କରୋନା ଭାଇରସ୍: ପରିବାର ଲୋକଙ୍କ ଅନୁପସ୍ଥିତିରେ ବିବାହ କଲେ ଚୀନ ଯୁବତୀ

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୬।୨: କରୋନାଭାଇରସ ଏବେ ଆତଙ୍କର କାରଣ ପାଲଟିଛି। ଚୀନରେ ଲୋକେ ସଂକ୍ରମଣରୁ ବର୍ତ୍ତିବା ଲାଗି ଏବେ ଗୃହବନ୍ଦୀ ହୋଇଯାଇଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏଣୁ ଅନେକ ଦେଶ ଏବେ ଚୀନ ସହ ସମ୍ପର୍କ କାଟିଦେଇଥିବା ବେଳେ ବିମାନ ଚଳାଚଳ ବନ୍ଦ ରହିଛି। ଭାରତ ମଧ୍ୟ ଚୀନକୁ ବିମାନ ସେବା ବନ୍ଦ କରିବା ଯୋଗୁ ଏବେ ଗମନାଗମନ ବ୍ୟହତ ହୋଇଛି। ତେବେ ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରରୁ ଆସିଛି ଏକ ବଡ ଖବର । ଜଣେ ଚୀନା ଯୁବତୀ ପରିବାରର ଅନୁପସ୍ଥିତିରେ କୋଲକାତାର ଯୁବକଙ୍କୁ ବିବାହ କରିଛନ୍ତି ।

ଚୀନର ବି.ଜିଆକି  କୋଲକାତାର  ପୂର୍ବ ମେଦିନାପୁର ବାସିନ୍ଦା ପିଣ୍ଟୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବେଙ୍ଗଲୀ ଓ ଚୀନ ରିତିନୀତିରେ ବିବାହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରପକ୍ଷର ଲୋକେ ଉଭୟ ପକ୍ଷର ଦାୟିତ୍ୱ ନିର୍ବାହ କରିଛନ୍ତି। କରୋନା ଭାଇରସ ଯୋଗୁ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା ବନ୍ଦ ଥିବାରୁ ଯୁବତୀଙ୍କ ପରିବାର ଲୋକେ ଉତ୍ସବରେ ଯୋଗଦେଇ ନାହାନ୍ତି। ତେବେ ସେମାନେ ଏହି ବିବାହରେ ବେଶ୍ ଖୁସି ଅଛନ୍ତି । ସବୁକିଛି ଠିକ ହୋଇଯିବା ପରେ ଆମେଚୀନ ଯିବୁ ଓ ପରିବାର ଲୋକଙ୍କ ଆର୍ଶୀବାଦ ନେବୁ । ତେଣୁ ପରିବାରର ସହମତିରେ ସେମାନେ ବିବାହ କରିଥିବା ଯୁବତୀ କହିଛନ୍ତି ।

ଚୀନ ଯିବା ପରେ ସେଠାରେ ସେମାନେ ଏକ ସମାରୋହର ଆୟୋଜନ କରିବେ ବୋଲି ଦମ୍ପତ୍ତି କହିଛନ୍ତି । ପ୍ରାୟ ୭ବର୍ଷ ପୂର୍ବେ ପିଣ୍ଟୁ କୌଣସି ବ୍ୟବସାୟୀକ କାମରେ ଚୀନ ଯାଇଥିଲେ। ସେଠାରେ ତାଙ୍କର ସାକ୍ଷାତ ବି.ଜିଆକିଙ୍କ  ସହ ହୋଇଥିଲା। ଆମର ବିବାହ ଚୀନ୍‌ ଓ କୋଲକାତା ସଂସ୍କୃତିର ମିଳନ ବୋଲି ଉଭୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.