oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଚୀନ୍ କୁ ଜଣାଥିଲା ଋଷିଆର ୟୁକ୍ରେନ ଆକ୍ରମଣ! ଦରବୃଦ୍ଧି ସତ୍ତ୍ୱେ ଫେବୃଆରୀରେ ଅନ୍ତର୍ଜାତୀୟ ବଜାରରୁ ଉଠାଇନେଛି ବିପୁଳ ତୈଳ

25/02/2022 at 9:19 PM

ବେଜିଂ ଶୀତକାଳୀନ ଅଲିମ୍ପିକ ଉଦଘାଟନୀ ଉତ୍ସବରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତିଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ଦେଶରେ ଗୋଟିଏ ପଟେ ଅଲିମ୍ପିକ୍‌ କ୍ରିଡା ଚାଲିଥିବା ବେଳେ ଅପରପଟେ ଅନ୍ତର୍ଜାତୀୟ ବଜାରରୁ ଚୀନ୍‌ ହଜାର ହଜାର ବାରଲ ଅଶୋଧିତ ତୈଳ କିଣି ନିଜର କ୍ରୁଡ ଇନଭେଣ୍ଟ୍ରି ଭରିବା ଆରମ୍ଭ କରିଥିଲା। ଏଥିରେ ଆମେରିକାରୁ ମଧ୍ୟ ଅଣାଇଥିଲା ଅନେକ କାର୍ଗୋ। 

୨୦୨୨ ନୂଆ ବର୍ଷରେ ସାରା ବିଶ୍ୱ ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତିତ ଥିଲା ସେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପରିସ୍ଥିତି ସ୍ୱଭାବିକ କରିବା ଲାଗି ବିଶ୍ୱର ଦ୍ୱିତୀୟ ବୃହତ୍ତ ତୈଳ ଆମଦାନୀକାରୀ ଚୀନ ସମେତ ଅନ୍ୟ ଦେଶଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ହେଲେ ଏ ବାବଦେ କୌଣସି ପଦକ୍ଷେପ ନିଆଯିବା ବେଳକୁ ଚୀନ୍‌ ତାର ଇନଭେଣ୍ଟ୍ରି ପୂରଣ କରିବାରେ  ବ୍ୟସ୍ତଥିଲା।  ଏଥିଲାଗି ବଜାରରେ ଉଚ୍ଚ ମୂଲ୍ୟକୁ ମଧ୍ୟ ଭୃକ୍ଷେପ କରିନଥିଲା ଚୀନ।

ଏଣୁ ହୁଏତ ଋଷିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କାଳରେ ଜିନପିଙ୍ଗ ୟୁକ୍ରେନ ଆକ୍ରମଣ ନେଇ ସ୍ପଷ୍ଟ ହୋଇଯାଇଥିଲେ ବୋଲି ଏବେ ଅନୁମାନ କରାଯାଉଛି। ଚୀନର ରଣନୈତିକ କ୍ରୁଡ ଇନଭେଣ୍ଟ୍ରିର ଆକାର ଆମେରିକା ଭଳି ବିଶାଳ ଓ ଏଥିପାଇଁ ଚୀନ୍‌ ଆମେରିକାରୁ ମଧ୍ୟ ଅତିରିକ୍ତ ତୈଳ ମଗାଇ ଆଣିଛି। ଋଷିଆର ଯୁଦ୍ଧ ନିଷ୍ପତ୍ତି ସମ୍ପର୍କରେ ଅଜ୍ଞ ଆମେରିକା ମଧ୍ୟ ସେତେବେଳେ ଚୀନ ଲାଗି ନିଜ ଭଣ୍ଡାର ଖୋଲି ଦେଇଥିଲା।

ତେବେ ଏକ ବ୍ୟବସାୟୀକ ସୂତ୍ର ଚୀନ୍‌ ୟୁକ୍ରେନ ଆକ୍ରମଣ ସମ୍ପର୍କରେ ଜାଣି ଥିଲା କି ନା ଆମେ ଜାଣି ନଥିଲେ ମଧ୍ୟ ଉଚ୍ଚ ମୂଲ୍ୟ ସତ୍ତ୍ୱେ ଫେବୃଆରୀରେ ଚୀନ୍‌ ତାର ତୈଳ ଭଣ୍ଡାର ଭରିକରିବାକୁ ନିଷ୍ପତ୍ତି ନେଇଥିଲା ବୋଲି କହିଛି। ତେବେ ଗତ କିଛି ସପ୍ତାହ ହେଲା ଚୀନ୍‌ର ପେଟ୍ରୋଲିୟମ କମ୍ପାନୀ ସିନୋପେକ୍‌ର ବ୍ୟବସାୟୀକ ଶାଖା ୟୁନିପେକ୍ ଦ୍ୱାରା ଏପରି ଅସ୍ୱଭାବିକ କ୍ରୁଡ କ୍ରୟ ଆଂଶିକ ଭାବେ ସେୟାର ମୂଲ୍ୟ ବୃଦ୍ଧିଲାଗି ଥିଲା ବୋଲି କୁହାଯାଇଛି। ଏବେ ଚୀନ୍‌ର ଅଶୋଧିତ ତୈଳ ଭଣ୍ଡାରର ମୋଟ ଷ୍ଟକ୍ ୯୫୦ ମିଲିୟନ ବାରଲରୁ ବି ଅଧିକ ଥିବା ଜଣାପଡିଛି।

   Related Posts