ଚୀନ୍କୁ ସହାୟତାର ହାତ ବଢାଇଲା ଭାରତ, କରୋନା ଭାଇରସ ମୁକାବିଲାରେ ସହଯୋଗ କରିବାକୁ ଜିନ୍ପିଙ୍ଗଙ୍କୁ ମୋଦିଙ୍କ ଭରସା
10/02/2020 at 11:59 AM

ନୂଆଦିଲ୍ଲୀ ୧୦।୦୨: ଚୀନ୍ରେ ଦିନକୁ ଦିନ ବଢିଚାଲିଛି କରୋନାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା । ଚିନ୍ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମୃତାହତଙ୍କ ପରିବାର ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ୍ରେ ଦେଖାଦେଇଥିବା ମହାମାରୀର ମୁକାବିଲାରେ ବେଜିଂକୁ ସହାୟତା କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାମଧ୍ୟରେ ଚୀନ୍ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ୯୦୦ରୁ ଅଧିକ ଲୋକ ମୃତ୍ୟୁ ହୋଇସାରିଥିବା ବେଳେ ୪୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।
ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିଥିବା ହେତୁ ଚୀନକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲିଖିତ ଆକାରରେ ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଆଶ୍ବାସନା ଦେବା ସହ ଭାରତର ସହାୟତା ତାଙ୍କ ସହ ଅଛି ବୋଲି କହିଛନ୍ତି ।ଚୀନର କରୋନା ଆକ୍ରାନ୍ତଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଥିବା ଚିଠିରେ ସର୍ଜିକାଲ ମାସ୍କ ଓ ଗ୍ଲୋବ୍ସ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଇଛି । କରୋନାଭାଇରସର ପ୍ରକୋପରୁ ରକ୍ଷାପାଇବା ପାଇଁ ସର୍ଜିକାଲ ମାସ୍କ ଓ ଗ୍ଲୋବ୍ସ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତୀୟ ସରକାର । ଏହାସହିତ ଚୀନ୍ରୁ ଆସିଥିବା କୌଣସି ଚୀନ୍ର ନାଗିରକଙ୍କ ଉପରେ କଟକଣା ଲଗାଯିବ ନାହିଁ । ସେମାନଙ୍କୁ ଭିସା ଦେବା ପାଇଁ ନୂତନ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଲେଖିଛନ୍ତି । ତେବେ ଚୀନ୍ର ହଭାଇ ପ୍ରାନ୍ତରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ଚିନ୍ର ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି । ମାରାତ୍ମକ ଭୂତାଣୁ ପ୍ରକୋପରେ ଜୀବନହାନୀକୁ ନେଇ ଭାରତ ଶୋକ ପ୍ରକାଶ କରୁଛି ।