ନୂଆଦିଲ୍ଲୀ ୫।୧୨: ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ବ ରହିଛି । ଚୀନ୍ ରେ ମୁସଲିମ୍ ସମ୍ପ୍ରଦାୟ ସଂଖ୍ୟାଲଘୁ ଅଟେ । ଚୀନ୍ ଲଗାତର ମୁସଲିମ୍ ମାନଙ୍କୁ ପ୍ରତାଡିତ କରୁଛି । ମାତ୍ର ପାକିସ୍ତାନ ଏହାକୁ ଖଣ୍ଡନ କରୁଛି ।
ଏକ ରିପୋର୍ଟ ଅନୁସାରେ, ଚୀନ୍ ପ୍ରାୟ ୬୫ ପ୍ରତିଶତ ମସଜିଦକୁ ଧ୍ବଂସ କରିଦେଇଛି । ଚୀନ୍ ୨୦୧୭ ମସିହା ପରେ ମସଜିଦ୍ ବିଧ୍ବଂସ୍ତକୁ ଜୋର କରିଛି ।
ଏହି ଖବରକୁ ଅଷ୍ଟ୍ରେଲିୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ପଲିସି ଖୁଲାସା କରିଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ ୬୫ ପ୍ରତିଶତ ମସଜିଦ୍ ଏବଂ ଇସଲାମିକ୍ କୋଠାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ୨୦୧୭ରେ ଏହି କାମ ଜୋରସୋରରେ ଚାଲିଛି । ଏହାସହ କେତେକ ଉଇଗର ବିଦ୍ବେଶୀ ମଧ୍ୟ ଗାୟବ ହୋଇଯାଇଛନ୍ତି । ମାତ୍ର ତାହା ଜଣାପଡିନଥିଲା ।