କୋଭିଡ୍-୧୯ର ଅନ୍ତର୍ଜାତୀୟ ଯାଞ୍ଚ ଦାବିକୁ ନେଇ ବିସ୍ମିତ ଚୀନ୍, କହିଲା କିଛି ହାସଲ ହେବନାହିଁ

Published By : Prameya-News7 Bureau | April 28, 2020 IST

ବେଜିଙ୍ଗ ୨୮/୦୪ : କରୋନା ସଂକ୍ରମଣ ସାରା ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର କରିବାରେ ଲାଗିଛି | ଏହିଭଳି ପରିସ୍ଥିତିରେ ଭାଇରସ ବିସ୍ତାରର ଯାଞ୍ଚ ପାଇଁ ଚୀନକୁ ଦାବି କରାଯାଇଛି | ଅନ୍ତରାଷ୍ଟ୍ରୀୟ ସ୍ଥରରେ କରୋନା ଯାଞ୍ଚ ଚାପ ବଢିବା ପରେ ସୋମବାର ଦିନ ଚୀନ କହିଛି ଯେ, ଏହିଭଳି ଯାଞ୍ଚର କୌଣସି ଆଇନଗତ ନିୟମ ନାହିଁ | ଅତୀତରେ ମଧ୍ୟ ଏହିଭଳି ମହାମାରୀର ଯାଞ୍ଚର କୌଣସି ସଠିକ ଫଳାଫଳ ଆସିନାହିଁ | ଚୀନରୁ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସର ଅନ୍ତରାଷ୍ଟ୍ରୀୟ ଯାଞ୍ଚ ଉପରେ ଚୀନ ପ୍ରତିକ୍ରିୟା ରଖିଛି | ସୂଚନା ଅନୁଯାୟୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ, ଦେଶକୁ କୋଭିଡ୧୯ ଭଳି ମହାମାରୀ ସଙ୍କଟ ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ଅଦ୍ଭୁତାପୂର୍ଣ ପ୍ରତିକୂଳ ପରିସ୍ଥିତି ଏବଂ ଚେତାବନୀ ପାଇଁ ପ୍ରସ୍ତୁତ ରହିବା ଉଚିତ |

ହଂକଂ ସ୍ଥିତ ଦକ୍ଷିଣ ଚାଇନା ମର୍ନିଙ୍ଗ ପୋଷ୍ଟରେ ସୋମବାର ପ୍ରକାଶିତ ହୋଇଥିବା ଏକ ଖବର ଅନୁଯାୟୀ ସିଙ୍କ ଏହି ଚେତାବନୀ, ଚିର ସବୁଠାରୁ ବଡ ଆର୍ଥିକ ସଙ୍କଟ ବେଲ୍ଟ ଆଣ୍ଡ ରୋଡ଼ ଇନିସିଏଟିଭ ଉତ୍ପନ୍ନ ବିପଦ ମଧ୍ୟରେ ଦେଖାଦେଇଛି | ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଛଡା ବ୍ରିଟେନ, ଅଷ୍ଟ୍ରେଲିଆ ଓ ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମର୍କେଲ କୋଭିଡ-୧୯ ବିସ୍ତାର ସମ୍ପର୍କରେ ବେଜିଙ୍ଗ ଠାରୁ ଅଧିକ ପାରଦର୍ଶିତା ଆହ୍ୱାନ କରିଛନ୍ତି |

