ଚୀନର କୋଭିଡ୍‌ ଟିକା ନେଇ କିମ୍‌ ଓ ତାଙ୍କ ଟିମ୍‌ ପୁରା ଫିଟ୍‌, ଖବର ଅଛି କିନ୍ତୁ କମ୍ପାନୀର ଠିକଣା ପାଉନି ଆମେରିକା

Published By : Prameya-News7 Bureau | December 01, 2020 IST

ସିଓଲ୍‌ ୧/୧୨: କରୋନା ମହାମାରୀ ସାରା ବିଶ୍ବରେ ସଂହାରଲୀଳା ଚଳାଇଛି। ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବିଭିନ୍ନ ଦେଶ ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ବିଶ୍ବର ଏକମାତ୍ର ଦେଶ ଉତ୍ତର କୋରିଆ କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରିନାହିଁ। ଏପରିକି ଦେଶରେ କରୋନା ସଂକ୍ରମଣ ଓ ଏଥିରେ ମୃତ୍ୟୁ ସଂଖ୍ୟ ସମ୍ପର୍କରେ ବିଶ୍ବ ଅଜ୍ଞ। ଏହାରି ଭିତରେ ମିଳିଥିବା ଏକ ଖବର ଉତ୍ତର କୋରିଆରେ କରୋନା ଭୟ ଅନ୍ୟ ଦେଶ ଭଳି ଅଧିକ ରହିଥିବା ଜଣାପଡ଼ିଛି।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନଙ୍କୁ ଚୀନ କରୋନା ଭ୍ୟାକ୍‌ସିନ୍‌ ପ୍ରଦାନ କରିଥିବା ନେଇ ମଙ୍ଗଳବାର ଆମେରିକା ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା ମିଳିଛି। କେବଳ କିମ୍‌ ନୁହେଁ ବରଂ ତାଙ୍କ ପରିବାର ଓ ଅନ୍ୟ ବଡ଼ ବଡ଼ ଅଧିକାରୀ ଗତ ୨-୩ ସପ୍ତାହ ମଧ୍ୟରେ ଚୀନର ପରୀକ୍ଷଣରତ କରୋନା ଭ୍ୟାକସିନ୍‌ ନେଇଥିବା ଜଣାପଡ଼ିଛି। ତେବେ କେଉଁ କମ୍ପାନୀ ଏହି କରୋନା ଭ୍ୟାକସିନ୍‌ ଉତ୍ତର କୋରିଆ ପଠାଇଛି ଏବଂ ଏହା କେତେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ସେନେଇ ଜଣାପଡ଼ି ନଥିବା ଓ୍ବାସିଂଟନରେ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟରତ ଉତ୍ତର କୋରିଆର ହାରି କାଜିଆନିସ୍‌ କହିଛନ୍ତି।

{"id":368225,"sizeSlug":"large"}
aajtak

ତେବେ ଚୀନର ତିନୋଟି କମ୍ପାନୀ ସିନୋଭାକ୍‌ ବାୟୋଟେକ୍‌ ଲିମିଟିଡେ୍‌, କାନସିନୋବାୟୋ ଓ ସିନୋଫାର୍ମ ଗ୍ରୁପ୍‌ ମିଳିତ ଭାବେ ଗୋଟିଏ କରୋନା ଭ୍ୟାକସିନ୍‌ ବିକଶିତ କରିଛନ୍ତି। ଚୀନର ୧୦ ଲକ୍ଷ ଲୋକଙ୍କୁ କରୋନା ଭ୍ୟାକସିନ୍‌ ଦିଆଯାଇଥିବା ସିନୋଫାର୍ମ ଦାବି କରିଥିବା ବେଳେ ଭ୍ୟାକସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ହୋଇଛି କି ନାହିଁ ଜଣାନାହିଁ। ତେବେ କିମ୍‌ଙ୍କୁ ପରୀକ୍ଷଣରତ କରୋନା ଭ୍ୟାକ୍‌ସିନ ଦିଆଯାଇଛି ବୋଲି କୁହାଯାଉଛି।

ଅନ୍ୟପଟେ ଯଦି ଚୀନରେ କୌଣସି ଭ୍ୟାକସିନ୍‌କୁ ଅନୁମତି ମିଳିସାରିଛି କିନ୍ତୁ ଏଯାଏ କୌଣସି ଡ୍ରଗ ଶତ ପ୍ରତିଶତ ପ୍ରଭାବଶାଳୀ ନୁହେଁ ବୋଲି କିମ୍‌ ଭଲ ଭାବେ ଜାଣିଛନ୍ତି । ଏଭଳି ପରିସ୍ଥିତିରେ କିମ୍‌ କରୋନା ଭ୍ୟାକସିନ୍‌ ନେଇନଥିବେ ବୋଲି ନର୍ଥ କୋରିଆରୁ ସାଉଥ୍‌ କୋରିଆ ଚାଲିଆସିଥିବା ଜଣେ ବିଶେଷଜ୍ଞ ଚୋଇ ଜୁଙ୍ଗ ହୁନ୍‌ କହିଛନ୍ତି।

{"id":349664,"sizeSlug":"large"}
independent

ଉତ୍ତର କୋରିଆରେ କରୋନା ସଂକ୍ରମଣ ସମ୍ପର୍କ​‌ରେ ସରକାର ବିଶ୍ବକୁ ସୂଚନା ଦେଉନଥିବା ବେଳେ ଦେଶରେ କିନ୍ତୁ କରୋନା ମହାମାରୀ ବ୍ୟାପକ ପ୍ରଭାବ ପକାଇଛି। ଲୋକଙ୍କ ପାଖରୁ ଲୋକଙ୍କୁ ସଂକ୍ରମଣ ବ୍ୟାପୁଛି। ଏପରିକି ମହାମାରୀ ପ୍ରଭାବ ଦେଶର ଆର୍ଥିକ ଗତି ବିଧି ଉପରେ ପଡ଼ିଥିବା ନେଇ ଦକ୍ଷିଣ କୋରିଆ ଜାତୀୟ ଗୁଇନ୍ଦା ସେବା ପକ୍ଷରୁ ସୂଚନା ମିଳିଛି।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣର ପ୍ରକୋପ ସମ୍ପର୍କରେ ସୂଚନା ନଥିବା ବେଳେ ଉତ୍ତର କୋରିଆର ହ୍ୟାକିଂ ଗ୍ରୁପ୍‌ ବିଭିନ୍ନ ଦେଶର ଭ୍ୟାକ୍‌ସିନ୍‌ ବିକଶିତ କମ୍ପାନୀର ଡାଟା ଚୋରି କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଥିଲା। ‘ରିଉଟର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ହ୍ୟାକିଂ ଗ୍ରୁପ୍‌ ଇଂଲଣ୍ଡ କରୋନା ଭ୍ୟାକ୍‌ସିନ ନିର୍ମାତା ଆଷ୍ଟ୍ରାଜେନିକା ଉପରେ ମଧ୍ୟ ଆକ୍ରମଣ କରିଥିଲା। ଏପରିକି ଦକ୍ଷିଣ କୋରିଆର ଭ୍ୟାକସିନ୍‌ ଡାଟା ଚୋରି କରିବାକୁ ଚେଷ୍ଟା କରିଥିଲା ଉତ୍ତର କୋରିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.