ଦେପସାଙ୍ଗରେ ଚୀନ୍‌ ନିର୍ମାଣ କରିଛି ୨୦୦ ସେଲ୍ଟର, ଏ ସବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ଯୋଗୁ ହେଉଛି କହିଲା କଂଗ୍ରେସ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ୩।୧୨:  କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଚୀନ୍‌ ଅନୁପ୍ରବେଶର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ୧୫ ନଭେମ୍ବର ୨୦୨୨ରେ ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗକୁ ହସି ହସି ଭେଟିଥିଲେ। ଏହାର ୧୮ ଦିନ ପରେ ଚୀନ୍‌ ଦେପସାଙ୍ଗରେ ସେଲ୍ଟର ନିର୍ମାଣ କରିଦେଇଛି। ଫଳରେ ଆମ ସେନା ଏବେ ସେମାନଙ୍କ ପାଟ୍ରୋଲିଂ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି।

ଏହି ଅଞ୍ଚଳଟି ଜାତୀୟ ସୁରକ୍ଷା ଓ ଭୂ-ଭାଗୀୟ ଅଖଣ୍ଡତା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହାକୁ ନେଇ ସରକାର ଅଥବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଆସି ନାହିଁ। ଶ୍ରୀନେତ କହିଛନ୍ତି ଯେ ମାତ୍ର ୧୮ ଦିନ ପରେ ବିଚଳିତ କରିଦେବା ଭଳି ଖବର ଆସୁଛି। ଖବର ଅନୁସାରେ ଚୀନ୍‌ ଆମ ଭୂ-ଭାଗରେ ୨୦୦ ସେଲ୍ଟର ନିର୍ମାଣ କରିଦେଇଛି। ଏହି ସବୁ ସେଲ୍ଟର ଏଲଏସିର ୧୫ରୁ ୧୮ କିଲୋମିଟର ଭାରତ ଭିତରକୁ ନିର୍ମିତ ହୋଇଛି। ଏଥିରୁ ଏବେ ଚୀନ୍ ଅତିକ୍ରମଣ ପରେ ଆମ ମାଟିରେ ସ୍ଥାୟୀ ଭାବେ ରହିବ।

{"id":716636,"width":840,"height":543,"sizeSlug":"full","linkDestination":"none"}

ଏପ୍ରକାର ସେଲ୍ଟର ଭାରତୀୟ ସେନା ସିୟାଚେନରେ ହାଡ ଥରା ଥଣ୍ଡାରେ ନିର୍ମାଣ କରିଥାଏ। ଯାହା ଦ୍ୱାରା ତାପମାତ୍ରା ନିୟନ୍ତ୍ରିତ କରାଯାଇଥାଏ। ଯାହା ଦ୍ୱାରା ସେନା ସେଠାରେ ସ୍ଥାୟୀ ରୂପେ ରହି ପାରନ୍ତି। ଚୀନ୍‌ ଏଠାରେ ଏବେ ସେହି କାମ କରିଛି। ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଉପଗ୍ରହ ଚିତ୍ର ଅନୁସାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି। ପେଙ୍ଗୟଙ୍ଗ ହ୍ରଦ କଡରେ ଏହି ନିର୍ମାଣ ହୋଇଛି। ଯେଉଁଥିରେ ପିଏଲଏର ଡିଭିଜନ ମୁଖ୍ୟାଳୟ, ଗେରିସନ, ଆର୍ଟିଲାରୀ ଓ ଆଣ୍ଟି ଏୟାରକ୍ରାଫ୍ଟ ଗନ ଲାଗି ଆଶ୍ରୟ ମଧ୍ୟ ନିର୍ମାଣ ହୋଇଛି।

ଚୀନ୍‌ ସେଠାରେ ମାଇକ୍ରୋୱେଭ ଟାୱାର ମଧ୍ୟ ସ୍ଥାପନା କରିଛି। ଏହାର ୧୦ କିଲୋମିଟର ଦୂରରେ ଏକ ପୋଲ ମଧ୍ୟ ନିର୍ମିତ ହୋଇଯାଇଛି। ଏହା ସବୁ ପ୍ରଧାନମନ୍ତ୍ରୀଙ୍କ ନିରବତା ଯୋଗୁ ହୋଇ ଚାଲିଥିବା ଶ୍ରୀନେତ ଅଭିଯୋଗ କରିଛନ୍ତି।ଯାହା ସେନାର ମନବଳ ସହ ଖେଳ ବୋଲି ସେ କହିଛନ୍ତି। ତେବେ ଚୀନ୍‌ର ଏପରି ହରକତ ସମ୍ପର୍କରେ ସରକାର ଅନଭିଜ୍ଞ ନା ଜାଣିଶୁଣି ଚୁପ ରହିଛନ୍ତି। ଆମ ଜମି ଉପରେ ଚୀନ ନିର୍ମାଣ କରିଥିବା ସ୍ଥାୟୀ ନିର୍ମାଣ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀନେତ ପ୍ରଶ୍ନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.