ବଦଳିଲା ଚୀନ୍‌ର ସ୍ଵର! କହିଲା ଭାରତ ସହ ଉତ୍ତମ ସମ୍ପର୍କ ଜରୁରୀ, ବିବାଦ ସମାଧାନ ପାଇଁ ଆହ୍ୱାନ

Published By : Prameya-News7 Bureau | June 12, 2022 IST

ଶିଙ୍ଗାପୁର ୧୨।୬: ବଦଳିଛି ଚୀନ୍‌ର ଶ୍ୱର। ଏଲଏସିରେ ଜାରି ଗତି ରୋଧରେ ଭାରତ ସହ ଭଲ ସମ୍ପର୍କ ଜରୁରୀ ବୋଲି କହିଛି ଚୀନ୍।  ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗ ଭାରତ ଓ ଚୀନ ପଡୋଶୀ, ଏଣୁ ପାରସ୍ପାରିକ ସୁ ସମ୍ପର୍କ କାୟମ ରଖିବା ସେମାନଙ୍କ ଲାଗି ଜରୁରୀ ବୋଲି ରବିବାର କହିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ଶାନ୍ତି ଲାଗି ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ  ମିଳିତ କାର୍ଯ୍ୟ କରୁଛନ୍ତି। ସାଙ୍ଗରୀ-ଲା ଡାୟଲଗକୁ ସମ୍ବୋଧିତ କରି ଚୀନ୍ ପ୍ରତିରକ୍ଷାମନ୍ତ୍ରୀ ଦକ୍ଷିଣ ଚୀନ ସାଗର ସମେତ ସବୁ ଆଞ୍ଚଳିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆହ୍ୱାନ କରିଛନ୍ତି।

{"id":641228,"width":839,"height":628,"sizeSlug":"full","linkDestination":"none"}

ଭାରତ ସହିତ ଏଲଏସି ସଂଘର୍ଷ ସମ୍ପର୍କରେ ସୂଚିତ କରି ୱେଇ ଫେଙ୍ଗ କହିଛନ୍ତି ଯେ ଭାରତ ସହିତ ଆମେ ୧୫ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା କରିସାରିଲୁଣି। ସମ୍ପୃକ୍ତ କ୍ଷେତ୍ରରେ ଶାନ୍ତି ସ୍ଥାପନା ଲାଗି ଆମେ ମିଳିତ କାମ କରୁଛୁ। ଆମେରିକୀୟ ଥିଙ୍କ ଟ୍ୟାଙ୍କ ବ୍ରୁକିଙ୍ଗସ୍ ଇନିଷ୍ଟେଚ୍ୟୁସନରେ ‘ ଦି ଇଣ୍ଡିଆ ପ୍ରୋଜେକ୍ଟସ’ ନିର୍ଦ୍ଦେଶକ ଡା. ତନ୍ୱୀ ମଦାନଙ୍କ ପ୍ରଶ୍ନର ଜବାବରେ ସେ ଏହା କହିଛନ୍ତି।

{"id":641229,"width":840,"height":540,"sizeSlug":"full","linkDestination":"none"}

ତେବେ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ଉପରେ  ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଆମେରିକା ପ୍ରଶାନ୍ତ-ଏସିଆ କ୍ଷେତ୍ରର ଦେଶଙ୍କୁ ବେଜିଂ ବିପକ୍ଷରେ କରିବା ପାଇଁ ଚୀନ୍ ସମର୍ଥନକୁ ହାଇଜ୍ୟାକ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ତେବେ ଚୀନ ସଶସ୍ତ୍ର ବଳଙ୍କ କ୍ଷମତା ଓ ସଂକଳ୍ପକୁ କେହି କମ୍ ଆଙ୍କିବା ଉଚିତ ନୁହେଁ ବୋଲି ସେ ସତର୍କ କରାଇ ଦେଇଛନ୍ତି। ସେହିପରି ଚୀନ୍‌କୁ ବିପଦ ଓ ଶତ୍ରୁ ମନେ କରିବା ଐତିହାସିକ ଓ ରଣନୈତିକ ଭୁଲ ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ଚୀନ୍‌ ଓ ଆମେରିକାଙ୍କ ସ୍ଥିର ସମ୍ପର୍କ ଉଭୟ ଦେଶ ସମେତ ବାକି ବିଶ୍ୱ ଲାଗି ହିତକର ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.