ଭାଇରସ ବିସ୍ତାରର ଯାଞ୍ଚ ଦାବିରେ ଟ୍ରମ୍ପ କହିଛନ୍ତି ଯେ, ଏହା ପତା କରିବା ନିହାତି ଆବଶ୍ୟକ ଯେ ଏହି ଭାଇରସ ବୁହାନ ଇନଷ୍ଟିଚ୍ୟୁଟ ଅଫ ଵାୟରୋଲୋଜିରୁ ବାହାରିଛି କି | ଭାଇରସ ବିସ୍ତାରକୁ ନେଇ ଅଧିକ ପାଇଁ ଚୀନ ପ୍ରସ୍ତୁତ ହେବ କି ବୋଲି ପ୍ରଶ୍ନ କରିବାରୁ ଚୀନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଗେଙ୍ଗ ସୁଆଙ୍ଗ ଯାଞ୍ଚକୁ ଅଧିକ ମହତ୍ୱ ନ ଦେଇ କହିଥିଲେ ଯେ ଅତୀତରେ ମଧ୍ୟ ଏହିଭଳି ଅନେକ ଭାଇରସ ଦୁନିଆରେ ବ୍ୟାପିଥିଲା ଏବଂ ଏହାର ଯାଞ୍ଚରୁ ସେମିତି ବିଶେଷ କିଛି ଲାଭ ହୋଇନଥିଲା |

ସେ କହିଛନ୍ତି ଯେ, ଭାଇରସ ଉତ୍ପତ୍ତିର ସ୍ରୋତ ବିଜ୍ଞାନ ଏବଂ ଏହାର ଯାଞ୍ଚ ବୈଜ୍ଞାନିକଙ୍କ ଦ୍ୱାରା କରାଯିବ ଉଚିତ | ଏହିଭଳି ଅନୁସନ୍ଧାନ ଓ ନିର୍ଣ୍ଣାୟକ ଉତ୍ତର କେବଳ ମହାମାରୀ ବିଜ୍ଞାନ ଅଧ୍ୟୟନ ଏବଂ ଵାୟରୋଲୋଜି ଅଧ୍ୟୟନ ପାରମ୍ପରିକ ଭାବେ ସ୍ପଷ୍ଟ ହୋଇଥିବା ପ୍ରମାଣ ପ୍ରାପ୍ତ ହେବା ପରେ ହାସଲ କରାଯାଇପାରେ | ଏହା ଏକ ଜଟିଳ ମୁଦ୍ଦା | ଏହିଭଳି ମୁଦ୍ଦାରେ ଅଧିକ ସମୟ ଲାଗିଥାଏ ଏବଂ କିଛି ନିଶ୍ଚିତ ମଧ୍ୟ ହୋଇପାରିନଥାଏ | ମାନବ ଇତିହାସରେ ଏହିଭଳି ଅନେକ ରୋଗ ଓ ସଂକ୍ରମଣ ସମ୍ପର୍କରେ ପତା ଲଗାଇବା ପାଇଁ ଅନେକ ବର୍ଷ ଲାଗିଥାଏ | ଏହିସବୁ ଅନୁସନ୍ଧାନରେ ଅନେକ ପ୍ରଗତି ହୋଇଛି କିନ୍ତୁ କିଛି ନିର୍ଣ୍ଣାୟକ ଜବାବ ମିଳିପାରିନାହିଁ ବୋଲି ଗେଙ୍ଗ ସୁଆଙ୍ଗ କହିଛନ୍ତି  |

ଗେଙ୍ଗ ସୁଆଙ୍ଗ କହିଛନ୍ତି ଯେ, ଏହି ଭାଇରସ କିଭଳି ଉତ୍ପନ୍ନ ହୋଇଛି ଏବଂ ଭବିଷ୍ୟତରେ ମାନବକୁ ହେବାକୁ ଥିବା କ୍ଷତିକୁ ଏହା ରୋକିପାରିବ ନା ନାହିଁ ସେହି ଉଦ୍ଦେଶ୍ୟରେ ଯାଞ୍ଚ ହେବା ଆବଶ୍ୟକ | ଅନ୍ତରାଷ୍ଟ୍ରୀୟ ସମ୍ପ୍ରଦାୟର ଦୃଷ୍ଟି ବର୍ତ୍ତମାନ କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା କରିବା ଉପରେ ରହିବା ଆବଶ୍ୟକ | ଏବେ ସୁଦ୍ଧା ଏହି ଭୟଙ୍କର ମହାମାରୀରେ ୩୦ ଲକ୍ଷରୁ ଅଧିକ ସଂକ୍ରମଣ ହୋଇସାରିଛନ୍ତି ଏବଂ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.