ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଧରା ପଡ଼ୁଛି ମିଛୁଆ ଚୀନ୍‌ର ସତ : କରୋନା ଭାଇରସ୍ ନେଇ ତଥ୍ୟ ଲୁଚାଇଥିଲା କି ଚୀନ୍?

24/03/2020 at 6:02 PM

ଓ୍ବାଶିଂଟନ୍ ୨୪/୩: ବିଶ୍ବର ସବୁ ଦେଶ କରୋନା ଭାଇରସର ସଂକ୍ରମଣ ଭୋଗୁଛନ୍ତି ଏବଂ ନିଜ ଅଞ୍ଚଳରେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ଲାଗୁ କରୁଛନ୍ତି। ଭାରତ,ବ୍ରିଟେନ୍ ଏବଂ ଆମେରିକା ସହ ବିଶ୍ବବ୍ୟାପି ଦେଶରେ ଲକଡାଉନର ସ୍ଥିତି ଚାଲିଛି। ଯିଏ ଯେଉଁଠି ଅଛି ତାକୁ ସେଠି ରହିବାକୁ ପରାମର୍ଶ ଦିଆଯାଉଛି। ସରକାର ଜରୁରୀ ମେଡିକାଲ୍ ସୁବିଧା ପ୍ରଦାନ କରୁଛି କିନ୍ତୁ ଏହା ମଧ୍ୟ ପର୍ଯ୍ୟାନ୍ତ ନୁହେଁ।

ଭାରତର ତମାମ ରାଜ୍ୟ ଲକଡାଉନ୍ ରହିଛି। କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଇ ଦିଆଯାଇଛି ଯାହା ଫଳରେ ଲୋକେ ଘରେ ରହୁଛନ୍ତି। ଚୀନର ଉହାନ ଏବଂ ହୁଓ୍ବେଇରୁ ଉତ୍ପତ୍ତି ହୋଇଥିବା କରୋନା ଏବେ ସାରା ଦେଶରେ କାୟା ବିସ୍ତାର କଲାଣି।

ଚୀନ କରୋନା ଭାଇରସର ସଂକ୍ରମଣକୁ ବ୍ୟାପିବାରେ ରୋକିବା ପାଇଁ ଯେଉଁ ହିସାବରେ ଯୁଦ୍ଧ ସ୍ତରରେ କାମ କରିବା ଆରମ୍ଭ କରିଥିଲା ତାହାକୁ ଦେଖି କୁହାଯାଉଛି ଯେ ସଂକ୍ରମଣ ଏତେ ମାମୁଲି ନଥିଲା। ସରକାର ଚୀନର ମୃତ୍ୟୁସଂଖ୍ୟାକୁ କମ୍ କରି ଦେଉଥିଲେ ମଧ୍ୟ ଚୀନରେ ମୃତ୍ୟୁ ସଂଖ୍ୟା ଅନେକ ବେଶୀ ଥିଲା। ପରିସ୍ଥିତି ବହୁତ ଖରାପ ହୋଇଥିବାରୁ ନୂଆ ହସ୍ପିଟାଲ୍ ନିର୍ମାଣ କରାଯାଇଥିଲା,ସମସ୍ତଙ୍କୁ ଘରେ ବନ୍ଦୀ କରାଯାଇଥିଲା। ଯଦି ଭାଇରସର ପ୍ରକୋପ କମ୍ ହୋଇଥାଆନ୍ତା ତେବେ ୨୪ଘଣ୍ଟା ଲକଡାଉନ୍ ପରିସ୍ଥିତି ସହରରେ ଚାଲୁ ହୋଇନଥାନ୍ତା।

   Related Posts