scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚନ୍ଦ୍ରରେ ଭାରତର ସଫଳତା ପରେ ଅଣ୍ଟାଭିଡିଲା ଚୀନ୍, ଏବେ ଦକ୍ଷିଣ ମେରୁକୁ ପଠାଇବ ରବୋଟ   

29/09/2023 at 8:12 PM

ନୂଆଦିଲ୍ଲୀ ୨୯।୯: ଭାରତର ଚନ୍ଦ୍ରଯାନ ୩ର ସଫଳତା ଏବେ ସାରା ଦୁନିଆରେ ଚର୍ଚ୍ଚା ହେଉଛି। ଏହି ସଫଳତାକୁ ଦେଖି ପଡୋଶୀ ଦେଶ ଚୀନ୍‌ ନିଜର ଆଉ ଏକ ଚନ୍ଦ୍ରମିସନ ଘୋଷଣା କରିଛି। ଚୀନ୍‌ର ମହତ୍ୱାକାଙକ୍ଷୀ ଚନ୍ଦ୍ର ମିସନ ପ୍ରୋଜେକ୍ଟ ଚାଙ୍ଗଇ-୬ ଘୋଷଣା ହୋଇଥିବା ବେଳେ ଏହା ଆଗାମୀ ବର୍ଷ ଅର୍ଥାତ ୨୦୨୪ରେ ପ୍ରକ୍ଷେପଣ ହେବ। ଏଥିରେ ଚୀନ୍‌ ଚନ୍ଦ୍ରର ଦକ୍ଷିଣ ମେରୁକୁ ରୋବଟ ପଠାଇବ। ଗ୍ଲୋବାଲ ଟାଇମସ୍ ରିପୋର୍ଟ ଅନୁସାରେ ଚୀନ୍‌ର ଜାତୀୟ ମହାକାଶ ପ୍ରଶାସନ (ସିଏନଏସଏ) ୨୯ ସେପ୍ଟେମ୍ବର ଶୁକ୍ରବାର ଏହି ଘୋଷଣା କରିଛି।

ସିଏନଏସଏ ଅନୁସାରେ ଏହା ଚନ୍ଦ୍ରରେ ଚୀନ୍‌ର ଆଗାମୀ ରବୋଟିକ ମିସନ ହେବ। ଏହି ମିସନର ଉଦ୍ଦେଶ୍ୟ ଚନ୍ଦ୍ରର ସେହି ସୁଦୂର ଅଞ୍ଚଳ ଅର୍ଥାତ ଦକ୍ଷିଣ ମେରୁରୁ ନମୁନା ସଂଗ୍ରହ କରିବା ଯାହା ସମ୍ପର୍କରେ ଲୋକେ କିଛି ବି ଜାଣନ୍ତି ନାହିଁ। ସିଏନଏସଏଙ୍କ ଅନୁସାରେ ଏହା ଚନ୍ଦ୍ରର ପୁରୁଣା ଅଞ୍ଚଳ ଓ ଏଥିରେ ଏଟକେନ ବେସିନ ଅଛି। ଯାହା ଚନ୍ଦ୍ରକୁ ଏତେ ମହତ୍ୱପୂର୍ଣ୍ଣ କରିଛି। ଚାଙ୍ଗଇ-୬ ମିସନ ନିମନ୍ତେ ଲ୍ୟାଣ୍ଡିଂ ଏରିଆ ଦକ୍ଷିଣ ମେରୁର ଏଟକେନ ବେସିନକୁ ଧାର୍ଯ୍ୟ କରାଯାଇଛି।

ଏହି ମିସନରେ ମହାକାଶ ଯାନ ଓ ପୃଥିବୀ ମଧ୍ୟରେ ଉତ୍ତମ ଯୋଗାଯୋଗ ସମ୍ପର୍କ ରଖିବା ପାଇଁ ଚୀନ୍‌ କ୍ୟୁକିୟାଓ-୨ରିଲେ କମ୍ୟୁନିକେସନ ସାଟେଲାଇଟ୍ ବିକଶିତ କରିଛି। ଯାହାକୁ ୨୦୨୪ ମଧ୍ୟ ସୁଧା ଲଞ୍ଚ କରାଯାଇପାରେ ବୋଲି ଆକଳନ କରାଯାଉଛି। ସିଏନଏସଏ ଏହା ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଚାଙ୍ଗଇ-୬ ମିସନ ବିଭିନ୍ନ ଦେଶ ଓ କ୍ଷେତ୍ରର ପେଲୋଡ ଓ ଉପଗ୍ରହ ପ୍ରକଳ୍ପଗୁଡିକୁ  ସାଙ୍ଗରେ ନେଇଯିବ। ଏଥିରେ ଫ୍ରାନସର ଡୋର୍ଣ୍ଣ ରେଡନ ଡିଟେକ୍ସନ ଉପକରଣ, ୟୁରୋପୀୟ ମହାକାଶ ଏଜେନ୍ସୀର ନେଗେଟିଭ ଆୟନ ଡିଟେକ୍ଟର, ଇଟାଲୀର ଲେଜର ରେଟ୍ରୋରିଫ୍ଲେକ୍ଟର ଓ ପାକିସ୍ତାନର କ୍ୟୁବ୍ ସାଟ୍ ଆଦିକୁ ସାଙ୍ଗରେ ନେଇଯିବ।

ଚନ୍ଦ୍ରଯାନ-୩କୁ ନେଇ ISRO ଦେଲେ ଖୁସି ଖବର, ଏବେବି କାମ କରୁଛି ପଠାଯାଇଥିବା ଏହି ପେଲୋଡ

   Related Posts