ସାଟେଲାଇଟ୍ ଚିତ୍ରରୁ ଜଣାପଡିଲା ଚୀନ୍‌ର ଷଡଯନ୍ତ୍ର, ମାନସରୋବର ହ୍ରଦ ନିକଟରେ କ୍ଷେପଣାସ୍ତ୍ର ଖଞ୍ଜିବାକୁ ପ୍ରସ୍ତୁତି

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୮: ଭାରତ-ଚୀନ୍ ମଧ୍ୟରେ ବିବାଦ ତୁଟାଇବା ପାଇଁ ଲଗାତର ପ୍ରୟାସ ଜାରି ରହିଥିବା ବେଳେ ବାଟକୁ ଆସୁନାହିଁ ଚୀନ୍ । ରିପୋର୍ଟ ଅନୁସାରେ ଚୀନ୍ ର ପିପୁଲ୍ସ ଲିବରେସନ ଆର୍ମି ମାନସରୋବର ହ୍ରଦ ନିକଟରେ ମିଜାଇଲ ସିଷ୍ଟମ ଲଗାଇବା କାମ ଆରମ୍ଭ ହୋଇସାରିଛି । ଚୀନ୍ ସରଫେସ୍ ୨ ଏୟାର ମିସାଇଲ ନିୟୋଜିତ କରିବା ପାଇଁ ସାଇଟ୍ ନିର୍ମାଣ କରାଯାଉଛି । ଏହାର କିଛି ସାଟେଲାଇଟ୍ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଓପନ ସୋର୍ସ ଇଣ୍ଟେଲିଜେନ୍ସ ଡେଟରେସଫା ଏହି ସାଟେଲାଇଟ୍ ଫଟୋ ଜାରି କରିଛି । ଫଟୋରେ ଲିପୁଲେଖ ନିକଟରେ ଟ୍ରାଇ-ଜଙ୍କସନ ଅଞ୍ଚଳରେ ଚୀନ୍ ର କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏହା ବ୍ୟତୀତ ମାନସରୋବର ହ୍ରଦ ନିକଟରେ ମିସାଇଲ ପାଇଁ ସାଇଟ୍ ନିର୍ମାଣ କାମ ମଧ୍ୟ ଜାରି ରହିଛି ।

ଏଲଏସିରେ ଚୀନ୍ ପକ୍ଷରୁ ବଢାଯାଇଥିବା ଗତିବିଦ୍ଧିକୁ ନଜରରେ ରଖି ଭାରତ ମଧ୍ୟ ନିଜର ପ୍ରସ୍ତୁତି ମଜଭୁତ କରିଛି । ଏହା ଅଧିନରେ ଫରଓ୍ବାର୍ଡ ଏୟାରବେସ ଉପରେ ସୁଖୋଇ ୩୦ ଏମକେଆଇ, ମିଗ୍ ୨୯ ଏବଂ ମିରାଜ ୨୦୦୦ର ଜାହାଜକୁ ନିୟୋଜିତ କରାଯାଇଛି ଯେମିତିକି କୌଣସି ଦୁଃସାହାସିକ କାର୍ଯ୍ୟର ଜବାବ ଦିଆଯାଇପାରିବ ।

ଚୀନ୍ ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ଏଜେନ୍ସୀର ନଜର ଏଲଏସି ଉପରେ ଚୀନ୍ ବାୟୁସେନାର କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି । ସମସ୍ତ ପ୍ରକାର ସ୍ଥିତି ସହ ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛି ।

ସୂଚନା ଅନୁସାରେ ଚୀନ୍ ବାୟୁସେନା ବର୍ତ୍ତମାନ କେତେକ ବେସ୍ କୁ ଅପଗ୍ରେଡ କରୁଛି । ଏଥିରେ ଦୃଢ ସେଲଟର ନିର୍ମାଣ, ରନଓ୍ବେର ଲମ୍ବ ବୃଦ୍ଧି ଏବଂ ଅଧିକ ସଂଚାଳନ କରିବା ପାଇଁ ଅତିରିକ୍ତ ସୈନ୍ୟ ନିୟୋଜିତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.