suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଚୀନରେ କରୋନା ଚତୁର୍ଥ ଲହର; ଏପ୍ରିଲରେ ଛୁଇଁବ ପିକ୍, ୧୭ଲକ୍ଷ ମୃତ୍ୟୁ ଆଶଙ୍କା

30/12/2022 at 5:59 PM

ନୂଆଦିଲ୍ଲୀ: ଜାନୁଆରୀରୁ ଏପ୍ରିଲ ମଧ୍ଯରେ ଚୀନରେ ପିକ୍ ଛୁଇଁବ କରୋନା । ନୂଆ ବର୍ଷରେ ଭୟଙ୍କର ହେବ ମାରାତ୍ମକ ଭାଇରସ୍ । ଚୀନରେ ଦୈନିକ ୧୮ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ । ସେହିପରି ପ୍ରତିଦିନ ୯ହଜାର ଲୋକ ପ୍ରାଣ ହରାଇବେ ।

ଲଣ୍ଡନର ଏୟରଫିନିଟି ଲିମିଡେଟର ରିସର୍ଚ୍ଚ ଅନୁଯାୟୀ, ଚୀନରେ ଚତୁର୍ଥ ଲହରରେ ଆହୁରି ଭୟଙ୍କର ହେବ କରୋନା । ଏପ୍ରିଲ ଶେଷ ବେଳକୁ ଦୈନିକ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ଏବେ ଚୀନର ସହରୀ ପ୍ରାନ୍ତକୁ ଭୂତାଣୁ କବଜାକୁ ନେଉଛି । ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଅନ୍ୟ ପ୍ରାନ୍ତ ଗୁଡ଼ିକରେ ଭୟଙ୍କର ରୂପ ଦେଖାଇବ । ଜାନୁଆରୀ ୨୩ ତାରିଖ ପରେ ଶହେ ୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବ ସଂକ୍ରମଣ । ପ୍ରତିଦିନ ୧୮ଲକ୍ଷରୁ ଅଧିକ ଲୋକ ଭୂତାଣୁ ସଂକ୍ରମିତ ହେବେ । ସେହିପରି ଦୈନିକ ୯ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ । ଏପ୍ରିଲ ଶେଷ ସୁଧା ଚୀନରେ ୧୭ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ବୋଲି ରିପୋର୍ଟରେ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।

ଏୟରଫିନିଟି ରିପୋର୍ଟରେ ଚୀନରେ ଡିସେମ୍ବର ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରତିଦିନ ୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ଅନୁମାନ କରାଯାଉଛି। ଚୀନରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ମାମଲା ବଢୁଛି । ତେବେ ବିଶ୍ବ ସ୍ତରରେ ଏହା କେତେ ଭୟଙ୍କର ହେବ ଏବେ ଅନୁମାନ ଲଗାଇବା ବୈଜ୍ଞାନିକମାନେ କ୍ଷେତ୍ରରେ ମୁସ୍କିଲ ହୋଇଛି ।

ଚୀନ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଓମିକ୍ରମର ନୂଆ ଭାଇରସ୍ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଏହି ଭାଇରସ୍ ଦେଶର ବିଭିନ୍ନ ପ୍ରାନ୍ତରେ ଚିହ୍ନଟ କରାଯାଇଛି । ସରକାର ଏହା ଉପରେ ନଜର ରଖିଛନ୍ତି ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।  

   Related Posts