ଅନ୍ତରୀକ୍ଷକୁ ତିନି ମହାକାଶଚାରୀଙ୍କୁ ପଠାଇଲା ଚୀନ: ଚଳିତ ବର୍ଷ ଶେଷ ସୁଦ୍ଧା ସ୍ପେସ ଷ୍ଟେସନ ନିର୍ମାଣ ସାରିବାକୁ ଲକ୍ଷ୍ୟ

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଳୀ, ୩୦/୧୧: ଆମେରିକା ସହ କଡ଼ା ପ୍ରତିଯୋଗିତା ମଧ୍ୟରେ ମଙ୍ଗଳବାର ଚୀନ୍ ତିନି ମହକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇଛି। ଅନ୍ତରୀକ୍ଷରେ ନିର୍ମାଣଧୀନ ଚୀନର ସ୍ପେସ୍‌ ଷ୍ଟେସନ ପାଇଁ ତିନି ମହକାଶଚାରୀଙ୍କୁ ପଠାଇଛି। ଏହି ମହାକାଶଚାରୀମାନେ ନିଜ ସହଯୋଗୀଙ୍କ ସହ ମିଶି କାମ କରିବେ ଏବଂ ମହାକାଶ ବିଜ୍ଞାନ ଅନୁସନ୍ଧାନ ଏବଂ ପ୍ରୟୋଗ ଏବଂ ଅନ୍ତରୀକ୍ଷ ଚିକିତ୍ସା କ୍ଷେତ୍ରରେ ୪୦ ରୁ ଅଧିକ ପ୍ରୟୋଗ କରିବେ। ଏହା ଚୀନ ଦ୍ବାରା ନିଜ ଅନ୍ତରୀକ୍ଷ ଷ୍ଟେସନକୁ ପଠାଯାଇଥିବା ତୃତୀୟ ମାନବ ମିଶନ।

ଶେନଝୋଉ-୧୫ ଅନ୍ତରୀକ୍ଷ ଯାନକୁ ଉତ୍ତର-ପଶ୍ଚିମ ଚୀନର ଜିୟୁକାନ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ ପଠାଯାଇଛି। ଏଥିରେ ତିନି ମହାକାଶଚାରୀ- ଫୀ ଜୁନଲଙ୍ଗ୍‌, ଡେଙ୍ଗ୍‌ କିଙ୍ଗ୍‌ମିଙ୍ଗ୍‌ ଏବଂ ଝାଙ୍ଗ୍ ଲୁ ଯାତ୍ରା କରିଛନ୍ତି। ଚୀନ ଅନ୍ତରୀକ୍ଷ ଏଜେନ୍ସୀ(ସିଏମଏସଏ) ଅନୁଯାୟୀ ଫି ଜୁନଲଙ୍ଗ୍‌ ଏହି ମିଶନର କମାଣ୍ଡର । ଏହି ଉତ୍‌କ୍ଷେପଣ ’ଲଙ୍ଗ ମାର୍ଚ୍ଚ-୨ ଏଫ୍’ ରକେଟ ଜରିଆରେ ହୋଇଥିଲା।

ଏହି ଟିମ୍ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ରହିବେ ଏହି ସମୟ ମଧ୍ୟରେ ସ୍ପେସ ଷ୍ଟେସନ କାର୍ଯ୍ୟ ପୂରା ହେବା ନେଇ ଆଶାବାଦୀ ରହିଛି ଚୀନ୍। ଏହା ସହ ପୂର୍ବରୁ ଚୀନର ଘୋଷଣା ଅନୁଯାୟୀ, ସ୍ପେସ ଷ୍ଟେସନ ଚଳିତ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବାନେଇ ଆଶା ରହିଛି।

ନିର୍ମାଣ ପୂରା ହେବା ପରେ ଚୀନ ନିଜର ନିଜର ସ୍ପେସ ଷ୍ଟେସନ ଥବା ଏକମାତ୍ର ଦେଶ ହେବ। କାରଣ ଋଷର ସ୍ପେସ ଷ୍ଟେସନ (ଆଇଏସଏସ) ବିଭିନ୍ନ ଦେଶର ଏକ ସହଯୋଗୀ। ଚୀନ ସ୍ପେସ ଷ୍ଟେସନ (ସିଏସଏସ) ଋଷ ନିର୍ମିତ ଆଇଏସଏସର ଏକ ପ୍ରତିଯୋଗୀ ହେବା ନେଇ ଅନୁମାନ କରାଯାଉଛି।  

ସେପଟେ ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ବର୍ଷରେ ଆଇଏସଏସର ସେବାନିବୃତ ହେବା ପରେ ସିଏସଏସ ପୃଥିବୀ କକ୍ଷରେ ଥିବା ଏକମାତ୍ର ସ୍ପେସ ଷ୍ଟେସନ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.