ସୀମାରେ ଚୀନର ନୂଆ ଚାଲ୍, ତଓ୍ବାଙ୍ଗ ସେକ୍ଟରରେ ସୈନ୍ୟ ବଢାଉଛି ପିଏଲଏ, ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ଡ୍ରାଗନର ଚାଲାକି । ତଓ୍ବାଙ୍ଗ ସେକ୍ଟରରେ ସଂଘର୍ଷ ପରେ ଏଲଏସିରେ ସୈନ୍ୟ ବଢ଼ାଉଛି ଚୀନ୍ । ଅରୁଣାଚଳ ପ୍ରଦେଶର ନା-ନୁକୁର ପରେ ତଓ୍ବାଙ୍ଗ ଓ ଓ୍ବଲାଙ୍ଗ ପଏଣ୍ଟରେ ଅତିରିକ୍ତ ଯବାନ ମୁତୟନ କରୁଛି ଚୀନ୍ ପ୍ରତିରକ୍ଷା ବିଭାଗ । ଚୀନର ସମସ୍ତ ପ୍ରକାର ଚାଲ୍‌କୁ ପଣ୍ଡ କରିବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

ଚୀନର କଥା ଗୋଟିଏ କାମ ଅଲଗା। ଏଲଏସିରେ ଡ୍ରାଗନର ଦୋମୁହାଁ ନୀତି । ଅରୁଣାଚଳ ସୀମାରେ ଉପରେ କୋପ –ଦୃଷ୍ଟି ପକାଉଛି ପିଏଲଏ । ସୀମାରେ ସୈନ୍ୟ ଗତିବିଧି କମାଇବା ବଦଳରେ ବଢାଇବାରେ ଲାଗିଛନ୍ତି ସି ଜିଙ୍ଗପିଙ୍ଗ । ସିକିମ୍ ଓ ଅରୁଣାଚଳ ଏଲଏସିରେ ଚୀନ୍ ପ୍ରତିରକ୍ଷା ବିଭାଗ ଅତିରିକ୍ତି ସୈନ୍ୟ ମୁତୟନ କରୁଛି । ନା-ନୁକୁର ପରେ ତଓ୍ବାଙ୍ଗ ଓ ଓ୍ବଲାଙ୍ଗ ପଏଣ୍ଟରେ ଆବଶ୍ୟକତା ଠାରୁ ଅଧିକ ସେନା ମୁତୟନ କରି ସୀମାରେ ଉତ୍ତେଜନା ବଢ଼ାଇବାକୁ ଉଦ୍ୟମ କରୁଛି । ସିକିମର ୨୦୦କିମି ଓ ଅରୁଣାଚଳ ପ୍ରଦେଶର ୧୧୨୬କିମି ସୀମାରେ ପ୍ରାୟ ୪୫୦୦ ଯବାନ, ତୋପଖାନ ସହିତ ଅତିରିକ୍ତ ବ୍ରିଗେଡ୍ ମୁତୟନ କରିବା ଜାରି ରଖିଛି ।

ଚୀନ ଏଲଏସିରେ ନିଜର ଦବଦବା ଜାରି କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଛି । ପିଏଲଏର ଗୋଟିଏ ଟ୍ରୁପ୍ ସିଲିଗୁଡ଼ି କରିଡୋର ପାର୍ କରିକି ଚୁମ୍ବି ଘାଟିରେ ମୁତୟନ କରିଛି । ଏହି ପରି ଅନ୍ୟ ଏକ ଦଳ ତଓ୍ବାଙ୍ଗ କୌନା କାଉଣ୍ଟିରେ ଏବଂ ଅରୁଣାଚଳ ପ୍ରଦେଶର ଓ୍ବଲାଙ୍ଗ ସେକ୍ଟରରେ ନିୟୋଜିତ ହୋଇଛନ୍ତି ।   

ସୀମାରେ ଚୀନର ସବୁ ଚାଲ ଉପରେ ନଜର ରଖିଛି ଭାରତୀୟ ସେନା । ସମସ୍ତ ଚାଲକୁ ପଣ୍ଡ କରିବାକୁ ସୁରକ୍ଷାବଳ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରତିରକ୍ଷା ବିଶେଷ ମତ ରଖିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.