Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଆସନ୍ତା ସପ୍ତାହରେ ରୁଷ ଯାତ୍ରା କରିବେ ଚୀନ ରାଷ୍ଟ୍ରପତି, ଜିନପିଙ୍ଗ ଏବଂ ପୁଟିନ ମଧ୍ୟରେ ଚାଲିଛି କ’ଣ ?

13/03/2023 at 4:06 PM

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷ ଗସ୍ତ କରିପାରନ୍ତି । ଆମେରିକା ସହ ବଢୁଥିବା ଚିକ୍ତତା ମଧ୍ୟରେ ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକକୁ ଅତି ଗୁରୁତ୍ୱପୂର୍ଣ୍ଣ ଧରାଯାଉଛି । ସୂତ୍ର ଅନୁସାରେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଉପରେ ଆମେରିକା କଡ଼ା ନଜର ରଖିଛି । ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଆମେରିକା, ରୁଷ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଛନ୍ତି ।

ରିପୋର୍ଟ ଅନୁସାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ରୁଷ ସମକକ୍ଷ ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଯୋଜନା କରୁଛନ୍ତି । ଏଥିପାଇଁ ସେ ମସ୍କୋ ଗସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ସପ୍ତାହରେ ସେ ରୁଷ ଅଭିମୁଖ୍ୟ ଯାତ୍ରା କରିପାରନ୍ତି । ସି ଜିନପିଙ୍ଗ ଏବଂ ପୁଟିନ କେଉଁ ରଣନୀତିରେ ଆଗକୁ ବଢୁଛନ୍ତି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର କାହାରି ପାଖରେ ନାହିଁ । କିନ୍ତୁ ଚୀନ ଲଗାତାର ୟୁକ୍ରେନ ଏବଂ ରୁଷ ଯୁଦ୍ଧ ଶେଷ କରିବା ପାଇଁ ମଧ୍ୟସ୍ଥତା କଥା କହି ଆସୁଛି ।

ରୁଷର ଟାସ ସମାଚାର ଏଜେନ୍ସି ଜାନୁଆରୀ ୩୦ରେ କହିଥିଲା ଯେ ଜିନପିଙ୍ଗଙ୍କୁ ରୁଷ ଯାତ୍ରା ପାଇଁ ପୁଟିନ ଆମନ୍ତ୍ରଣ କରିଛନ୍ତି । ୱାଲ୍ ଷ୍ଟ୍ରିଟ୍ ଅଫ୍ ଜର୍ଣ୍ଣାଲ ଫେବ୍ରୁଆରୀରେ ରିପୋର୍ଟ କରିଥିଲା ଯେ ଜିନପିଙ୍ଗ ଏପ୍ରିଲ୍ କିମ୍ୱା ମଇ ଆରମ୍ଭରେ ମସ୍କୋ ଯାତ୍ରା କରିପାରନ୍ତି ।

ଚୀନ ବିଦେଶ ମନ୍ତ୍ରାଳୟ ଜିନପିଙ୍ଗଙ୍କ ରୁଷ ଗସ୍ତ ଉପରେ କୌଣସି ଜବାବ ଦେଇ ନାହିଁ । ଅନ୍ୟପଟେ କ୍ରେମଲିନ ମଧ୍ୟ ଏହି ମାମଲା ଉପରେ ଟିପ୍ପଣୀ କରିବାକୁ ମନା କରି ଦେଇଛି ।

   Related Posts