ଭାରତରେ ପୁଣି ଥରେ ହେବ TikTok ର ଏଣ୍ଟ୍ରି : କିଣିପାରେ ରିଲାଏନ୍ସ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩/୮: ଦେଶରେ ଯୁବବର୍ଗଙ୍କ ପସନ୍ଦର ଚାଇନିଜ ଆପ୍ ଟିକଟକ୍ ପୁଣି ଥରେ ଏଣ୍ଟ୍ରି କରିପାରିବେ। ରିଲାୟନ୍ସ ଇଣ୍ଡଷ୍ଟ୍ରି ଟିକଟକକୁ ଭାରତୀୟ ବ୍ୟବସାୟ କିଣିପାରେ।

ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡାନ୍ସ ଏବଂ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାୟନ୍ସ ଇଣ୍ଡଷ୍ଟ୍ରିସ୍ ଲିମିଟେଡ ମଧ୍ୟରେ କଥାବାର୍ତ୍ତା ଚାଲିଛି। ରିଲାୟନ୍ସ ଏବଂ ଟିକଟକ ତରଫରୁ ଏବେ ଏବିଷୟରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।ଗତ ଜୁଲାଇ ମାସରେ ଭାରତ ସରକାର ଟିକଟକ୍ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରି ଦେଇଥିଲେ।

ବ୍ୟାନ୍ ସମୟରେ ଟିକଟକର ୩୦ପ୍ରତିଶତ ୟୁଜର ଭାରତୀୟ ଥିଲେ ଏବଂ ଏହାର ୧୦ପ୍ରତିଶତ ଆୟ ଭାରତରୁ ହେଉଥିଲା। ୨୦୨୦ଅପ୍ରେଲ ଯାଏଁ ଗୁଗଲ ପ୍ଲେ ଷ୍ଟୋରରୁ ଟିକଟକର ୨ଆରବ ଡାଉନଲୋଡ କରାଯାଇଥିଲା। ଏଥିରୁ ପାଖାପାଖି ୩୦.୩ପ୍ରତିଶତ କିମ୍ବା ୬୧.୧କୋଟି ଭାରତରୁ ଡାଉନଲୋଡ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.