୧୫ ଦିନ ଭିତରେ ଦ୍ୱିତୀୟ ଥର ସୈନ୍ୟ ଅଭ୍ୟାସ କଲା ଚୀନ, ତାଇୱାନ କହିଲା- ସରକାର ଏବଂ ସେନା ରଖିଛନ୍ତି ତୀକ୍ଷ୍ନ ନଜର

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ତାଇୱାନ ପ୍ରସଙ୍ଗରେ ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ ଅଧିକ ବଢିବାରେ ଲାଗିଛି । ଏହାରି ଭିତରେ ସୋମବାର ପୁଣି ଥରେ ତାଇୱାନ ନିକଟରେ ଚୀନ ବଡ଼ ଧରଣର ସୈନ୍ୟ ଅଭ୍ୟାସ କରିଛି । ଆମେରିକା କଂଗ୍ରେସ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ତାଇୱାନ ଗସ୍ତ କରିବା ପରେ ଚୀନ ଏହି ସୈନ୍ୟ ଅଭ୍ୟାସ କରିଛି । ଉଲ୍ଲେଖଯୋଗ୍ୟ ଯେ, ୧୫ ଦିନ ଭିତରେ ଚୀନ ଦ୍ୱିତୀୟ ଥରେ ପାଇଁ ଏହି ସୈନ୍ୟ ଅଭ୍ୟାସ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଆମେରିକା ସାଂସଦଙ୍କ ପାଞ୍ଚ ସଦସ୍ୟଙ୍କ ଏକ ପ୍ରତିନିଧିମଣ୍ଡଳ ତାଇପେ ଗସ୍ତ କରିଥିଲେ । ପେଲୋସିଙ୍କ ଯାତ୍ରା ପରେ ଚୀନ ଆକ୍ରାମକ ହୋଇ ଯୁଦ୍ଧାଭ୍ୟାସ କରିଥିଲା।

ଅନ୍ୟପଟେ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ କହିଛନ୍ତି,'ଆମ ସରକାର ଏବଂ ସେନା ଚୀନର ସୈନ୍ୟ ଅଭ୍ୟାସ ଉପରେ ତୀକ୍ଷ୍ନ ନଜର ରଖଛନ୍ତି । ମୁଁ ବିଶ୍ୱ ସମୁଦାୟ ଆଗରେ ଲୋକତାନ୍ତ୍ରିକ ତାଇୱାନର ସମର୍ଥନ କରିବା ଏବଂ କ୍ଷେତ୍ରୀୟ ସୁରକ୍ଷାର ସ୍ଥିତିରେ ଉତ୍ତେଜନା ଏଡାଇବାରେ ଭୂମିକା ଗ୍ରହଣ କରିବା ପାଇଁ ଅପିଲ କରୁଛି' ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.