ଚୀନରେ ବିମାନ ଦୁର୍ଘଟଣାର ଖୋଲିବ ଗୁମର, ଗୋଟିଏ ବ୍ଲାକ ବକ୍ସ ଉଦ୍ଧାର

Published By : Prameya-News7 Bureau | March 23, 2022 IST

ନୂଆଦିଲ୍ଲୀ,୨୩/୦୩ :  ସୋମବାର ଚୀନରେ ଦୁର୍ଘଟଣାଗ୍ରସ୍ତ ବିମାନ ବ୍ଲାକ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାରେ ବ୍ଲାକ ବକ୍ସ କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀଙ୍କ କହିବା କଥା ଉଦ୍ଧାର ହୋଇଥିବା ବ୍ଲାକ ବକ୍ସ ବିମାନର ଡାଟା ରେକର୍ଡର କିମ୍ୱା କକଫିଟ୍ ଭୟସ ରେକର୍ଡର ହୋଇପାରେ।

ଚୀନର ବେସାମରିକ ବିମାନ ଚଳାଚଳ ପ୍ରଶାସନର ଅଧିକାରୀ ମାଓ ୟନଫେଙ୍ଗ ବ୍ଲାକ ବକ୍ସ ମିଳିଥିବା ସୂଚନା ଦେଇଛନ୍ତି। ମାଓ କହିଛନ୍ତି ବ୍ଲାକ ବକ୍ସ କ୍ଷତିଗ୍ରସ୍ତ ହୋଇଛି। ବ୍ଲାକ ବକ୍ସକୁ ଖୁବଶୀଘ୍ର ଲ୍ୟାବୋରେଟରୀରେ ଡିକୋଡିଂ ପାଇଁ ପଠାଯିବ। ଦୁର୍ଘଟଣା ପଛର କାରଣ ଜାଣିବା କଠିନ। ବୁଧବାର ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଥିଲା। ବିମାନର ୧୩୨ ଯାତ୍ରୀ ଏବଂ ଅନ୍ୟ ବ୍ଲାକ ବକ୍ସର ଅନୁସନ୍ଧାନ ଜାରି ରଖିଛନ୍ତି।

ଘଟଣା ପରେ ଚୀନର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ବ୍ୟାପକ କରାଯାଇଛି। ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.