ବଢିପାରେ ଭାରତର ଅଡୁଆ, ଆଫଗାନିସ୍ତାନରେ ତାଲିବାନକୁ ସପୋର୍ଟ କରୁଛନ୍ତି ଏହି ୩ ଦେଶ

Published By : Prameya-News7 Bureau | August 18, 2021 IST

ନୂଆଦିଲ୍ଲୀ ୧୮।୦୮: ଆଫଗାନିସ୍ତାନକୁ ତାଲିବାନ ନିଜ ଅଧିନକୁ ନେଇଛି । ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ କିଛି ଦେଶ ପାଇଁ ଏକ ସୁଯୋଗ ହୋଇଥିବାବେଳେ ଏହା କେତେକ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ୨୦ ବର୍ଷ ପରେ ତାଲିବାନ ଆଫଗାନିସ୍ତାନକୁ ଦଖଲ ହେବା ପରେ ବିଶ୍ୱର ବଡ ବଡ଼ ଦେଶଗୁଡିକ ଅନେକ ଭାଗରେ ବିଭକ୍ତ ହୋଇଯାଇଛନ୍ତି। ଗୋଟିଏ ପଟେ ଭାରତ, ଆମେରିକା, ଇଂଲଣ୍ଡ ଏବଂ ଫ୍ରାନ୍ସ ସମେତ ଅନେକ ଦେଶ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରୁଥିବା ବେଳେ ଅନ୍ୟପଟେ ଚୀନ୍, ପାକିସ୍ତାନ ଏବଂ ରୁଷ ଖୁସି ହେବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନର ସଙ୍କଟ ସମୟରେ ପାକିସ୍ତାନ ଏବଂ  ଚୀନ୍ ସହିତ ରୁଷର ଆସବି ଭାରତ ପାଇଁ ଅତ୍ୟଧିକ ଚିନ୍ତାର ବିଷୟ ପାଲଟିଛି ।

{"id":497661,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ବାସ୍ତବରେ ଚୀନ୍ ଏବଂ ପାକିସ୍ତାନ ତାଲିବାନକୁ ପରଦା ପଛରେ ସମର୍ଥନ କରିଆସୁଛନ୍ତି । କିନ୍ତୁ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ବୋଲି ବିଶ୍ୱକୁ ଦେଖାଇବାକୁ ଏମାନେ ଚେଷ୍ଟା ଜାରି ରଖିଛନ୍ତି। ପାକିସ୍ତାନ କେବଳ ତାଲିବାନକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁନାହିଁ, ବରଂ ପାକିସ୍ତାନୀ ବାୟୁସେନା ମଧ୍ୟ ଆଫଗାନିସ୍ତାନରେ ତାଲିବାନର କାର୍ଯ୍ୟକୁ ସହଜ କରୁଛି ବୋଲି ଅନେକ ରିପୋର୍ଟ ଆସିଥିଲେ । ତାଲିବାନ ସହିତ ଚୀନ୍, ପାକିସ୍ତାନ ଏବଂ ରୁଷର ବାରମ୍ବାର ବୈଠକ ବସିଥୁଲା ।  ଆଫଗାନିସ୍ତାନରେ ତାଲିବାନକୁ ଏହି ତିନୋଟି ଦେଶରର ସମର୍ଥନ ମିଳୁଥିବା ବୋଲି ଏଥିରେ ସ୍ପଷ୍ଟ ସୂଚନା ମିଳୁଛି । ସେପଟେ ଆଫଗାନିସ୍ତାନରେ ଆମେରିକାର ଆଧିପତ୍ୟ ଶେଷ ହେଉ ବୋଲି ରୁଷ ଦୀର୍ଘ ଦିନରୁ ଚାହୁଁଥିଲା। କିନ୍ତୁ ରୁଷ ଭାରତର ଏକ ପୁରୁଣା ସହଯୋଗୀ ଏବଂ ଭଲ ବନ୍ଧୁ ହୋଇଥିବାରୁ ଏହାର ଚୀନ୍ ଏବଂ ପାକିସ୍ତାନର ନିକଟତର ହେବା ଭାରତ ପାଇଁ ଚିନ୍ତାର ବିଷୟ ହେବ |

{"id":497660,"width":743,"height":463,"sizeSlug":"full","linkDestination":"none"}

