Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ତାଲିବାନକୁ ସମର୍ଥନ କରି ଅଡୁଆରେ ଚୀନ : ସୋସିଆଲ ମିଡିଆରେ ପ୍ରବଳ ବିରୋଧ କରୁଛନ୍ତି ଚାଇନା ନାଗରିକ, ତାଲିବାନୀଙ୍କ ଭୟାବହତା ବଖାଣୁଛି ମିଡିଆ

20/08/2021 at 7:22 PM

ବେଜିଂ ୨୦/୦୮ : ଆଫଗାନିସ୍ତାନରେ ତାଲିବାନ କାହା ବଳରେ ବଳିୟାନ ଯଦି ପ୍ରଶ୍ନ କରାଯାଏ ତେବେ ତାହାର ସବୁଠାରୁ ବଡ ମିତ୍ର ହେଉଛି ଚୀନ । କାରଣ ଏହି ଦେଶ ହିଁ ପ୍ରଥମେ ତାଲିବାନକୁ ସମର୍ଥନ ଦେଇଥିଲା । ଯାହାକୁ ନେଇ ତାଲିବାନ ଆଜି ବେଫିକର ଭାବେ ବର୍ବରତା ଘଟାଇଚାଲିଛି । ନିଜ ସ୍ବାର୍ଥ ପାଇଁ ଚୀନ ତାଲିବାନକୁ ସମର୍ଥନ କରୁଛି । ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବ୍‌ଜା କରିବା ପଛରେ ତାଲିବାନକୁ ଚୀନ ହିଁ ଭିତିରି ସମର୍ଥନ ଦେଉଥିଲା ବୋଲି ଚର୍ଚ୍ଚା ହେଉଥିଲା ଯାହାକି ଏବେ ଖୋଲାଖୋଲି ଭାବେ ସମର୍ଥନ ଦେବାପରେ ସ୍ପଷ୍ଟ ହୋଇଛି ।

କିନ୍ତୁ ଚୀନ ପାଇଁ ଏବେ କଣ୍ଟା ସାଜିଛି ଚୀନ । ଅର୍ଥାତ ତାଲିବାନକୁ ସମର୍ଥନ କରୁଥିବାରୁ ନିଜ ଦେଶର ଲୋକମାନେ ହିଁ ଏବେ ଚୀନକୁ ସମାଲୋଚନା କରୁଛନ୍ତି । କାରଣ ପୂର୍ବରୁ ତାଲିବାନୀମାନେ ଘଟାଇଥିବା ବର୍ବରତାକୁ ଏବେ ମଧ୍ୟ ଭୁଲି ପାରିନାହାନ୍ତି ଚୀନର ମିଡିଆ ଏବଂ କୂଟନୀତିଜ୍ଞ । ମହିଳାମାନଙ୍କୁ କିଭଳି ଭାବେ ଶୋଷଣ କରାଯାଉଥିଲା ଏବଂ କିଭଳି ଭାବେ ସେମାନେ ହିଂସାକାଣ୍ଡ ଘଟାଉଥିଲେ ତାହା ସମସ୍ତଙ୍କୁ ଜଣାଅଛି । ଏଭଳି ଅନେକ ଘଟଣା ଇତିହାସରେ ଲିପିବଦ୍ଧ ହୋଇରହିଛି । ଆମେରିକାର ସୈନ୍ୟ ବାହିନୀ ଆଫଗାନିସ୍ତାନରୁ ଚାଲିଯିବା ପରେ ଅସଲ ରୂପ ଦେଖାଇଥିଲା ଚୀନ । ତାଲିବାନକୁ ନେଇ ଚୀନ ଯେଉଁଭଳି ଭାବେ ଆଭିମୁଖ୍ୟ ବଦଳାଇଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ତାଲିବାନକୁ ସମର୍ଥନ କରି ଏବେ ବିପଦରେ ପଡିବାକୁ ଯାଉଛି ଚୀନ । କେବଳ ଚୀନ ଯେ ବିପଦରେ ପଡିବାକୁ ଯାଉଛି ତାହା ନୁହେଁ ବରଂ ଚୀନ ହାଣ୍ଡିରେ ଭାତ ଫୁଟାଉଥିବା ପାକିସ୍ତାନ ମଧ୍ୟ ବର୍ବାଦ ହେବାକୁ ଯାଉଛି ।

କେବଳ ସେତିକି ନୁହେଁ ବର୍ତ୍ତମାନ ଚୀନ ବିଦେଶ ମନ୍ତ୍ରାଳୟ ତାଲିବାନର ମଳିନ ଛବି ସଫା ଦେଖାଇବାକୁ ମଧ୍ୟ ଚେଷ୍ଟା କରୁଛି । ଏବେର ତାଲିବାନ ୨୦ ବର୍ଷ ପୂର୍ବର ତାଲିବାନ ଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ବୋଲି କୁହାଯାଉଛି । ତାଲିବାନକୁ ଟେକିବାକୁ ଯାଇ ଚୀନ ବିଦେଶ ମନ୍ତ୍ରାଳୟ କହିଛି ଯେ, ଆମକୁ ଅତୀତକୁ ଭୁଲି ବର୍ତ୍ତମାନକୁ ଦେଖିବାକୁ ପଡିବ ।

ସେପଟେ କିନ୍ତୁ ଚୀନ ସୋସିଆଲ ମିଡିଆରେ ତାଲିବାନ ବିରୋଧୀ ହାଓ୍ବା ପ୍ରବଳ ମାତ୍ରାରେ ବହୁଛି । ଚୀନ ସରକାର ତାଲିବାନକୁ କୋଠ ପୁଅଭାବେ ବିବେଚନା କରୁଛି କିନ୍ତୁ ଚୀନବାସୀ ଏହି ଆତଙ୍କବାଦୀ ସଂଗଠନକୁ ଘୋର ବିରୋଧ କରୁଛନ୍ତି । ଆଫଗାନିସ୍ତାନର ଚଳଚିତ୍ର ନିର୍ମାତା ସହାରା କରୀମୀ କହିଛନ୍ତି ତାଲିବାନ ବିରୋଧରେ ଏକ ଭିଡିଓ ଜାରି କରିବା ପରେ ଏହା ଚୀନ ମିଡିଆରେ ବେଶ ଭାଇରାଲ ହୋଇଛି ।  

   Related Posts