ଚୀନରେ ବର୍ଷା ବିତ୍ପାତ, ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ଅନେକ ନିଖୋଜ

Published By : Prameya-News7 Bureau | April 23, 2024 IST

ବେଜିଂ, ୨୩/୪: ଚୀନରେ ପ୍ରକୃତିର କୋପ । ବର୍ଷା ବିତ୍ପାତ ଭାସୁଛି ଦକ୍ଷିଣ ଚାଇନା । ପାଣିରେ ଉବୁଟୁବୁ ଉପକୂଳ ସହର । ୪ ମୃତ, ଅନେକ ନିଖୋଜ । ଦକ୍ଷିଣ ଚୀନ୍‌ର ଅନେକ ସହରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଅପ୍ରେଲ୍ ୧୬  ତାରିଖରୁ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ ଲାଗି ରହିଛି । ୪୪ରୁ ଉର୍ଦ୍ଧ୍ବ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ବହୁଛି । ଯାହାଫଳରେ ଚୀନ୍‌ରେ ବଡ଼ଧରଣର ବନ୍ୟା ଆଶଙ୍କା  କରାଯାଉଛି । ରାସ୍ତା ଘାଟ ବନ୍ୟା ପାଣିରେ ଡୁବିଥିବା ବେଳେ ଅଧିକାଂଶ ସହର ଜଳମଗ୍ନ ହୋଇଛି ।  

ପ୍ରକୃତିର ତଣ୍ଡବରେ ଗଲାଣି ୪ଜଣଙ୍କ ଜୀବନ । ସେହିପରି ୧୧ଜଣ ବନ୍ୟାରେ ଭାସିଯାଇ ନିଖୋଜ୍ ରହିଛନ୍ତି । ୬ଜଣ ଆହତ ହୋଇଥିବା ସୂଚନା  ରହିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।  ସୋମବାର ସୁଦ୍ଧା ୧୧୦,୦୦୦ଙ୍କୁ ଲୋକଙ୍କୁ ରେସକ୍ୟୁ ଟିମ୍ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଛନ୍ତି । ୨୫,୦୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଜରୁରିକାଳୀନ ସେବା ଆଲର୍ଟ ମୋଡ୍‌ରେ ରହିଛି । ବର୍ଷା ବିତ୍ପାତ, ବନ୍ୟା ଯୋଗୁ ୧୬୫ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇସାରିଲାଣି । 

୧୯୫୯ ମସିହା ପରେ ଚୀନରେ ରେକର୍ଡ ଭାଙ୍ଗିଛି ବର୍ଷା । ହାଙ୍ଗଝୌରେ ଅପ୍ରେଲ୍ ମାସରେ ୬୦.୯ ସେଣ୍ଟିମିଟର ବର୍ଷା ହୋଇଛି । ଗୋଟିଏ ମାସରେ ଏହା ସର୍ବଧିକ ବୋଲି କହିଛି ଗୁଆଙ୍ଗଡୋଙ୍ଗ ପ୍ରଶସାନ । ଆଗକୁ ବନ୍ୟା ସ୍ଥିତି ଗମ୍ଭୀର ହେବା ନେଇ ଚୀନ୍‌ର ଜାତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି  ହଜାରେରୁ ଅଧିକ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଏବଂ ତୀବ୍ର ବେଗରେ  ପବନ ବହିଲେ ୧୨ କୋଟିରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ପ୍ରବଳ ବର୍ଷା ଯୋଗୁ ୬୫ରୁ ଉର୍ଦ୍ଧ୍ୱ ସ୍ଥାନରେ ଭୂସ୍ଖଳନ । ୪ ଦିନ ହେଲା ପାଣି ଘେରରେ ଗୁଆଙ୍ଗଡୋଙ୍ଗ ସହର । ପର୍ଲ ରିଭର ଡେଲ୍ଟା ପାଣିରେ ଭାସୁଛି ଉପକୂଳ ଚୀନ । ଜନବସତି ଅଞ୍ଚଳରେ ୧୯   ଫୁଟ୍ର ପାଣି ଜମିଛି। ଝାଓକିଙ୍ଗ୍‌ରେ ବିଜୁଳି ସରବରାହ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସେନା । ଏହା ପୂର୍ବରୁ ୨୦୨୨ ଜୁନ୍‌ରେ   ସବୁଠାରୁ ବଡ଼ଧରଣର ବନ୍ୟା ଆସିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.