୍ବତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ଏହି ଆଇନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମାସକ ପୂର୍ବରୁ ଜୁନ ୧୨ ତାରିଖ ଦିନ ‘ରିସଲଭ ତିବ୍ବତ ଆକ୍ଟ’ ବିଲ ଆମେରିକୀୟ ସଂସଦର ଉଭୟ ସଦନ (ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ ଓ ସିନେଟ)ରେ ଗୃହୀତ ହୋଇଥିଲା। ତେବେ ଚୀନ ଏହି ଆଇନକୁ ନେଇ ଆମେରିକାକୁ ଚେତାବନୀ ଦେଇଥିଲା ଓ ରାଷ୍ଟ୍ରପତିଙ୍କୁ ଏଥିରେ ସ୍ୱାକ୍ଷର କରିବାକୁ ମନା କରିଥିଲା। 

ତେବେ ଚୀନ୍‌ର ସବୁ ଆପତ୍ତି ଓ ଅଭିଯୋଗକୁ ଏଡାଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଇନରେ ସ୍ୱାକ୍ଷର କରିଛନ୍ତି। ‘ରିସଲଭ ତିବ୍ବତ ଆକ୍ଟ’ରେ କୁହାଯାଇଛି ଯେ ବିନା କୌଣସି ସର୍ତ୍ତରେ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଉପାୟରେ ତିବ୍ବତ ବିବାଦର ସମାଧାନ କରାଯିବା ଦରକାର। ଆଇନରେ ତିବ୍ବତୀୟ ଲୋକଙ୍କ ଲାଗି ଅଲଗା ଭାଷା, ଧର୍ମ ଓ ଐତିହାସିକ ପରିଚୟକୁ ପରିଭାଷିତ କରାଯାଇଛି। ଏଥିରେ କୁହାଯାଇଛି ଯେ ଚୀନ୍‌ର ନୀତିଗୁଡିକ ତିବ୍ବତର ଲୋକଙ୍କୁ ସେମାନଙ୍କ ଜୀବନ ଶୈଳୀ ସଂରକ୍ଷଣ କ୍ଷମତାକୁ ଦବାଇବାକୁ ଉଦ୍ୟମ କରୁଛି। 

ଏହି ଆଇନରେ ତିବ୍ବତକୁ ନେଇ ଚୀନ୍‌ କରୁଥିବା ମିଥ୍ୟା ଦାବିର ମୁକାବିଲା କରିବାକୁ ଉଦ୍ୟମ କରାଯାଇଛି ଓ ଚୀନ୍‌କୁ ତିବ୍ବତ ଇତିହାସ ସମ୍ପର୍କରେ ଭ୍ରମାତ୍ମକ ପ୍ରଚାର ବନ୍ଦ କରିବାକୁ ଏହି ଆଇନରେ ଦାବି କରାଯାଇଛି। ଏହା ଛଡା ଆଇନରେ ତିବ୍ବତକୁ ନେଇ ଚୀନ୍‌ର ଭ୍ରମାତ୍ମକ ଦାବିର ମୁକାବିଲା ନିମନ୍ତେ ଆମେରିକା ବିଦେଶ ବିଭାଗକୁ ମଧ୍ୟ କ୍ଷମତା ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.