କରୋନା ମହାମାରୀ ମଧ୍ୟରେ ଚୀନରେ ପାଳନ ହେଲା ନୂଆବର୍ଷ, ରାସ୍ତାରେ ଏକାଠି ହେଲେ ହଜାର ହଜାର ଲୋକ
1/01/2023 at 8:11 AM

ନୂଆଦିଲ୍ଳୀ, ୦୧/୦୧: ଚୀନରେ କରୋନା ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଯାହାକୁ ନେଇ ଚୀନ ସହ ସମଗ୍ର ଦେଶରେ ଚିନ୍ତାର କାରଣ ପାଲଟିଛି। ଏହାରି ମଧ୍ୟରେ ନୂଆବର୍ଷ ଅବସରରେ ଲୋକେ ନୂଆବର୍ଷ ପାଳନ କରୁଥିବାର ନଜର ଆସିଛନ୍ତି। ବେଜିଂ ଠାରୁ ସାଘାଂଇ, ଉହାନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଲୋକେ ନୂଆବର୍ଷ ପାଳନ କରିଛନ୍ତି।
ଉହାନରେ କରୋନା ଭାଇରସ ସଂକ୍ରମଣର ପ୍ରଥମ ଥର ଚିହ୍ନଟ ହୋଇଥିଲା। ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ଉତ୍ସବ ପାଳନ କରିଥିଲେ। ଚୀନର ଗୁଆଂଝୋରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ଏଠାରେ ନୈନିଂରେ ନୂଆବର୍ଷ ପାଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଠାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଚୀନର ସେଣ୍ଟ୍ରାଲ ହୁବେଇ ପ୍ରାନ୍ତ, ହେନାନ ପ୍ରାନ୍ତ। ହଂକଂରେ ମଧ୍ୟ କରୋନା କଟକଣା ହଟାଯାଇଥିଲା। ଏଠାରେ ମଧ୍ୟ ନୂଆବର୍ଷ ଉତ୍ସବ ପାଳନ କରାଯାଇଥିଲା।
ସୂଚନାଯୋଗ୍ୟ, ନଭେମ୍ବର ମାସରେ ଚୀନରେ ଜିରୋ କୋଭିଡ୍ ନିୟମକୁ କୋହଳ କରାଯାଇଥିଲା। ତେବେ ନୂଆବର୍ଷ ଅବସରରେ ସହରରେ ପୁଣି ଥିରେ ବ୍ୟାରିକେଡିଂ ଲଗାଯାଇଥିଲା, ଯେଉଁଠାରେ ଲୋକେ ନୂଆ ବର୍ଷ ଉତ୍ସବ ପାଳନ କରିଥିଲେ।