scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ପଡୋଶୀଙ୍କୁ ଲୋନ୍ ଦେଇ ବଡ଼ ଖେଳ ଖେଳୁଛି ଚୀନ, ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ଚେତାଇଲା ଆମେରିକା

25/02/2023 at 4:40 PM

America warned Sri Lanka

ନୂଆଦିଲ୍ଲୀ: ଚୀନର ଋଣ ନୀତି ଜାଲରେ ଫସି ଅନେକ ଦେଶ ବରବାଦ ହୋଇଛନ୍ତି । ଶ୍ରୀଲଙ୍କା ଏହାର ପରିମାଣ ଏବେ ଭୋଗୁଛି । ଅନ୍ୟପଟେ ଏବେ ପାକିସ୍ତାନର ସ୍ଥିତି ମଧ୍ୟ ଶ୍ରୀଲଙ୍କା ପରି ହୋଇସାରିଛି । ଏହାରି ଭିତରେ ଆମେରିକା ଚେତାବନୀ ଦେଇଛି ଯେ ଭାରତର ପଡୋଶୀଙ୍କୁ ଲୋନ୍ ଦେଇ ଚୀନ ବଡ଼ ଖେଳ ଖେଳୁଛି । ଆମେରିକା ବିଦେଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତର ପଡୋଶୀ ଦେଶ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ଦେଇଥିବା ଲୋନ ପରିବର୍ତ୍ତୀ ଚୀନ ବଳପୂର୍ବକ ଲାଭ ନେଇପାରେ ବୋଲି ଆମେ ଚିନ୍ତିତ ଅଛୁ ।

ଦକ୍ଷିଣ ଏବଂ ମଧ୍ୟ ଏସିଆ ମାମଲାରେ ସହାୟକ ବିଦେଶ ମନ୍ତ୍ରୀ ଡୋନାଲ୍ଡ ଲୁ’ ବିଦେଶ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନଙ୍କ ଭାରତ ଯାତ୍ରା ପୂର୍ବରୁ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ଆସନ୍ତା ମାର୍ଚ୍ଚ ଏକରୁ ତିନି ଯାଏ ଆମେରିକାର ବିଦେଶ ମନ୍ତ୍ରୀ ବ୍ଲିଙ୍କନ ଭାରତ ଗସ୍ତରେ ଆସିବେ ।

ଲୁ’ କହିଛନ୍ତି ଯେ ଆମେରିକା ଏହି ଅଞ୍ଚଳରେ ଥିବା ଦେଶ ଗୁଡିକ ସହ କଥା ଜାରି ରଖିଛି ଏବଂ ବାହାର ଚାପରେ ନ ପଡି ନିଜ ନିଷ୍ପତ୍ତି ନିଜେ ନେବାକୁ କହିଛି । ଲୁ’ କହିଛନ୍ତି, ‘ଏହି କ୍ଷେତ୍ରର ଦେଶଗୁଡିକୁ ନିଜେ ନିଷ୍ପତ୍ତି ନେବାରେ କିପରି ସହଯୋଗ କରିପାରିବୁ ସେନେଇ ଆମେ ଭାରତ ସହ ଆଲୋଚନା କରୁଛି । ଏହି ନିଷ୍ପତ୍ତି ଗୁଡିକରେ ଚୀନର ହସ୍ତକ୍ଷେପ ନ ରହିବା ଦରକାର’ ।  

ଏହା ପୂର୍ବରୁ ପାକିସ୍ତାନର ଅର୍ଥମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଚୀନ ବିକାଶ ବ୍ୟାଙ୍କ (ସିଡିବି)ର ବୋର୍ଡ ଦେଶକୁ ୭୦ କୋଟି ଆମେରିକୀୟ ଡଲାର ରୁଣକୁ ମଞ୍ଜୁରୀ ଦେଇଛି ।

   Related Posts