ଚୀନ୍‌ରେ କରୋନା ବିସ୍ଫୋରଣ, ହସ୍ପିଟାଲରେ ଆଉ ମିଳୁନି ବେଡ୍, ଶ୍ମଶାନରେ ସଂସ୍କାର ଲାଗି ବଢୁଛି ଧାଡ଼ି

Published By : Prameya-News7 Bureau | December 20, 2022 IST

ବେଜିଂ ୨୦।୧୨: ଚୀନ୍‌ରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ବଡ଼ ବଡ଼ ସହରାଞ୍ଚଳଙ୍କରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ଲୋକେ କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହେଉଥିବା ବେଳେ ଲୋକଙ୍କ ଚିକିତ୍ସା ଲାଗି ହସ୍ପିଟାଲରେ ଶଜ୍ଜ୍ୟାଭାବ ଦେଖା ଦେଇଛି। ଏଣୁ ଚୀନ୍‌ରେ ପୁଣି ଥରେ କରୋନା ବିସ୍ପୋରଣ ହେବ ବୋଲି ଆଶଙ୍କା କରାଗଲାଣି। ଏଥିରେ ଚୀନ୍‌ର ଜନୈକ ବିଶେଷଜ୍ଞ ଦେଶରେ ଏପର୍ଯ୍ୟନ୍ତ ୬୦ ପ୍ରତିଶତ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ବିଶେଷଜ୍ଞ ଏରିକ୍ ଫିଗଲ-ଡିଙ୍ଗଙ୍କ ଅନୁସାରେ ଦେଶରେ ଏବେ କରୋନା ଯେଉଁଭଳି ବ୍ୟାପୁଛି ଏଥିରେ ଲକ୍ଷଲକ୍ଷ ଲୋକେ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଉଥିବା କହିଛନ୍ତି। ଦେଶରେ ସରକାରଙ୍କ ‘ଜିରୋ’  କୋଭିଡ ପଲିସି ବିରୋଧରେ ଲୋକଙ୍କ ବିଦ୍ରୋହ ଯୋଗୁ ବିନା କୌଣସି ପ୍ରସ୍ତୁତିରେ ଦେଶରୁ କୋଭିଡ କଟକଣା ହଟାଇ ଦିଆଯିବା ଏପରି ପରିସ୍ଥିତି ସୃଷ୍ଟି କରିଥିବା ଏରିକ୍ କହିଛନ୍ତି। ଦେଶରେ ଏବେ କରୋନା ସଂକ୍ରମଣ ଦିନକୁ ଦ୍ୱିଗୁଣା ରାତିକୁ ଚାରିଗୁଣା ହାରରେ ବ୍ୟାପୁଛି।

wp:html /wp:html

ମହାମାରୀ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ଅର୍ଥଶାସ୍ତ୍ରୀ ଏରିକ୍ ଫିଗଲ-ଡିଙ୍ଗ ଏବେ ଦେଶରେ ଗୁରୁତର ଆକ୍ରାନ୍ତ ଲୋକେ ହସ୍ପିଟାଲମାନଙ୍କରେ ଭରି ଯାଇଥିବା କହିଛନ୍ତି। ଶଜ୍ଜ୍ୟା ଅଭାବ ପଡୁଥିବାରୁ ଲୋକଙ୍କ ଲାଗି ବ୍ୟବସ୍ଥା ସମ୍ପ୍ରସାରଣ କରିବାକୁ ପଡୁଛି। ଏଥିରେ ଯଦି ପରିସ୍ଥିତି ଜାରି ରହେ ତେବେ ଆଗାମୀ ୯୦ ଦିନରେ ଚୀନ୍‌ର ୬୦ ପ୍ରତିଶତ ଓ ବିଶ୍ୱର ୧୦ ପ୍ରତିଶତ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବେ ବୋଲି ଏରିକ୍ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ସଂକ୍ରମଣ ବଢିଯିବା ଯୋଗୁ ଦେଶରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ସେ କହିଛନ୍ତି।

ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ ବେଜିଂର ଜଣାଶୁଣା ଶ୍ମାସନ ସବୁ ଏବେ ଶବରେ ଭରି ଯାଇଥିବା ବେଳେ  ସଂସ୍କାର ଲାଗି ଧାଡି କରାଯାଉଛି। ଏହା ଦେଶରେ ଅଚାନକ କରୋନା କଟକଣା ଢିଲା କରିଦିଆଯିବା ଆଡକୁ ଏବେ ଇସାରା କରୁଛି। ଶ୍ମଶାନ ପରିସରରେ କାମ କରୁଥିବା ଲୋକଙ୍କ ଅନୁସାରେ ଚୀନ୍‌ ରାଜଧାନୀର ପୂର୍ବ ଦିଗରେ ଥିବା ବେଜିଂ ଡୋଙ୍ଗଜିଆଙ୍ଗ ଶ୍ମଶାନ ଘାଟରେ ଦାହ ସଂସ୍କାର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ ଲାଗି ଅନୁରୋଧ ବଢିବଢି ଚାଲିଛି। ଚୀନ୍ ଅଧିକାରୀମାନେ ନଭେମ୍ବର ୧୯ରୁ ୨୩ ତାରିଖ ମଧ୍ୟରେ ମାତ୍ର ୪ଟି ମୃତ୍ୟୁ ପୁଷ୍ଟି କରିଥିଲେ। ହେଲେ ଏବେ ଚୀନ୍‌ରେ ହେଉଥିବା ମୃତ୍ୟୁର ଖୁବ କମ ରିପୋର୍ଟ କରାଯାଉଛି।  

{"id":723254,"width":844,"height":634,"sizeSlug":"full","linkDestination":"none"}

ମହାମାରୀ ଏକ୍ସପର୍ଟଙ୍କ ଅନୁସାରେ ଚୀନ୍‌ରେ ଏବେ ଦାହ ସଂସ୍କାର ଅବିରତ ଚାଲିଛି। ମର୍ଗ ସବୁ ଓଭର ଲୋଡେଡ ହୋଇପଡିଥିବା ବେଳେ ଦାହ ସଂସ୍କାର ଲାଗି ଲମ୍ବା ଧାଡି ଲାଗୁଛି। ଚୀନ୍‌ରେ ଗତ ୩ ବର୍ଷ ହେଲା ସାମାନ୍ୟ ସଂକ୍ରମଣ ବ୍ୟାପିବାମାତ୍ରେ ସରକାର ଜିରୋ କୋଭିଡନୀତି ଲାଗୁ କରିଦେଉଥିଲେ। ହେଲେ ଏବେ ଲୋକଙ୍କ ବିରୋଧ ପରେ ସରକାର ଲକଡାଉନ, କୋଭିଡ ଟେଷ୍ଟ ଓ କ୍ୱାରେଣ୍ଟାଇନ ସମାପ୍ତ କରିଦେବା ସଂକ୍ରମଣ ତୀବ୍ର ବ୍ୟାପିବାରେ ଲାଗିଛି। ଶ୍ୱଳ୍ପ ଟିକାକରଣ ହାର ଓ ଅବ୍ୟବସ୍ଥିତ ଏମାର୍ଜେନ୍ସୀ ସେବା କାରଣରୁ ଦେଶର ଏବେ ବଡ ଜନସଂଖ୍ୟା ଭୂତାଣୁ କବଳିତ ହୋଇଛି। ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ୧.୪ ବିଲିୟନ ଜନସଂଖ୍ୟାର ୧୦ ଲକ୍ଷ ଲୋକେ ମୃତ୍ୟୁ ମୁଖରେ ପଡିପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.