ଚୀନରେ କରୋନାର ତାଣ୍ଡବ, ନୂଆ ବର୍ଷରେ ୨୫,୦୦୦ ଛୁଇଁପାରେ ଦୈନିକ ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | December 30, 2022 IST

ନୂଆଦିଲ୍ଲୀ: ଚୀନରେ କରୋନାର ତାଣ୍ଡବ ଜାରି ରହିଛି । ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଂକା ପ୍ରକାଶ କରିଛନ୍ତି ଯେ ପ୍ରତିଦିନ ଚୀନରେ ପ୍ରାୟ ୯ ହଜାର ଲୋକଙ୍କ କରୋନାରେ ଜୀବନ ଯାଉଛି । ଏହି ସଂଖ୍ୟା ଗତ ସପ୍ତାହ ତୁଳନାରେ ଦୁଇ ଗୁଣ । ୟୁକେ ସ୍ଥିତ ଡାଟା ଫାର୍ମା ଏୟରଫିନିଟୀ ଏକ ବୟାନରେ କହିଛି ଯେ ଡିସେମ୍ୱର ୧ରୁ ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଉପରେ ପହଞ୍ଚିଛି ।

ହେଲ୍ଥ ଫାର୍ମର ଅନୁମାନ ଯେ ଚୀନରେ କରୋନା ସଂକ୍ରମଣର ପିକ୍ ଜାନୁଆରୀ ୧୩କୁ ଦେଖିବାକୁ ମିଳିବ । ଏଠାରେ ପ୍ରତିଦିନ ୩.୭ ମିଳିୟନରୁ ଅଧିକ କେସ ମିଳିପାରେ । ଏହାଛଡା ଜାନୁଆରୀ ୨୩ରେ ଚୀନରେ ପ୍ରତିଦିନ କରୋନାରେ ୨୫,୦୦୦ରୁ ଅଧିକ ମୃତ୍ୟୁ ହୋଇପାରେ । ଏହିପରି ମୋଟ ମୃତ୍ୟୁ ସଂଖ୍ୟା ୫,୮୪,୦୦୦ ଯାଏ ପହଞ୍ଚିବ ।

ଚୀନ ଅଧିକାରୀମାନେ ବେଜିଂରେ ଗୋଟିଏ ଦିନରେ କିଛି ହଜାର ମାମଲା ରୁଜୁ ହୋଇଥିବା କହିଥିଲେ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଅଦନୋମ ଘେବ୍ରେୟସସ ଚୀନକୁ ମହାମାରୀ ଡାଟାକୁ ଅଧିକ ପାରଦର୍ଶୀ ହେବାକୁ ଅପିଲ କରିଛନ୍ତି ।

ଚୀନରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆମେରିକା, ଜାପାନ, ଭାରତ, ଦକ୍ଷିଣ କୋରିଆ, ତାଇୱାନ ଏବଂ ଇଟାଲୀ କରୋନା ଟେଷ୍ଟ ବାଧ୍ୟତାମୂଳତ କରାଯାଇଛି । ନୂଆ ବର୍ଷ ପାଇଁ ତାଇୱାନକୁ ପ୍ରାୟ ୩୦,୦୦୦ ତାଇୱାନ ନାଗରୀକ ଚୀନ ଫେରିପାରନ୍ତି । ଯାହାକୁ ନେଇ ତାଇୱାନ ଚିନ୍ତାରେ ଅଛି । ତାଇୱାନ ଅଧିକାରୀଙ୍କ କହିବା କଥା ଚୀନ ବର୍ତ୍ତମାନ ସମୟରେ ମହାମାରୀର ସଠିକ୍ ସୂଚନା ଦେଉ ନାହିଁ । ଆମ ପାଖରେ ସୀମିତ ସୂଚନା ରହିଛି ଏବଂ ତାହା ମଧ୍ୟ ସଠିକ ନୁହେଁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.