କମ୍ପାନୀ କର୍ମଚାରୀଙ୍କୁ ସ୍କୁଲ ପିଲା ଭଳି ଦଣ୍ଡ ! ଟାର୍ଗେଟ ପୁରା ନହେବାରୁ କର୍ମଚାରୀଙ୍କୁ ମଝି ରାସ୍ତାରେ ଗୁରୁଣ୍ଡିବା ପାଇଁ ନିର୍ଦେଶ ଦେଲା କମ୍ପାନୀ; ଭିଡିଓ ଭାଇରାଲ

Published By : Prameya-News7 Bureau | January 17, 2019 IST

ବେଜିଙ୍ଗ ୧୭/୧ : ହୋମୱାର୍କ ନକଲେ ପିଲାଙ୍କୁ ସ୍କୁଲରେ କୁକୁଡ଼ା ଭଳି କାନ ଧରି ବସିବା ଏବଂ ହାତ ଉପରକୁ କରି ଛିଡା ହେବା ଦଣ୍ଡ ମିଳୁଥିଲା, ଏହା ଆମେ ସମସ୍ତେ ଜାଣିଛେ | କିନ୍ତୁ ଆପଣ ଏକ କମ୍ପାନୀରେ ଚାକିରୀ କରୁଛନ୍ତି ଏବଂ ଟାର୍ଗେଟ ପୂରା ନକରିବାରୁ ଆପଣଙ୍କୁ ଏମିତି କିଛି ଦଣ୍ଡ ମିଳିଥିବା କେବେ ଶୁଣିଛନ୍ତି କି ? ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚୀନରେ | ଟାର୍ଗେଟ ପୁରା ନକରି ପାରିବାରୁ ଏକ କମ୍ପାନୀର କର୍ମଚାରୀଙ୍କୁ ଭୂଇଁରେ ଗୁରୁଣ୍ଡିବାକୁ କୁହାଯାଇଥିଲା |

ଦକ୍ଷିଣ ଚୀନର ଏକ ଖବର ଅନୁସାରେ, ଚୀନର ଏକ କମ୍ପାନୀ ଟାର୍ଗେଟ ପୁରା ନକରିବାରୁ କର୍ମଚାରୀଙ୍କୁ ଭୂଇଁରେ ଗୁରୁଣ୍ଡିବା ପାଇଁ ନିର୍ଦେଶ ଦେଇଥିଲା | ଏହି କର୍ମଚାରୀଙ୍କୁ ମଝି ରାସ୍ତାରେ ଗୁରୁଣ୍ଡିବାକୁ କୁହାଯାଇଥିଲା | ସେତେବେଳେ ରାସ୍ତାରେ ଗାଡି ମଟର ମଧ୍ୟ ଯିବା ଆସିବା କରୁଥିଲେ | ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ରାସ୍ତାରେ ଯାଉଥିବା ଲୋକେ ଅଟକି ଯାଇଥିଲେ |

{"id":74976}

କମ୍ପାନୀର ଏଭଳି କାର୍ଯ୍ୟ ପାଇଁ କର୍ମଚାରୀ ବହୁତ ଦୁଃଖ ପ୍ରକାଶ କରିଥିଲେ | ଏହାକୁ ନେଇ ସମାଲୋଚନା ମଧ୍ୟ ହୋଇଥିଲା | ଏବେ ପ୍ରଶ୍ନ ଉଠିଛି ଯେ, କର୍ମଚାରୀ ଟାର୍ଗେଟ ପୂରା ନକରିବାରୁ କମ୍ପାନୀ ତାଙ୍କୁ ମଝି ରାସ୍ତାରେ ଗୁରୁଣ୍ଡିବା ପାଇଁ କହିବା କେତେଦୂର ଠିକ ! କର୍ମଚାରୀ ରାସ୍ତାରେ ଗୁରୁଣ୍ଡିବା ବେଳେ ଜଣେ ବ୍ୟକ୍ତି ପତାକା ଧରି ଆଗରେ ଚାଲୁଥିଲେ | ସମସ୍ତ କର୍ମଚାରୀ ପ୍ରଫେସନାଲ ଡ୍ରେସ ପିନ୍ଧିଥିଲେ | ଦଣ୍ଡ ମିଳିଥିବା କର୍ମଚାରୀଙ୍କ ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳା ସାମିଲ ଥିଲେ | ଏଭଳି ଦୃଶ୍ୟ ବିରଳ ନିଶ୍ଚୟ |

ସକାଳେ ଅଫିସରେ ପହଂଚିବା ପରେ କର୍ମଚାରୀ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ଦିଆଯାଇଥିବା ଟାର୍ଗେଟ ପୂରା ହୋଇପାରିନାହିଁ ଏବଂ ସେଥିପାଇଁ ତାଙ୍କୁ ଦଣ୍ଡ ମିଳିବ | ଏହା ଶୁଣି ସମସ୍ତ କର୍ମଚାରୀ ଚିନ୍ତିତ ହୋଇପଡିଥିଲେ | କିନ୍ତୁ ଅଫିସର କଡା ନିର୍ଦେଶ ପାଳନ କରି କର୍ମଚାରୀଙ୍କୁ ଏଭଳି କରିବାକୁ ପଡିଥିଲା | କିଛି ସମୟ ପରେ ପୋଲିସ ହସ୍ତକ୍ଷେପ କରିଥିଲା ଏବଂ କର୍ମଚାରୀଙ୍କୁ ଏଭଳି କରିବାକୁ ଅଟକାଇଥିଲା | କିନ୍ତୁ ପୋଲିସ ପହଂଚିବା ପୂର୍ବରୁ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଥିଲା | ଭିଡିଓକୁ ନେଇ ଦକ୍ଷିଣ ଚୀନର ମର୍ନିଙ୍ଗ ପୋଷ୍ଟ ଟ୍ୱିଟ କରିଥିଲା |

{"id":74977}

ସୂଚନାଯୋଗ୍ୟ ଯେ, ଖବର ଜଣାପଡିବା ପରେ କମ୍ପାନୀକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି | କମ୍ପାନୀର ଏଭଳି କାର୍ଯ୍ୟ ପାଇଁ କର୍ମଚାରୀ ବହୁତ ରାଗି ଯାଇଛନ୍ତି | କେତେକ କର୍ମଚାରୀ କମ୍ପାନୀକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଉ ବୋଲି ଟ୍ୱିଟ କରିଛନ୍ତି | ତେବେ କମ୍ପାନୀ କିମ୍ବା କର୍ମଚାରୀଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ବୟାନ ସାମ୍ନାକୁ ଆସିନାହିଁ |

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.