କାଞ୍ଜିବରମ ସାଲରେ ନିଜର ଛବି ଦେଖି ଖୁସି ହେଲେ ଜିନପିଙ୍ଗ, ଜାଣନ୍ତୁ ଆଉ କ’ଣ ଉପହାର ଦେଇଛନ୍ତି ମୋଦି

Published By : Prameya-News7 Bureau | October 12, 2019 IST

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୁଇ ଦିବସୀୟ ଭାରତ ଗସ୍ତ  ଶନିବାର ଶେଷ ହୋଇଛି। ତେବେ ଭାରତରୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ହୋଟେଲରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀ ପରିଦର୍ଶନରେ ଯାଇଥିଲେ ଜିନପିଙ୍ଗ । ଯେଉଁଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ ଉପହାରରେ ଏକ କାଞ୍ଜିବରମ ଶିଲ୍କର ସାଲ୍ ଭେଟି ଦେଇଥିଲେ। ତେବେ ଚୀନ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଉପହାର ଦେଇଥିବା ଏହି ସାଲ୍ କୌଣସି ସାଧାରଣ ସାଲ ନୁହେଁ। ହସ୍ତଶିଳ୍ପ ସାଲ୍ ଟିର ପ୍ରସ୍ତୁତି ଲାଗି ୫ ଦିନ ସମୟ ଲାଗିଥିବା ବେଳେ ଏଥିରେ ସି ଜିନ ପିଙ୍ଗଙ୍କ ଛବି ବି ରହିଛି। ଯାହାକୁ ଦେଖି ଚୀନ ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ହୋଇଛନ୍ତି।

{"id":169287}

କେବଳ କାଞ୍ଜିବରମ ସାଲ୍ ନୁହେଁ ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତିଙ୍କୁ ନାଚିୟାରକୋଇଲ ଦ୍ୱୀପ ସମେତ ତାଞ୍ଜାଉର ପେଣ୍ଟିଙ୍ଗ ଆଦି ମଧ୍ୟ ଉପହାରରେ ଦେଇଛନ୍ତି। ୮ ଜଣ କଳାକାର ମିସି  ନାଚିୟାରକୋଇଲ ଦ୍ୱୀପକୁ ୧୨ ଦିନରେ ନିର୍ମାଣ କରିଥିଲେ। ୬ ଫୁଟ ଉଚ୍ଚା ପିତଳ କାରୁକାର୍ଯ୍ୟରେ ସୁନାର ଛାଉଣୀ ହୋଇଛି। ଯାହାର ମୋଟ ଓଜନ ପ୍ରାୟ ୧୦୮ କେଜି ବୋଲି କୁହାଯାଉଛି। ସେହିପରି ତାଞ୍ଜାଉର ପେଣ୍ଟିଂଟି ୪୦ କେଜି ଓଜନର। ଷୋଡଶ ଶତାବ୍ଦୀରୁ ପ୍ରଚଳିତ ହୋଇଆସୁଥିବା ଏହି କଳା ମୁଖ୍ୟତଃ ଭାରତୀୟ ଦେବାଦେବୀଙ୍କ ଆଧାରରେପ୍ରସ୍ତୁତ କରାଯାଇଥାଏ। କଳାକାର ଲୋଗନାଥନ ୪୫ ଦିନ ଲାଗି ଏହି ପେଣ୍ଟିଂକୁ ପ୍ରସ୍ତୁତ କରିଥିଲେ।

{"id":169288}

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତିଙ୍କୁ ତାଙ୍କ ଛବି ଥିବା ଏକ କଳାକୃତି ବି ଭେଟି ଦେଇଥିଲେ। ଉପହାର ସହ ଭାରତରୁ ଅନେକ ସୁଖଦ ଅନୁଭବ ନେଇ ଚୀନ ରାଷ୍ଟ୍ରପତି ମଧ୍ୟାହ୍ନରେ ଭାରତରୁ ବିଦାୟ ନେଇଚନ୍ତି। ଶୁକ୍ରବାର ଜିନପିଙ୍ଗ ଭାରତରୁ ବିଦାୟ ନେଇ ନେପାଲ ଗସ୍ତରେଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.