ଧାମରାରେ 'କରୋନା' ଭୟ : ବନ୍ଦରରେ ଲାଗିଛି ଦୁଇଟି ଚୀନ୍ ଜାହାଜ

Published By : Prameya-News7 Bureau | February 20, 2020 IST

ଭଦ୍ରକ ୨୦।୨: ଧାମରା ବନ୍ଦରରେ ଲାଗିଲା ଦୁଇଟି ଚୀନ୍ ଜାହାଜ । କୋରନା ଭାଇରସକୁ ନେଇ ସବୁଆଡେ ଆତଙ୍କର ବାତ୍ତାବରଣ ଥିବାବେଳେ ଧାମରାରେ ଚୀନ୍ ଜାହାଜ ଲାଗିବାକୁ ନେଇ ଭୟ ଦେଖିବାକୁ ମିଳିଛି । ଚୀନ୍ ହଂକଂର ଦୁଇଟି ଜାହାଜ ବାଂଲାଦେଶର ଚିତଗଙ୍ଗରେ ଅଟକିଥିଲା ।

ଗତକାଲି ଏହି ଦୁଇଟି ଜାହାଜ ଭଦ୍ରକ ଜିଲ୍ଲାର ଧାମରା ବନ୍ଦରଠାରେ ଆସି ପହଞ୍ଚିଛି । ଖାଲି ଆସିଥିବା ଏହି ଦୁଇଟି ଜାହାଜ ଧାମରା ବନ୍ଦରରୁ ଆଇରନ୍ ବେଲ୍ଟ ଓ ଲୁହାପଥର ନେଇଯିବ ବୋଲି ସୂଚନା ମିଳିଛି । ଦୁଇଟି ଜାହାଜରେ ୪୪ଜଣ ଚୀନ୍‌ର କର୍ମଚାରୀ ଅଛନ୍ତି ।

ତେବେ ବନ୍ଦର କର୍ତ୍ତୃପକ୍ଷ ସେମାନେ ପହଁଚିବା ମାତ୍ରେ ଜାହାଜ ମଧ୍ୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ କେହି କୋରନା ଭାଇରସରେ ଆକ୍ରାନ୍ତ ହୋଇ ନ ଥିବା ବନ୍ଦର କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ଅନ୍ୟପଟେ ଦୁଇଟି ଜାହାଜ ବାଂଲାଦେଶରୁ ଆସିଛି କିନ୍ତୁ ଜାହାଜଟି ଚୀନ ହଂକଂର ବୋଲି ଜଣାପଡିଛି । ଜାହାଜରେ ଥିବା କର୍ମଚାରୀମାନେ ଚୀନର ବୋଲି ସୂଚନା ମିଳିଛି ।

ପ୍ରଥମେ ବନ୍ଦର କର୍ମଚାରୀମାନେ ଏହା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ କହିଛି ଯେ, ଭୟଭୀତ ହେବାର କୌଣସି କାରଣ ନାହିଁ । ଇମିଗ୍ରେସନ ନ ଥିବାରୁ ଜାହାଜରେ ଥିବା କ୍ର୍ୟୁ ମେମ୍ବରଙ୍କୁ ତଳକୁ ଆସିବାକୁ ଅନୁମତି ଦିଆଯିବନାହିଁ ବୋଲି ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.