LAC ନିକଟରେ ଚୀନ ନିର୍ମାଣ କରୁଛି ଏୟାରଫିଲ୍ଡ, ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଲା ଡ୍ରାଗନର ଚାଲାକି
1/06/2023 at 7:16 PM

ନୂଆଦିଲ୍ଲୀ, ୦୧/୦୬: ପୁଣି ସାମ୍ନାକୁ ଆସିଲା ଚୀନ୍ର ଚାଲବାଜି। ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଚୀନର ନୂଆ ଚାଲ୍। ଗୋଟିଏ ପଟେ ମିଠା କଥା କହି ଅନ୍ୟପଟେ ସୀମାରେ ବଡ଼ ଆକାରରେ ଜାରି ରଖିଛି ନିର୍ମାଣ କାର୍ଯ୍ୟ। ଯେମିତି ଯୁଦ୍ଧ ସମୟରେ ତାକୁ କୌଣସି ଅସୁବିଧା ନହେବ। ପ୍ରକୃତରେ ବର୍ତ୍ତମାନ ଏଲଏସିର ଏକ ନୂଆ ସାଟେଲାଇଟ୍ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଚୀନ୍, ଭାରତ ସହ ସଂଲଗ୍ନ ଏଲଏସି ନିକଟରେ ଦ୍ରୁତ ଗତିରେ ଏୟାରଫିଲ୍ଡ ନିର୍ମାଣ କରିବାରେ ଲାଗିଚି। ଏଠାରେ ରନଓ୍ବେ, ବିଲ୍ଡିଂ, ଫାଇଟର ଜେଟ୍ ଆଶ୍ରୟସ୍ଥଳୀ ଇତ୍ୟାଦି ନିର୍ମାଣ କାର୍ଯ୍ୟ କରୁଛି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଡ୍ରାଗନ, ଭାରତ ବିରୋଧରେ କୌଣସି ନୂଆ ରଣନୀତି ପ୍ରସ୍ତତ କରୁଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ବଦଳିଲେ ମଣିପୁର ପୋଲିସ ମୁଖିଆ, ରାଜୀବ ହିଂ ହେଲେ ନୂଆ ଡିଜିପି
ସୂଚନାଥାଉକି, ୨୦୨୦ରୁ ସୀମାରେ ନିର୍ମାଣ ଜାରି ରଖିଛି ଚୀନ। ଏହି ବର୍ଷ ପ୍ରଥମେ ଚୀନ ଗଲଓ୍ବାନ ଘାଟିରେ କବ୍ଜା କରିବା ପାଇଁ ଯୋଜନା କରିଥିଲା। କିନ୍ତୁ ଭାରତୀୟ ଯବାନଙ୍କ ସାମ୍ନାରେ ସେମାନେ ସଫଳ ହୋଇପାରିନଥିଲେ। ଏହାପରେ ଚୀନ ସେନା ତଓ୍ବାଙ୍ଗରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥଲା। କିନ୍ତୁ ଏଠାରେ ମଧ୍ୟ ସଫଳ ହୋଇପାରିନଥିଲା। ଭାରତ ଏଠାରେ ଅତ୍ୟାଧୁନିକ ହତିଆର ଏହି କାରଣରୁ ନିୟୋଜିତ କରିଥିଲା। କିନ୍ତୁ ଏବେ ଯେଉଁ ପ୍ରସ୍ତୁତି ସାମ୍ନାକୁ ଆସିଛି ସେଥରୁ ଜଣାପଡ଼ୁଛି ଭାରତକୁ ଅଧିକ ସତର୍କ ରହିବାକୁ ହେବ।

ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ତିବ୍ବତର ଲ୍ହାସା, ଲଦାଖ ନିକଟସ୍ଥ ହୋଟାନ, ହିମାଚଳ ପ୍ରଦେଶ ନିକଟସ୍ଥ ନ୍ଗାରୀ ଗୁନସାର ଏୟାରଫିଲ୍ଡ ନିର୍ମାଣ କାର୍ଯ୍ୟ ଜାରିରଖିଛି। ଚୀନ ଯେଉଁ ପ୍ରସ୍ତୁତି କରୁଛି ସେଥିରୁ ଜଣାପଡ଼ୁଛି ଯେ ସେ ବାୟୁମାର୍ଗରେ ଆକ୍ରମଣ ଯୋଜନା କରୁଛି। ଏଥିପାଇଁ ରନଓ୍ବେ, ଆଶ୍ରୟସ୍ଥଳୀ, ବିଲ୍ଡିଂ ତିଆରି କରୁଛି। ଫଟୋରେ ଜଣାପଡ଼ୁଛି ରନଓ୍ବେ ନିକଟରେ ନର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାରେ ବ୍ରିଜ୍, ଏବଂ ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି। ଯେଉଁ ତିନି ସ୍ଥାନ ଫଟୋ ନିଆଯାଇଛି ତାହା ଏଲଏସି ନିକଟରେ ରହିଛି। ଏହି ତିନି ସ୍ଥାନ ସହ ଏଲଏସସି ଚୀନ ସହ ସଂଲଗ୍ନ। ଏଠାରେ ହିଁ ସବୁ ପ୍ରସ୍ତୁତି ଜାରି ରଖିଛି । ହତିଆର, ମିସାଇଲ ନିୟୋଜିତ କରିବାପାଇଁ ଏଠରେ ବେସ୍ ତିଆରି କରାଯାଉଛି।
ରିପୋର୍ଟ ଅନୁଯାୟୀ, ଗୁଇନ୍ଦା ଅଧିକାରୀ ଡେମିଏନ ସାଇମନଙ୍କ କହିବା ଅନୁଯାୟୀ, ବିକାଶ ତିନି ଏୟାରଫିଲ୍ଡରେ ହେଉଥିବା ବିକାଶରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଚାଇନା ଭାରତ ସହ ସଂଲଗ୍ନ ଅଞ୍ଚଳରେ ଏହାର କୌଣସି ଯୋଜନା ରଖିଛି। ।
ଆହୁରି ପଢ଼ନ୍ତୁ: ମଣିପୁର ହିଂସାକାଣ୍ଡ: ଉପଦ୍ରବକାରୀଙ୍କୁ ଅମିତ ଶାହଙ୍କ ଚରମ ଚେତାବନୀ