ଭାରତ ମହାସାଗରରେ ‘ଦାଦାଗିରି’ ଦେଖାଇବାକୁ ଚାହୁଁଛି ଚୀନ ! ଭାରତକୁ ଛାଡି ୧୯ ଦେଶ ସହ ଗୁପ୍ତ ଭାବେ କଲା ବୈଠକ

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଉତ୍ତେଜନା ଭିତରେ ଚୀନ ହିନ୍ଦ ମହାସାଗରରେ ମଧ୍ୟ ଭାରତ ବିରୋଧୀ ରଣନୀତି ପ୍ରସ୍ତୁତି କରିବାରେ ଲାଗିଛି । ଚୀନ ଚଳିତ ସପ୍ତାହରେ ଭାରତ ମହାସାଗର କ୍ଷେତ୍ରର ୧୯ ଦେଶ ସହ ବୈଠକ କରିଛି କିନ୍ତୁ ଭାରତ ଏଥିରେ ଅନୁପସ୍ଥିତ ଥିଲା । ସୂତ୍ର ଅନୁସାରେ, ଏଥିରେ ଭାରତକୁ କଥିତ ରୂପେ ଆମନ୍ତ୍ରିତ କରାଯାଇ ନଥିଲା । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଚୀନ ଏହିପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତକୁ ଛାଡି ଯୋଜନା କରୁଥିବା ନଜର ଆସିଛି।

ଇଣ୍ଡୋନେସିଆ, ପାକିସ୍ତାନ, ମିଆଁମାର, ଶ୍ରୀଲଙ୍କା, ବାଂଲାଦେଶ, ମାଲଦୀପ, ନେପାଳ, ଆଫଗାନିସ୍ତାନ, ଇରାନ, ଓମାନ, ଦକ୍ଷିଣ ଆଫ୍ରିକା, କେନିଆ, ମାଜୋମ୍ୱିକ, ଚାଞ୍ଜାନିଆ, ସେଶଲ୍ସ, ମେଡାଗାସ୍କର, ମରିସସ, ଜିବୁତୀ ଏବଂ ଅଷ୍ଟ୍ରେଲିଆ ସହ ୧୯ ଦଶ ସହ ତିନି ଅନ୍ତରାଷ୍ଟ୍ରୀୟ ସଂଗଠନର ପ୍ରତିନିଧି ଏହି ବୈଠକରେ ଭାଗ ନେଇଥିଲେ । ଚଳିତ ବର୍ଷ ଜାନୁଆରୀରେ ଶ୍ରୀଲଙ୍କା ନିଜ ଗସ୍ତ ସମୟରେ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି କହିଥିଲେ, ହିନ୍ଦ ମହାସାଗରର ଅନ୍ୟ ଦେଶଗୁଡିକ ବିକାଶ ଉପରେ ଏକ ମଞ୍ଚ ପ୍ରତିଷ୍ଠା ନେଇ ପ୍ରସ୍ତାବ ରଖିଥିଲେ।

ଚୀନ, ପାକିସ୍ତାନ ଏବଂ ଶ୍ରୀଲଙ୍କା ସହ ଅନେକ ଦେଶରେ ବନ୍ଦର ଏବଂ ଭିତ୍ତିଭୂମି ନିର୍ମାଣରେ ପୁଞ୍ଜି ନିବେଶ ସହ ରଣନୈତିକ ହିନ୍ଦ ମହାସାଗର କ୍ଷେତ୍ରରେ ପ୍ରଭାବ ବଢାଇବାକୁ ପ୍ରୟାସ କରୁଛି । ହିନ୍ଦ ମହାସାଗରରେ ଭାରତର ମଜଭୁତ ପ୍ରଭାବର ମୁକାବିଲା ଉଦ୍ଦେଶ୍ୟରେ ଚୀନ ଏହି ମଞ୍ଚ ପ୍ରସ୍ତୁତ କରୁଥିବା ସ୍ପଷ୍ଟ ଜଣାପଡୁଛି । ଭାରତ ମହାସାଗର ରିମ ଆସୋସିଏସନ (ଆଇଓଆରଏ) ପରି ଭାରତ ସମର୍ଥିତ ସଂଗଠନ ଏହି କ୍ଷେତ୍ରରେ ନିଜ ସ୍ଥିତି ମଜଭୁତ କରିସାରିଛି। ଏହି ସଂଗଠନରେ ୨୩ ଦେଶ ସଦସ୍ୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.