Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରାମ ପାଇଁ ଚୀନ୍‌ର ଆହ୍ୱାନ, ପ୍ରସ୍ତାବ କଲା ଶାନ୍ତିର ପଥ

24/02/2023 at 6:13 PM

ନୂଆଦିଲ୍ଲୀ ୨୪।୨: ୟୁକ୍ରେନ ଓ ଋଷିଆ ମଧ୍ୟରେ ସିଜଫାୟାର ଅର୍ଥାତ ସଂଘର୍ଷ ବିରାମ ଲାଗି ଆହ୍ୱାନ କରିଛି ଚୀନ୍। ଏହା ସହିତ ଦୁଇ ଦେଶଙ୍କ ମଧ୍ୟରେ ବିବାଦ ସମାପ୍ତ ଲାଗି ୧୨ ବିନ୍ଦୁର ପ୍ରସ୍ତାବରେ ଶାନ୍ତିବାର୍ତ୍ତା ଆରମ୍ଭ କରିବା ପାଇଁ ମଧ୍ୟ ଅନୁରୋଧ କରିଛି। ଚୀନ୍‌ ବୈଦେଶିକମନ୍ତ୍ରାଳୟ ଶୁକ୍ରବାର ସକାଳେ ଏହି ଯୋଜନା ଜାରି କରିବା ସହ ଋଷିଆ ଉପରେ ଲଗାଯାଇଥିବା ପାଶ୍ଚାତ୍ୟ କଟକଣା ସମାପ୍ତ କରିବାକୁ କହିଛି। ଏଥିରେ ପରମାଣୁ ସୁବିଧା ସୁନିଶ୍ଚିତ କରିବା ପାଇଁ ଉପାୟ, ନାଗରିକଙ୍କ ଉଦ୍ଧାର ପାଇଁ ହ୍ୟୁମାନ କରିଡୋରର ସ୍ଥାପନା ଓ ଖାଦ୍ୟ ଶଶ୍ୟ ରପ୍ତାନୀ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଚୀନ ଆଗ୍ରହ କରିଛି।

ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ବର୍ଷଟିଏ ପୂରଣ ହୋଇଛି। ଋଷିଆ-ୟୁକ୍ରେନ ଯୁଦ୍ଧଯୋଗୁ ସାରା ବିଶ୍ୱରେ ଖାଦ୍ୟ ପାନୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ତେବେ ଚୀନ୍‌ ଏହି ଯୁଦ୍ଧରେ ନିଜକୁ ନିରପେକ୍ଷ ବୋଲି  ଦାବି କରିଛି, ହେଲେ  ଋଷିଆ ସହିତ ତାର ସମ୍ପର୍କର କୌଣସି ସୀମା ନାହିଁ ବୋଲି କହିଛି। ସେହିପରି ଯୁଦ୍ଧ ଲାଗି ୟୁକ୍ରେନର ସମାଲୋଚନା ଚୀନ୍‌ ଅଗ୍ରାହ୍ୟ କରିଥିବା ବେଳେ ପାଶ୍ଚାତ୍ୟ ଦେଶମାନେ ଏହି ଯୁଦ୍ଧକୁ ପ୍ରୋତ୍ସାହିତ କରୁଥିବା ଓ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା କହିଛି।

ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ ସଂଘର୍ଷ ଓ ଯୁଦ୍ଧରେ କାହାରିକୁ ଲାଭ ମିଳିବନି ବୋଲି କହିଛି। ବୟାନରେ ସବୁ ପକ୍ଷଙ୍କୁ ତର୍କ ସଙ୍ଗତତା ଓ ସଂଯମତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିରେ ସବୁ ପକ୍ଷଙ୍କୁ ଗୋଟିଏ ଦିଗରେ କାମ କରିବାକୁ ଓ ଯଥାଶୀଘ୍ର ସିଧା ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ଋଷିଆ ଓ ୟୁକ୍ରେନକୁ ସମର୍ଥନ କରିବା ଦରକାର ବୋଲି ଚୀନ କହିଛି। ଯେପରି ସ୍ଥିତିକୁ ଧିରେ ଧିରେ କମ କରାଯିବା ସହ ଅନ୍ତତଃ ଏକ ବ୍ୟାପକ ଯୁଦ୍ଧବୀରାମ ପର୍ଯ୍ୟନ୍ତ ପହଞ୍ଚିହେବ ବୋଲି କହିଛି।