ତାଲିବାନ କାବୁଲକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଛି ବୋଲି ଆଫଗାନିସ୍ତାନରେ ଅବସ୍ଥିତ ଥିବା ରୁଷ୍‌ ରାଷ୍ଟ୍ରଦୂତ କହିଛନ୍ତି ।ସେପଟେ ତାଲିବାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ସ୍ଥାପନ କରିବାକୁ ଚୀନ୍‌ କହିଛି । ଚୀନ୍‌ର ବୈଦଶିକ ମନ୍ତ୍ରଣାଳୟ ପ୍ରବକ୍ତ କହିଛନ୍ତି ଯେ, ଆଫଗାନିସ୍ତାନର ଲୋକେ ସ୍ୱାଧୀନ ଭାବରେ ସେମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିବାକୁ ଚୀନ୍‌ ସମ୍ମାନ କରେ ।  ଆଫଗାନିସ୍ତାନ ସହ ବନ୍ଧୁତ୍ୱପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ବିକାଶ କରିବାକୁ ଚୀନ୍‌ ଚାହୁଁଛି। ଅନ୍ୟପକ୍ଷରେ ପାକିସ୍ତାନ ଲଗାତର ଭାବେ ତାଲିବାନକୁ ଶାସନକୁ ସମର୍ଥନ କରୁଛି।

ସେପଟେ ଚୀନ୍ ଆଫଗାନିସ୍ତାନର ବିରଳ ଖଣିଜ ପଦାର୍ଥ ଉପରେ ନଜର ରଖିଛି। ଏହା ବ୍ୟତୀତ ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଚୀନ୍ ମଧ୍ୟ ଆଫଗାନିସ୍ତାନର ମାଟିକୁ ଭାରତ ବିରୋଧରେ ବ୍ୟବହାର କରିପାରିବ ।  ସେହିପରି ତାଲିବାନ ସହାୟତାରେ ପୂର୍ବ ତୁର୍କୀସ୍ତାନ ଇସଲାମିକ୍ ଆନ୍ଦୋଳନକୁ ବନ୍ଦ କରିବାକୁ ଚାହୁଁଛି ଚୀନ୍‌। ଅଲ-କାଏଦାର ସହଯୋଗୀ ବୋଲି କୁହାଯାଉଥିବା ପୂର୍ବ ତୁର୍କୀସ୍ତାନ ଇସଲାମିକ ଆନ୍ଦୋଳନ (ETIM) ହେଉଛି,  ଚୀନ୍‌ର ଅସ୍ଥିର ଜିନଜିଆଙ୍ଗ ପ୍ରଦେଶରେ  ଏକ ଉଗ୍ରବାଦୀ ଗୋଷ୍ଠୀ। ଏହା ପ୍ରଦେଶର ସ୍ୱାଧୀନତା ନେଇ ସଂଗଠନ ଲଢେଇ ଜାରି ରଖିଛି । ପ୍ରାୟ ୧୦ ନିୟୁତ ଉଇଗୁରୁ ମୁସଲମାନ ବାସ କରୁଥିବା ପ୍ରଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଏହା ସହିତ ପାକିସ୍ତାନ ମଧ୍ୟ ପୂର୍ବ ଭଳି ଆଫଗାନିସ୍ତାନର ମାଟିକୁ ଭାରତ ବିରୁଦ୍ଧରେ ବ୍ୟବହାର କରିବାକୁ ଚେଷ୍ଟା ଜାରି ରଖିବା ଉଦ୍ଦେଶ୍ୟରେ ରହିଛି ।

{"id":497662,"sizeSlug":"full","linkDestination":"none"}

ସେହିପରି ରୁଷ ଆମେରିକାର କଠୋର ଶତ୍ରୁ ମଧ୍ୟରେ ଗଣାଯାଏ । ତେଣୁ ଆଫଗାନିସ୍ତାନରେ ଚୀନ୍ ଏବଂ ପାକିସ୍ତାନ ସହିତ ରୁଷ ଏକମତ ଥିବା ପରି ମନେହୁଏ | ତାଲିବାନ ଶାସନ ସମୟରେ ଆଫଗାନିସ୍ତାନରେ ଯଦି ଚୀନ୍ ଏବଂ ପାକିସ୍ତାନର ନିଜର  ଆଧିପତ୍ୟ ବୃଦ୍ଧି କରେ, ତେବେ ସେଠାରେ ଭାରତର ସ୍ଥିତି ଦୁର୍ବଳ ହେବାର ଲଗିବ । ତେଣୁ ଭାରତ ଦ୍ୱାରା କରାଯାଉଥିବା ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଚାଲିଯିବ ।  ପ୍ରକଳ୍ପ ମଧ୍ୟ ମେଘାଚ୍ଛନ୍ନ ହେବ। କିନ୍ତୁ ତାଲିବାନ କୌଣସି ଦେଶ ପାଇଁ ବିପଦ ସୃଷ୍ଟି କରିବା ନାହିଁ ବୋଲି ଆଶ୍ୱସନା ଦେଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.