ଚୀନରେ ଦିନକରେ ଚିହ୍ନଟ ହେଲେ ୩୭ ମିଲିୟନ କୋଭିଡ୍ ପଜିଟିଭ୍: ରିପୋର୍ଟରୁ ଖୁଲାସା, ହେଲେ ତଥ୍ୟ ଲୁଚାଉଛି ଡ୍ରାଗନ

Published By : Prameya-News7 Bureau | December 23, 2022 IST

ବେଜିଂ: ଚୀନରେ ବର୍ତ୍ତମାନ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି। ହେଲେ ବେଜିଂ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଦେଶରେ କରୋନା ସମ୍ପର୍କିତ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। ଚୀନରେ ଚଳିତ ସପ୍ତାହରେ ଦିନକରେ ୩୭ ମିଲିୟନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି। ଦିନକରେ ଚିହ୍ନଟ ହେଉଥିବା ସଂକ୍ରମଣ ସଂଖ୍ୟାଠାରୁ ଏହା ସର୍ବାଧିକ ବୋଲି ରିପୋର୍ଟରେ କୁହାଯାଇଛି। ଚୀନ ସରକାରୀ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ଠାରୁ ଖବର ନେଇ ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ।   

ରିପୋର୍ଟରେ ଆକଳନ କରାଯାଇଛି ଯେ ଡିସେମ୍ବର ମାସର ପ୍ରଥମ ୨୦ ଦିନରେ ଚୀନରେ ୨୪୮ ମିଲିୟନ ଲୋକେ ପଜିଟିଭ୍ ହୋଇଥାଇପାରନ୍ତି। ବୁଧବାର ଚୀନର ଜାତୀୟ ସ୍ୱାସ୍ଥ୍ୟ କମିସନଙ୍କ ସହିତ ବୈଠକ କରି ବ୍ଲୁମବର୍ଗ ଏହି ରିପୋର୍ଟ ଦେଇଛି।

ଡିସେମ୍ବର ୨୦ ତାରିଖରେ ଦୈନିକ ସଂକ୍ରମଣ ୩୭ ମିଲିୟନ ରେକର୍ଡ ହୋଇଛି। ତେବେ ଚୀନର ତଥ୍ୟ ଠାରୁ ଏହା ଆକାଶପାତଳ ଫରକ। ଡିସେମ୍ବର ୨୦ରେ ଚୀନରେ ମାତ୍ର ୩,୦୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଚୀନ ସରକାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.