ଦୁନିଆ ପାଇଁ ବୋଝ ପାଲଟିଛି ଚୀନର କରୋନା ଭାକ୍ସିନ, ପ୍ରଭାବଶୂନ୍ୟ ହେଉଛି ଡ୍ରାଗନ୍ ଟିକା
8/12/2022 at 9:46 PM

ନୂଆଦିଲ୍ଲୀ, ୮/୧୨: କୋଭିଡ୍ ସଂକ୍ରମଣରୁ ବର୍ତ୍ତିବା ଟିକାକୁ ଗୁରତ୍ବ ଦିଆଯାଇଥିଲା। ବିଭିନ୍ନ ଦେଶର ଟିକା ପ୍ରସ୍ତୁତ କରିବା ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାରେ ସହାୟକ ହୋଇଥିଲା। କିନ୍ତୁ ଚୀନର କରୋନା ଭାକ୍ସିନ ସହ କିଛି ଅଲଗା ଘଟଣା ଦେଖିବାକୁ ମିଳିଛି। କାରଣ ଚୀନର ଭାକ୍ସିନ କେବଳ ଚୀନ୍ ହିଁ ନୁହେଁ ବରଂ ଅନେକ ଦେଶ ପାଇଁ ବୋଝ ପାଲଟିଛି।
ଚୀନର କରୋନା ଭାକ୍ସିନ କୋଭିଡ ବିରୋଧରେ ପ୍ରଭାବିତ ହେଉନଥିବା ଜଣାପଡ଼ିଛି। କୋଭିଡ୍-୧୯ ପ୍ରଭାବ ଦୁନିଆରେ ବ୍ୟାପିଥିବାବେଳେ ଡ୍ରାଗନ୍ ନିଜ ଦ୍ବାରା ନିର୍ମିତ ଭାକ୍ସିନ ସିନୋଭାକ୍ (Senovac) କୁ ଉତ୍ସାହିତ କରିଥିଲା। ଏବେ ଚୀନର ହିଁ ସିନୋଭାକ୍ ଭାକ୍ସିନ ପ୍ରଭାବଶୂନ୍ୟ ପ୍ରମାଣିତ ହୋଇଛି। କରୋନା ଭାଇରସ ବିରୋଧରେ ଚୀନ୍ ଭାକ୍ସିନ୍ ବିଫଳ ହେବା ଲୋକଙ୍କ ପାଇଁ ସମସ୍ୟା ଉତ୍ପନ୍ନ ହୋଇପାରେ।
ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସିନେଭାକ୍ ଭଳି ଚୀନ୍ ଟିକା ମୃତ୍ୟୁ ବିରୋଧରେ କେବଳ ୬୧% ଏବଂ ହସ୍ପିଟାଲରେ କେବଳ ୫୫ % ପର୍ଯ୍ୟନ୍ତ ପ୍ରଭାବୀ ଦେଖାଯାଇଛି। ଯେତେବେଳେକି ମଡେର୍ଣ୍ଣା ଏବଂ ଫାଇଜର ଭଳି ଟିକା ୯୦ ପ୍ରତିଶତ ସୁରକ୍ଷା ପ୍ରଦାନ କରୁଛନ୍ତି।
ତେବେ ଏହି ରିସର୍ଚ୍ଚ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଚିନ୍ତାର କାରଣ ଉତ୍ପନ୍ନ ସୃଷ୍ଟ କରିଛି। ଏହାର ପରିଣାମସ୍ବରୂପ ଲୋକମାନେ ଚୀନର ଟିକାକୁ ବଡ଼ ଆକାରରେ ଅଗ୍ରାହ୍ୟ କରାଯାଇଛି। ଫଳରେ ଚୀନ୍ ଅଧିକାରୀ ବଡ଼ ଜନସଂଖ୍ୟାର ଟିକାକରଣ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ତୁର୍କୀ, ଇଣ୍ଡୋନେସିଆ, ଥାଇଲାଣ୍ଡ, ବ୍ରାଜିଲ୍ ମଧ୍ୟ ଚୀନ୍ ଟିକାକୁ ଅଗ୍ରାହ୍ୟ କରିଛନ୍ତି।
ରିପୋର୍ଟ ଅନୁଯାୟୀ ଚୀନ ଭାକ୍ସିନ୍ ଡାଟାରେ ପରିବର୍ତ୍ତନ କରିଥିଲା ଯେମିତି ଅନ୍ୟ ଦେଶ ମାନେ ଚୀନ୍ ଟିକା କିଣିବେ। କିନ୍ତୁ ମୃତ୍ୟୁ ରୋକିବାରେ ଚୀନ ଟିକା ବିଫଳ ହେବାପରେ ଚୀନର ଏହି ଚାଲ୍ ସାମ୍ନାକୁ ଆସିଥିଲା।