ନିଜର ସ୍ପେସ ଷ୍ଟେସନ ନିର୍ମାଣ କଲା ଚୀନ, ଆମେରିକା ଏବଂ ରୁଷ ପରି ମହାକାଶ ଶକ୍ତିକୁ ଦେବ ଟକ୍କର

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଦୁନିଆରେ ଚୀନ ଏକମାତ୍ର ଏପରି ଦେଶ ଯାହା ପାଖରେ ପୂର୍ଣ୍ଣ କ୍ଷମତା ଥିବା ଏକ ମହାକାଶ ଷ୍ଟେସନ ରହିଛି । ଏହାର ନାଁ ତିଆଗୋଙ୍ଗ ମହାକାଶ ଷ୍ଟେସନ ରଖାଯାଇଛି । ଏହା ନାସାର ନେତୃତ୍ୱଧିନ ଥିବା ମହାକାଶ ଷ୍ଟେସନ (ଏସଏସଏସ)ର ପ୍ରତିଦ୍ୱନ୍ଦ୍ୱୀ ଅଟେ । ଚୀନ ଏହା ଉପରେ ଅନେକ ବର୍ଷ ଧରି କାମ କରୁଥିଲା । ଏବେ ମହାକାଶଚାରୀ ଚୀନ ତିଆଗୋଙ୍ଗରେ ରହିପାରିବେ । ଅନ୍ୟପଟେ ଏବେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବା ପରେ ଆମେରିକା ଏବଂ ରୁଷ ପରି ଦୁନିଆର ଦୁଇ ଶୀର୍ଷ ମହାକାଶ ଶକ୍ତି ମଧ୍ୟରେ ନିଜ ସ୍ଥିତିକୁ ମଜଭୁତ କରିବ ।

ଏହି ମିଶନ ସଫଳ ହେବା ସହ ଚୀନ ନିଜର ସ୍ଥାୟୀ ମହାକାଶ ଷ୍ଟେସନ ପରିଚାଳନା କରିବାରେ ଦୁନିଆର ତୃତୀୟ ଦେଶ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ତିଆଗୋଙ୍ଗ ମନ୍ଦାରିନ ଭାଷର ଶବ୍ଦ ଏହାର ଅର୍ଥ 'ସ୍ୱର୍ଗର ମାହୋଲ' ହୋଇଥାଏ । ଆମେରିକାର ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନର ବିପରୀତରେ ତିଆଗୋଙ୍ଗ ସମ୍ପୂର୍ଣ୍ଣ ରୂପେ ଚୀନ ଦ୍ୱାରା ନିର୍ମିତ ଏବଂ ପରିଚାଳିତ । ଅନ୍ୟପଟେ ରୁଷର ସ୍ପେସ ଷ୍ଟେସନ ଅନେକ ଦେଶ ସହ ମିଶି ନିର୍ମାଣ କରାଯାଇଥିବା ଏକ ପରିଯୋଜନା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.