LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୧୬ ହଜାର ମସଜିଦ୍ ଭାଙ୍ଗି ମାଟିରେ ମିଶାଇଲା ଚୀନ, ମୁସଲମାନଙ୍କ ଧାର୍ମିକ ସ୍ଵାଧୀନତା ଉପରେ ଏମିତି ପ୍ରହାର କରୁଛି ଡ୍ରାଗନ

25/09/2020 at 6:18 PM

ନୂଆଦିଲ୍ଲୀ ୨୫।୦୯: ମାନବାଧିକାର ଓ ନାଗରିକଙ୍କ ଧାର୍ମିକ ସ୍ଵାଧୀନତାକୁ ନେଇ ବିବାଦ ଘେରରେ ଥିବା ଚୀନର ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି। ଏକ ଅଷ୍ଟ୍ରେଲିଆ ଥିଙ୍କ ଟ୍ୟାଙ୍କ ଶୁକ୍ରବାର ଜାରି ରିପୋର୍ଟରେ କହିଛି ଚୀନ ସରକାର ସିନଜିୟାଙ୍ଗ ପ୍ରାନ୍ତରେ ୧୬ ହଜାରରୁ ଅଧିକ ମସଜିଦକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଚୀନରେ କେଉଁଭଳି ମାନବାଧିକାରର ଉଲ୍ଲଂଘନ ହେଉଛି।

ଥିଙ୍କ ଟ୍ୟାଙ୍କ କହିଛି ଉତ୍ତର-ପଶ୍ଚିମ ପ୍ରାନ୍ତରେ ୧୦ ଲକ୍ଷରୁ ଅଧିକ ଉଇଗର ଓ ଅନ୍ୟ ମୁସଲମାନଙ୍କୁ କ୍ୟାମ୍ପରେ କଏଦ କରି ରଖା ଯାଇଛି। ସିନଜିୟାଙ୍ଗ ପ୍ରାନ୍ତରେ ଲୋକଙ୍କ ଉପରେ ପରମ୍ପରାଗତ ଓ ଧାର୍ମିକ ଗତିବିଧି ଛାଡିବା ନେଇ ଚାପ ପକାଯାଉଛି। ମୁସଲମାନଙ୍କ ଧାର୍ମିକ ସ୍ଵାଧୀନତା ଉପରେ କଠୋର ପ୍ରହାର କରାଯାଉଛି।

ଅଷ୍ଟ୍ରେଲିଆନ ଷ୍ଟ୍ରାଟେଜିକ ପଲିସି ଇନଷ୍ଟିଚ୍ୟୁୟଟ(ASPI) ଅନୁଯାୟୀ ପ୍ରାୟ ୧୬ ହଜାର ମସଜିଦ ଭାଙ୍ଗି ଦିଆଯାଇଛି କିମ୍ବା କ୍ଷତିଗ୍ରସ୍ତ କରାଯାଇଛି। ଏହି ରିପୋର୍ଟ ଉପଗ୍ରହ ଚିତ୍ର ଓ ଷ୍ଟାଟିକାଲ ମୋଡେଲିଂ ଉପରେ ଆଧାରିତ। ରିପୋର୍ଟ ଅନୁଯାୟୀ ଅଧିକାଂଶ ମସଜିଦକୁ ଗତ ତିନି ବର୍ଷରେ ବରବାଦ କରାଯାଇଛି। ପ୍ରାୟ ୮୫୦୦ ମସଜିଦ୍‌କୁ ସଂପୂର୍ଣ୍ଣ ଭାବେ ଭଙ୍ଗା ଯାଇଛି। ଉରୁମକି ଓ କାଶଗରର ବାହ୍ୟ ଅଞ୍ଚଳରେ ଅଧିକାଂଶ ମସଜିଦ ଭଙ୍ଗା ଯାଇଛି।

ଅନେକ  ମସଜିଦ୍‌କୁ ସଂପୂର୍ଣ୍ଣ ଭଙ୍ଗା ଯାଇ ନାହିଁ। କେବଳ ଗମ୍ଵୁଜ ଓ ମୀନାରକୁ ଖସାଇ ଦିଆଯାଇଛି। ସିନଜିୟାଙ୍ଗରେ କ୍ଷତିଗ୍ରସ୍ତ ପରେ ଏବେ ପ୍ରାୟ ୧୫,୫୦୦ ମସଜିଦ ବଞ୍ଚିରହିଛି। ଏଠାରେ ଏକ ତୃତୀୟାଂଶ ପବିତ୍ରସ୍ଥଳ, ଦରଘା, କବରସ୍ଥାନ ଓ ତୀର୍ଥ ସ୍ଥଳକୁ ହଟାଇ ଦିଆଯାଇଛି।

   Related Posts