scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନରେ ଇସ୍ରାଏଲ୍ ଉପରେ ବର୍ଷିଲେ ମୁସଲିମ୍ ଦେଶ, ବୈଠକ ପଛରେ ଡ୍ରାଗନର ରଣନୀତି କ’ଣ ?

20/11/2023 at 10:58 PM

ନୂଆଦିଲ୍ଲୀ: ଚୀନରେ ସୋମବାର ବହୁ ମୁସଲିମ ଦେଶ ଏକାଠି ହୋଇଥିଲେ । ସାଉଦି ଆରବ, ଇଜିପ୍ଟ, ଜର୍ଡନ ଓ ଫିଲିସ୍ତିନ ଗୋଟିଏ ସମାନ ଉଦ୍ଦେଶ୍ୟ ସହ ଏଠାରେ ପହଞ୍ଚିଥିଲେ । ବେଜିଂ ଦ୍ୱାରା ଆୟୋଜିତ ଏହି ବୈଠକ ସହ ଇସ୍ରାଏଲ୍-ହମାସ ଯୁଦ୍ଧର ସମ୍ପର୍କ ରହିଛି । ଦୁଇ ଦିନିଆ ବୈଠକ ଚୀନ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ଏହା ଉଦ୍ଦେଶ୍ୟ ବୋଲି କୁହାଯାଇଛି । ସାଉଦି ବିଦେଶ ମନ୍ତ୍ରୀ ପ୍ରିନ୍ସ ଫେସଲ ବିନ ଫରହାନ ଅଲ୍ କହିଛନ୍ତି ଯେ ମୁସଲିମ ଓ ଆରବ ଦେଶଙ୍କ ପ୍ରତିନିଧି ସ୍ପଷ୍ଟ ସନ୍ଦେଶ ଦେବା ପାଇଁ ଏକାଠି ହୋଇଛନ୍ତି । ଏହାସହ ଯୁଦ୍ଧ ଓ ହତ୍ୟା ବନ୍ଦ କରାଯିବା ଦରକାର ବୋଲି ସେ କହିଛନ୍ତି ।

ଏହି ଅବସରରେ ଫିଲିସ୍ତିନୀ ପ୍ରାଧିକରଣର ବିଦେଶ ମନ୍ତ୍ରୀ ରିୟାଦ ଅଲ-ମଲିକି ଇସ୍ରାଏଲ୍ ଆମକୁ ଶେଷ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଥିଲେ । ସେ କକହିଛନ୍ତି ଯେ ନିକଟରେ ଇସ୍ରାଏଲ୍ ସରକାରଙ୍କ ଦ୍ୱାରା କରାଯାଇଥିବା ଯୋଜନାର ଉଦ୍ଦେଶ୍ୟ ଐତିହାସିକ ଭୂମିରେ ଫିଲିସ୍ତିନୀ ଲୋକଙ୍କ ଉପସ୍ଥିତିକୁ ଶେଷ କରିବା । ସେହିପରି ଇଜପ୍ଟି ସରକାରଙ୍କ ଜଣେ ମୁଖପାତ୍ର କହିଥିଲେ ଯେ ଇସ୍ରାଏଲ୍ ଗାଜା ଲୋକଙ୍କ ମନବୀୟ ସହାୟତା ଶେଷ କରିବାକୁ ଚାହୁଁଛି । ଏହାସହ ରାଫା କ୍ରସିଙ୍ଗ ଜରିଆରେ ଗାଜାରେ ମାନବୀୟ ସହାୟତା ପାଇଁ ଇଜପ୍ଟି ଉଦ୍ୟମ କରୁଥିବା ସେ କହିଛନ୍ତି ।

ପଢନ୍ତୁ: ପ୍ରଥମଥର ପାଇଁ ଜନମତ ସର୍ଭେରେ ବାଇଡେନ୍‌ଙ୍କୁ ଟପିଲେ ଟ୍ରମ୍ପ, ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ କମିଲା ଆମେରିକାବାସୀଙ୍କ ସମର୍ଥନ

 ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ମୁସଲିମ ଦେଶଙ୍କ ଭଲ ବନ୍ଧୁ ଓ ଭାଇ ହେବା ଯୋଗୁଁ ସବୁବେଳେ ଫିଲିସ୍ତିନକୁ ସମର୍ଥନ କରୁଛୁ । ଆମେ ଫିଲିସ୍ତିନୀ ଲୋକଙ୍କ ରାଷ୍ଟ୍ରୀୟ ଅଧିକାରର ରକ୍ଷା କରିବାକୁ ଚାହୁଁଛୁ ବୋଲି ସେ କହିଥିଲେ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫,୫୦୦ ପୁରୁଷ ଓ ୩,୫୦୦ ମହିଳାଙ୍କ ସହ ୧୩,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

   Related Posts