G-20 ସମ୍ମିଳନୀ ପୂର୍ବରୁ ଡ୍ରାଗନର ଡ୍ରାମା, ଅରୁଣାଚଳ ପ୍ରଦେଶକୁ ନିଜ ମାନଚିତ୍ରରେ ଦର୍ଶାଇଲା ଚୀନ୍

Published By : Prameya-News7 Bureau | August 29, 2023 IST

ନୂଆଦିଲ୍ଲୀ: G-20 ଶିଖର ସମ୍ମିଳନୀ ପୂର୍ବରୁ ଡ୍ରାଗନର ନୂଆ ପାଇଁତରା । ପୁରୁଣା ଗୋଟିରେ ନୂଆ ଚାଲ୍ ଖେଳିଛି ଚୀନ୍ । ନୂତନ ପିଲିଟିକାଲ୍ ମ୍ୟାପ୍ ରେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହିଛି । ଏହାସହ ବିବାଦୀୟ ଅକସାଇ ଚୀନ , ତାଇୱାନ୍ ଏବଂ ଦକ୍ଷିଣ ଚୀନ ସାଗରକୁ ନିଜ କ୍ଷେତ୍ର ବୋଲି କହିଛନ୍ତି ବେଜିଂ । ଚୀନର ସରକାରୀ ନ୍ୟୁଜପେପର୍ ଟୁଇଟର୍ ଏହି ମ୍ୟାପ୍ କୁ ପୋଷ୍ଟ କରିଛି ।

ଚୀନ ଏହି ବିବାଦୀୟ ମ୍ୟାପ ଜାରି କରିବା ପରେ ଭାରତରେ ରାଜନୀତି ତେଜିଛି । ଶିବସେନା ଉଦ୍ଧବ ଗୋଷ୍ଠୀର ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକସ୍ ଶିଖର ସମ୍ମିଳନୀ ଅବସରରେ ଜିନପିଙ୍ଗ୍ ଙ୍କ ସହ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହା ପରେ ଚୀନ ଏଭଳି ମ୍ୟାପ୍ ଜାରି କରିଛି ।

wp:embed {"url":"https://www.prameyanews7.com/imran-khan-release-bail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/imran-khan-release-bail/
/wp:embed

କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ଚୀନର ଏହି ମ୍ୟାପ୍ ପ୍ରାମାଣିକ ନୁହେଁ । ତେଣୁ ଅରୁଣାଚଳ ଉପରେ ଚୀନର ଦାବି ସଂପୂର୍ଣ୍ଣ ନିରର୍ଥକ । ତେବେ ଭାରତ-ଚୀନ ସୀମାର ଅନେକ ସ୍ଥାନରେ ଚୀନ୍ ବାସ୍ତବିକ ନିୟନ୍ତ୍ରଣ ରେଖା ଉଲଂଘନ କରିଛି । ସେପ୍ଟେମ୍ବର ୮ତାରିଖରେ ନୂଆଦିଲ୍ଲୀରେ G-20 ସମ୍ମିଳନୀ ହେବ । ଏଥିରେ ଯୋଗ ଦେବାକୁ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ୍ । ଏଭଳି ସ୍ଥିତିରେ ସରକାର ଏହା ଉପରେ ବିଚାର କରିବା ଜରୁରୀ ବୋଲି କଂଗ୍ରେସ ପରାମର୍ଶ ଦେଇଛି ।

ଗତ ଏପ୍ରିଲ ରେ ଚୀନ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇ ଦେଇଥିଲା । ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଚୀନ୍ ୧୫ଟି ଏବଂ ୨୦୧୭ରେ ୬ଟି ସ୍ଥାନର ନାଁ ବଦଳାଇ ଥିଲା । ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରି କହିଥିଲା, ଅରୁଣାଚଳ ପ୍ରଦେଶ ଭାରତର ଅଂଶ ଥିଲା ଏବଂ ରହିବ । ୧୯୬୨ ପରଠାରୁ ଚୀନ୍ ଓ ଭାରତ ଭିତରେ ସୀମା ବିବାଦ ରହିଛି । ଦୁଇ ଦେଶର ୩ହଜାର ୪୮୮ କିଲୋମିଟର ଲମ୍ବା ଏଲଏଏସିକୁ ନେଇ ବିବାଦ ରହିଛି । ଏଭିତରୁ ଅରୁଣାଚଳର ଅନେକ ଅଞ୍ଚଳକୁ ନେଇ ବିବାଦ ଥିବା ଚୀନ୍ ମଧ୍ୟ ସ୍ବୀକାର କରିଛି । ଅରୁଣାଚଳର ୧,୧୨୬ କିଲୋମିଟର କମ୍ବା ସୀମାରୁ ଚୀନ୍ ସହ ରହିଛି ୫୨୦ କିଲୋମିଟର । ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ବୋଲି କହୁଛି । ଏହାସହ ୧୯୬୨ ଯୁଦ୍ଧ ପରେ ଅକସାଇ ଚୀନ୍ କୁ ଚୀନ କବଜା କରିଛି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.