ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ରକ୍ଷା ବଜେଟ୍ ଘୋଷଣା କଲା ଚୀନ, ୧୦ ବର୍ଷରେ ହୋଇଛି ଦ୍ୱିଗୁଣ

5/03/2023 at 7:48 PM

ନୂଆଦିଲ୍ଲୀ: ଚୀନ ୨୦୨୩ ପାଇଁ ନିଜର ପ୍ରତିରକ୍ଷା ବଜେଟରେ ୭.୨ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛି । ୨୦୨୩ରେ ଚୀନରେ ପ୍ରତିରକ୍ଷା ବଜେଟ୍ ୧.୫୫ ଟ୍ରିଲିୟନ ୟୁଆନ (୨୨୪ ବିଲିୟନ ଡଲାର) ରଖାଯାଇଛି । ଚୀନ ରକ୍ଷ ବଜେଟ୍ ୨୦୧୩ ତୁଳନାରେ ଦ୍ୱିଗୁଣା ହୋଇଛି । ଏହାସହ ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ସୈନ୍ୟ ବଜେଟ୍ କରିବା ଦେଶ ହୋଇଛି ଚୀନ ।

ଚୀନ ଲଗାତାର ଅଷ୍ଠମ ବର୍ଷରେ ପ୍ରତିରକ୍ଷା ବଜେଟରେ ଗୋଟିଏ ସଂଖ୍ୟା ବୃଦ୍ଧି କରିଛି । ଗତ ଆର୍ଥିକ ବର୍ଷରେ ଚୀନ ନିଜ ପ୍ରତିରକ୍ଷା ବଜେଟରେ ୭.୨ ପ୍ରତିଶତ ବୃଦ୍ଧି କରିଥିଲା ଯାହା ୧.୪୫ ଟ୍ରିଲିୟନ ୟୁଆନ ରହିଥିଲା । ତେବେ ଡଲାରରେ ଏହି ଖର୍ଚ୍ଚ କମ ରହିଛି । ଚୀନର ଚଳିତ ଥର ରକ୍ଷା ବଜେଟ୍ ୨୨୪ ବିଲିୟନ ଡଲାର, ଯାହା ପୂର୍ବ ବର୍ଷ ୨୩୦ ବିଲିୟନ ଡଲାର ରହିଥିଲା ।  

ବିଶ୍ୱ ବ୍ୟାଙ୍କ ଅନୁସାରେ ୨୦୨୧ରେ ଚୀନ ନିଜ ସେନା ଉପରେ ଜିଡିପିର ୧.୭ ପ୍ରତିଶତ ଖର୍ଚ୍ଚ କରିଥିଲା । ଅନ୍ୟପଟେ ଆମେରିକା ନିଜ ସେନା ଉପରେ ଡିଜିପିର ୩.୫ ପ୍ରତିଶତ ଖର୍ଚ୍ଚ କରିଥିଲା । ସରକାରୀ ଋଣର ଆକାଶଛୁଆଁ ହାର ଏବଂ ଗତ ଚାରି ଦଶନ୍ଧିର ଦ୍ୱିତୀୟ ସର୍ବନିମ୍ନ ସ୍ତରରେ ବିକାଶ ଭିତରେ ଚୀନର ପ୍ରତିରକ୍ଷା ବଜେଟ୍ ଅପେକ୍ଷାକୃତ ଅଧିକ ରହିଛି ।  

   Related Posts