ଯୁଦ୍ଧ ହେଲେ ଚୀନ-ପାକିସ୍ତାନ ଏକାଠି ହେବେ, ଡେଞ୍ଜର ଜୋନ୍ରେ ଭାରତ: ରାହୁଲ ଗାନ୍ଧୀ
25/12/2022 at 10:10 PM

ନୂଆଦିଲ୍ଲୀ; ପାକିସ୍ତାନ ଓ ଚୀନ ଦୁହେଁ ମିଶି ପ୍ରସ୍ତୁତି ଚଳାଇଛନ୍ତି। ଯୁଦି ଯୁଦ୍ଧ ହୁଏ ତେବେ ଦୁହେଁ ଏକାଠି ହେବେ। ଆଜି ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସହିତ ଆଲୋଚନା ବେଳେ ଏପରି କହିଛନ୍ତି ରାହୁଲ।
ସେ କହିଛନ୍ତି “ଚୀନ ଓ ପାକିସ୍ତାନ ଏକ୍ ହୋଇ ଯାଇଛନ୍ତି। କୌଣସି ଯୁଦ୍ଧ ହେବ ତେବେ ଜଣେ ନୁହେଁ ଦୁଇ ଜଣ କରିବେ। ଦେଶ ପାଇଁ ବହୁତ ବଡ଼ କ୍ଷତି ହେବ। ଭାରତ ବର୍ତ୍ତମାନ ଅତି ବିପଦ ପ୍ରବଣ ସ୍ଥାନରେ ରହିଛି। ତେବେ ମୁଁ ଆପଣ(ସେନା)ଙ୍କ ପ୍ରତି ମୋର ସମ୍ମାନ ଅଛି। ଭଲପାଇବା ଅଛି। ଆପଣ ଦେଶକୁ ସୁରକ୍ଷା ଦେଉଛନ୍ତି ଆପଣଙ୍କ ବିନା ଦେଶ ଅସ୍ତିତ୍ୱ ନାହିଁ।”
ରାହୁଲ କହିଛନ୍ତି “ ସତକଥା ହେଲା ଭାରତ ସୀମା ପରିସ୍ଥିତି ବଦଳିଯାଇଛି। ଚୀନ ଲଦାଖରେ ଆମର ୨ ହଜାର ସ୍କୋୟାର କିମି ଜମି ଛଡ଼ାଇ ନେଇଛି। ଚୀନ ସେନା ବର୍ତ୍ତମାନ ହିନ୍ଦୁସ୍ଥାନ ବର୍ଡର ଭିତରେ ବସିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ଦେଶକୁ ମିଛ କହିଛନ୍ତି ଯେ କେହି ସୀମା ଭିତରକୁ ପ୍ରବେଶ କରି ନାହାନ୍ତି। ଚୀନ ଆଜି ବି ଆମ ଜମିରେ ବସିଛି।”
ଦେଶର ଅନ୍ତର୍ଜାତୀୟ ସ୍ଥିତିକୁ ଦର୍ଶାଇ ରାହୁଲ କହିଛନ୍ତି “ପ୍ରଥମରୁ ଆମର ଦୁଇଟି ଶତ୍ରୁ ଥିଲା। ଆମର ବିଦେଶ ନୀତି ଥିଲା ଯେ ଦୁଇ ଦେଶକୁ ଅଲଗା କରି ରଖିବା। ରାଜିବ ଗାନ୍ଧୀଙ୍କ ସମୟରେ ବି ଏହି ଫରେନ ପଲିସି ରହିଥିଲା। ହେଲେ ଏବେ ଚୀନ-ପାକ ଏକ ହୋଇଯାଇଛନ୍ତି। ଏହି ଦୁଇ ଦେଶ ଗୋଟିଏ ଅର୍ଥନୀତି ଉପରେ ବି କାମ କରୁଛନ୍ତି।”
ହେଲେ ଆମର ଅର୍ଥନୀତି ୨୦୧୪ରେ ହ୍ରାସ ହେଉଛି। ଭାରତ ବର୍ତ୍ତମାନ ବିପଦପ୍ରବଣ ସ୍ଥାନରେ ରହିଛି। ତେଣୁ ଯାହା ବର୍ଡରରେ ରହିଛି ସରକାର ତାହା ଲୋକଙ୍କୁ ଜଣାଇଦେବା ଉଚିତ୍। ତେଣୁ ଏଥିପାଇଁ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହେବ ଦରକାର ଥିଲା। ଯଦି ହୋଇନି ଏବେ କାର୍ଯ୍ୟାନୁଷ୍ଠାନ କରିବା ଦରକାର ବୋଲି ରାହୁଲ କହିଛନ୍ତି।