ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଭର୍ତ୍ତି ଡ୍ରୋନ୍ ପଠାଇଲା ଚୀନ : ଜବାବରେ ଭାରତ କହିଲା, ‘ଦେଖିବା ମାତ୍ରେ ଗୁଳିକରି ଉଡାଇଦିଆଯିବ’

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨ : ପାକିସ୍ତାନ ପ୍ରତି ଲଗାତାର ଭାବେ ସହାନୁଭୂତି ଦେଖାଇ ଚାଲିଛି ଚୀନ । ଶତ୍ରୁର ଶତ୍ରୁ ମିତ୍ର ଭଳି ଉଭୟ ଦେଶ, ଭାରତ ବିପକ୍ଷରେ ଲଢିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । ଏହାକୁ ଆଉ ଏକ ପାଦ ଆଗେଇ ନେଇଛି ଚୀନ । ଚଳିତ ମାସରେ ପାକିସ୍ତାନକୁ ୫୦ଟି ଅସ୍ତ୍ରଶସ୍ତ୍ରପୂର୍ଣ୍ଣ ଡ୍ରୋନ୍‌ ପଠାଇଛି ଚୀନ । ଚୀନ ଏବଂ ପାକିସ୍ତାନର ଏହି ନୂଆ ଡିଲ୍, ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଉଚ୍ଚ ସ୍ଥାନରେ ନଜର ରଖିବ ।

ତେବେ ଏହା ହେଲେ ଭାରତ ପାଇଁ ସମସ୍ୟା ଦେଖାଦେଇପାରେ । କାରଣ ଭାରତୀୟ ସେନା ପାଖରେ ନୂଆ ମଡେଲର ଷ୍ଟାଣ୍ଡ୍‌ ଅଫ୍ ଅସ୍ତ୍ରଶସ୍ତ୍ରର ଜବାବ ଦେବାର କ୍ଷମତା କ୍ଷମତା ନାହିଁ । କିନ୍ତୁ ଭାରତୀୟ ସେନା ଆକାଶ ମାର୍ଗରେ ବୁଲୁଥିବା ଡ୍ରୋନ୍‌ଗୁଡିକୁ ମାରିବାକୁ ପୂରାପୂରି ଭାବେ ସକ୍ଷମ । ତେବେ ଚୀନ ମିଡିଆ କହିବା ମୁତାବକ ଭାରତୀୟ ସେନା ଅସ୍ତ୍ରଶସ୍ତ୍ରରେ ପରିପୂର୍ଣ୍ଣ ଡ୍ରୋନ୍‌ଗୁଡିକୁ ମୁକାବିଲା କରିବାରେ ଅସମର୍ଥ ।

ଏହାର ଜବାବରେ ଭାରତୀୟ ସେନା କହିଛି ଯେ, ଆଫଗାନିସ୍ତାନ ଏବଂ ଇରାକରେ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ରପୂର୍ଣ୍ଣ ଡ୍ରୋନ୍‌ ଆତଙ୍କବାଦୀମାନଙ୍କର କଡା ମୁକାବିଲା କରୁଛି । ସେଠାକାର ଆକାଶମାର୍ଗରେ ଆମେରିକାର ଦବଦବା ରହିଛି । ତେଣୁକରି ଆମେରିକା ନିର୍ଦ୍ବନ୍ଦରେ ଡ୍ରୋନ୍‌ କାରବାର କରିପାରୁଛି । ଭାରତୀୟ ସେନା କହିବା କଥା ଯେ ଚୀନ ଏବଂ ପାକିସ୍ତାନ କ୍ଷେତ୍ରରେ ଏହା ସମ୍ଭବ ନୁହେଁ କାରଣ ଭାରତୀୟ ବାୟୁ ସେନାର ଆକାଶମାର୍ଗରେ ସ୍ବତନ୍ତ୍ର ଦବଦବା ରହିଛି । ତେଣୁ ଚୀନ, ପାକିସ୍ତାନକୁ ଦେଇଥିବା ଉନ୍ନତମାନର ଡ୍ରୋନ୍‌ ଭାରତ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ପାରିବ ନାହିଁ ।

ଉଭୟ ପାକିସ୍ତାନ ଏବଂ ଚୀନ ସୀମାରେ ଭାରତୀୟ ସେନା ରାଡାର୍ ମାଧ୍ୟମରେ ଟିକନିକ୍ ନଜର ରଖିଛି । ତେଣୁ କୌଣସି ଡ୍ରୋନ୍ ସୀମା ଆରପଟୁ ପ୍ରବେଶ ଉଦ୍ୟମ କଲେ ତାହାକୁ ତତକ୍ଷଣାତ୍ ଗୁଳିମାରି ନଷ୍ଟ କରାଯାଉଛି । ଏ କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.