ବେଜିଂର ଶୀର୍ଷ କୂଟନୀତିଜ୍ଞ ୱାଙ୍ଗ ୟି ଚଳିତ ସପ୍ତାହରେ ମସ୍କୋ ଗସ୍ତ କରିବା ସହ ଉଭୟ ଦେଶଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ସଂକଳ୍ପ କରିଛନ୍ତି। ବଦଳରେ ପୁଟିନ ବେଜିଂ ସହିତ ସମ୍ପର୍କର ନୂଆ ଅଧ୍ୟାୟକୁ ପ୍ରଶଂସା କରିଛନ୍ତି। ଚୀନ୍‌ ଶାନ୍ତିପ୍ରସ୍ତାବ ଆଗକୁ କରିବା ପୂର୍ବରୁ ୟୁକ୍ରେନ ରାଷ୍ଚ୍ରପତି ଭୋଲଦେମୀର ଜେଲଂସ୍କି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏଥିରୁ ଯାହା ଲାଗୁଛି ଚୀନ୍‌ ୟୁକ୍ରେନରେ ଶାନ୍ତି ଲାଗି ବାର୍ତ୍ତା ଆରମ୍ଭ କରିବାକୁ ଯାଉଛି। ଏଣୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ତେବେ ଗୁରୁବାର ଯେତେବେଳେ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ ସହ ଶତ୍ରୁତା ସମାପ୍ତ କରିବା ପାଇଁ ଓ ନିଜର ସେନା ପ୍ରତ୍ୟାହାର ପାଇଁ ଋଷିଆ ଲାଗି ଏକ ଅଣ ବାଧ୍ୟତାମୂଳକ ପ୍ରସ୍ତାବକୁ ମଞ୍ଜୁର କରାଗଲା ଏଥିରେ ଚୀନ୍‌ ଅନୁପସ୍ଥିତ ଥିଲା। ଏହି ସାଧାରଣ ସଭାରେ ପ୍ରସ୍ତାବକୁ ବହୁମତରେ ଗ୍ରହଣ କରାଯାଇଥିଲା। ଯେଉଁଥିରେ ମସ୍କୋ ୟୁକ୍ରେନରୁ ହଟିବା ସହ ଯୁଦ୍ଧ ବନ୍ଦ କରିବାକୁ ଦାବି କରାଯାଇଛି। ଏହି ପ୍ରସ୍ତାବ ସପକ୍ଷରେ ୧୪୧ଟି ଭୋଟ ପଡିଥିବା ବେଳେ ୩୨ ମତଦାନରୁ ଅନୁପସ୍ଥିତ ଥିଲେ।

ଋଷିଆ ସପକ୍ଷରେ ୬ଟି ଦେଶ ବେଲାଋଷ, ଉତ୍ତରକୋରିଆ, ଇରିଟ୍ରିୟା, ମାଲି, ନିକାରଗୁଆ ଓ ସିରିଆ ଥିଲେ। ଜାତିସଂଘରେ ଋଷିଆ ଉପରାଜଦୂତ ଦମିତ୍ରି ପଲିଂସ୍କି ଜାତିସଂଘର ପ୍ରସ୍ତାବକୁ ଅନୁପଯୋଗୀ କହି ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ଟ୍ୱିଟରରେ ଜାତିସଂଘର ଭୋଟ ୟୁକ୍ରେନ ଲାଗି ଅତୁଟ ବୈଶ୍ୱିକ ସମର୍ଥନର ଏକ ମଜଭୁତ ସଂକେତ ବୋଲି କହିଛନ୍ତି। ନିଜ ପଡୋଶୀ ଉପରେ ଋଷିଆର ଆକ୍ରମଣ ବୈଶ୍ୱିକ ଅର୍ଥ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ସେହିପରି ଶୀତଳ ଯୁଦ୍ଧ ଅନ୍ତର୍ଜାତୀୟ ସମ୍ପର୍କକୁ ଥଣ୍ଡା କରିଦେଇଛି। ଏଥିରେ ଋଷିଆକୁ ଚୀନ୍‌ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଇବା ପାଇଁ ବିଚାର କରୁଥିବା ୱାସିଂଟନ କହିଛି। ଏହା ଏକ ଏପରି ପଦକ୍ଷେପ ଯାହା ଆମେରିକା ନେତୃତ୍ୱାଧୀନ ନାଟୋ ମଧ୍ୟରେ ବିଭେଦ ସୃଷ୍ଟି କରିବ ବୋଲି ୱାସିଂଟନ କହିଛି।

   Related Posts