ଦୋମୁହାଁ ଡ୍ରାଗନ୍; ଅରୁଣାଚଳ ପ୍ରଦେଶ ଜି-୨୦ ବୈଠକରେ ହେଲାନି ସାମିଲ, ଭାଗ ନେଇଥିଲେ ୫୦ରୁ ଅଧିକ ଦେଶ

Published By : Prameya-News7 Bureau | March 27, 2023 IST

ନୂଆଦିଲ୍ଲୀ: ଚୀନର ଦୋମୁହାଁ ନୀତି । ଅରୁଣାଚଳ ପ୍ରଦେଶ ଜି-୨୦ ବୈଠକରେ ସାମିଲ ହେଲାନାହିଁ  ବେଜିଂ । ହେଲେ ବୈଠକରେ ବିଭିନ୍ନ ବିଦେଶୀ ରାଷ୍ଟ୍ରଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଆମେରିକା ସହିତ ପ୍ରାୟ ୫୦ରୁ ଅଧିକ ଦେଶର ଅନ୍ତରାଷ୍ଟ୍ରୀୟ ପ୍ରତିନିଧି ଜି-୨୦ ରିସର୍ଚ୍ଚ ଇନୋଭେସନ ଇନସିଏଟିଭ୍ ମିଟିଂରେ ଭାଗ ନେଇଥିଲେ।

ସୂଚନା ଅନୁଯାୟୀ, ବୈଠକରେ ସାମିଲ ହେବାକୁ ଆସିଥିବା ଅନେକ ରାଷ୍ଟ୍ରର ପ୍ରତିନିଧିମାନେ ମିଟିଂ ପରେ ଅରୁଣାଚଳ ପ୍ରଦେଶ ବିଧାନସଭା ଗସ୍ତ କରିଥିଲେ । ସ୍ଥାନୀୟ ନିର୍ବାଚନମଣ୍ଡଳୀ ବୁଲି ଦେଖିବା ସହିତ ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ଚୀନ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି ମାନୁନାହିଁ । ସେ ଏହାକୁ ଦକ୍ଷିଣ ତିବତ୍ତର ଏକ ଅଂଶ ବୋଲି ଦାବି କରୁଛି । ଏଭଳି ସ୍ଥିତିରେ ଜି-୨୦ ସଦସ୍ୟ ଦେଶର ପ୍ରତିନିଧିଙ୍କ ଅରୁଣାଚଳ ପ୍ରଦେଶ ବିଧାନସଭା ଗସ୍ତା କରିବା ଡ୍ରାଗନକୁ ବ୍ୟାକ୍ ଫୁଟକୁ ଠେଲି ଦେଇଛି ।  

ଅନ୍ୟପଟେ ଚୀନ ଇଟାନଗର ବୈଠକକୁ ବିରୋଧ କରୁଛି କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏବାବଦରେ ଚୀନ୍ ଅଧିକାରୀ ମଧ୍ୟ କୌଣସି ଆପତ୍ତି ଉଠାଇନାହାନ୍ତି । ବେଜିଂ ଏଯାଏଁ ଭାରତରେ ଆୟୋଜନ ହେଉଥିବା ଜି-୨୦ ବୈଠକକୁ ସମର୍ଥନ କରିଆସୁଥିଲା । ଚୀନ୍ ବିଦେଶ ମନ୍ତ୍ରୀ କିନ୍ ଗୈଙ୍ଗ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ବୈଠକ ପାଇଁ ଭାରତ ଗସ୍ତ କରିଥିଲେ ।

ଗତବର୍ଷ ଭାରତ ଜି-୨୦ ଅଧ୍ୟକ୍ଷତା କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦେଶର ପ୍ରତ୍ୟେକ କୋଣରେ ବୈଠକ ହେବା ନେଇ ସଦସ୍ୟ ଦେଶଙ୍କୁ ଜଣାଇଥିଲା । ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶରେ ବୈଠକ ହେବା ନେଇ ଭାରତ ପକ୍ଷରୁ ପ୍ରକାଶ ପାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.