ପୃଥିବୀକୁ ମୁହାଁଇଛି ଚୀନ୍‌ ରକେଟ୍, ବିପଦ ନେଇ ସତର୍କ କଲେ ବୈଜ୍ଞାନିକ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ ୪।୧୧: ଚୀନ ମହାକାଶ କେନ୍ଦ୍ର ତିୟାଂଗୋଗ୍ ଲାଗି ଅନ୍ତିମ ଲ୍ୟାବ ମଡ୍ୟୁଲ ନେଇଯାଇଥିବା ରକେଟ୍‌ ଅନିୟନ୍ତ୍ରିତ ହୋଇଛି।  ଏହା ଏବେ ପୃଥିବୀକୁ ଫେରୁଛି। ଏହି ରକେଟ୍ ଉପରେ ଚୀନ୍‌ର ଏବେ କୌଣସି ନିୟନ୍ତ୍ରଣ ମଧ୍ୟ ନାହିଁ। ଏଣୁ ଏହା ପୃଥିବୀର କେଉଁଠି ଖସିବ ସେ ନେଇ ନିଶ୍ଚିତ କିଛି କୁହାଯାଇ ପାରୁନଥିବା ବେଳେ ଏଥିଲାଗି ବୈଜ୍ଞାନିକ ସତର୍କ କରାଇଛନ୍ତି।

{"id":704553,"sizeSlug":"full","linkDestination":"none"}

କୁହାଯାଉଛି ନଭେମ୍ବର ୫ ତାରିଖ ଦିନ ରକେଟ୍ ବାୟୁମଣ୍ଡଳକୁ ପ୍ରବେଶ କରିବ। ଏହା ବାୟୁଣ୍ଡଳରେ ଧ୍ୱଂସ୍ତ ହୋଇଯିବ ବୋଲି ଆକଳନ କରାଯାଉଥିଲେ ହେଁ ଏହାର ଅବଶେଷ ପୃଥିବୀ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି। ରକେଟଟି ପ୍ରାୟ ୨୩ ଟନ ଓଜନର ହୋଇଥିବା ବେଳେ ଏହାର ଉଚ୍ଚତା ପ୍ରାୟ ୧୦ ମହଲା ହେବ। ଏହା ପୂର୍ବରୁରୁ ମଧ୍ୟ ଚୀନ୍‌ର ଏକ ରକେଟ୍‌ ଏହିପରି ପୃଥିବୀକୁ ଫେରିଥିଲା। କୁହାଯାଉଛି ଲଙ୍ଗ ମାର୍ଚ୍ଚ ୫-ବି ରକେଟର ଧ୍ୱଂସାବଶେଷ ମାଲେସିଆର କେଉଁଠାରେ ଖସିଥିଲା।

{"id":704554,"sizeSlug":"full","linkDestination":"none"}

ହେଲେ ଏଥର ଫେରୁଥିବା ମେଗସନ ୨୩ ଟନ ଓଜନର ହୋଇଥିବା ବେଳେ ଏହାର ଗୋଲେଇ ୧୩.୮ ଫୁଟ ଓ ଉଚ୍ଚତା ୫୮.୭ ଫୁଟ। ଏଣୁ ରକେଟ୍‌ କେଉଁଠି ଖସିବ ଏହାକୁ ନେଇ ବିଶ୍ୱରେ ଭଳେଣି ପଡିଛି। ମେଗସନକୁ ହୈନାନର ଭେନଚାଙ୍ଗ ଉପଗ୍ରହ ପ୍ରକ୍ଷେପଣ କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଅନ୍ତରୀକ୍ଷକୁ ପ୍ରକ୍ଷେପଣ କରାଯାଇଥିଲା। ଏହା ୧୩ ଘଣ୍ଟାରେ ମହାକାଶ କେନ୍ଦ୍ରରେ ପହଞ୍ଚିଯିବ ବୋଲି ଆକଳନ କରାଯାଉଥିଲା। ଏହାକୁ ଲଙ୍ଗମାର୍ଚ୍ଚ ୫-ବି ମହାକାଶକୁ ନେଇ ଯାଇଥିଲା। ହେଲେ ଏହା ବିଫଳ ହୋଇଥିବା ବେଳେ ଏବେ ପୃଥିବୀ ଲାଗି ବିପଦ  ପାଲଟିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.