ଭାରତ ପାଇଁ ୱାଟର ବୋମ: ବ୍ରହ୍ମପୁତ୍ର ନଦୀ ଉପରେ ବିଶ୍ୱର ସବୁଠାରୁ ବଡ଼ ବନ୍ଧ ନିର୍ମାଣ ଆରମ୍ଭ କଲା ଚୀନ

Published By : Prameya-News7 Bureau | July 20, 2025 IST

indianexpress

ନୂଆଦିଲ୍ଲୀ: ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ୧୬୭.୮ ବିଲିୟନ ଡଲାରର ଖର୍ଚ୍ଚ କରି ବିଶ୍ୱର ସବୁଠାରୁ ବଡ଼ ବନ୍ଧ ନିର୍ମାଣ ଆରମ୍ଭ କଲା ଚୀନ। ଏହା ଅରୁଣାଚଳ ପ୍ରଦେଶର ଭାରତୀୟ ସୀମା ନିକଟରେ ତିଆରି କରାଯାଉଛି। ଶନିବାର ବନ୍ଧ ନିର୍ମାଣ କାମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ବୋଲି ଚୀନ୍ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ସୂଚନା ଦେଇଛନ୍ତି। ନିଙ୍ଗଚି ସହରରେ ବ୍ରହ୍ମପୁତ୍ର ନଦୀ(ସ୍ଥାନୀୟ ଭାଷାରେ ଜାଙ୍ଗବୋ)ର ତଳ ଭାଗରେ ଭୂମିପୂଜନ ସରିବା ପରେ ଏହି ବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଚୀନ ସରକାରୀ ମିଡିଆକୁ ସୂଚନା ଦେଇଛନ୍ତି। ଚୀନ ସରକାରୀ ଖବର ସଂସ୍ଥା ସିନହୁଆର ରିପୋର୍ଟ ଅନୁସାରେ, ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ନ୍ୟାଙ୍ଗଚି ମେନଲିଙ୍ଗ ଜଳବିଦ୍ୟୁତ ଷ୍ଟେସନର ବନ୍ଧ ପାଖରେ ଏଥିପାଇଁ ଭୂମି ପୂଜନ ହୋଇଥିଲା। ଏହି ପ୍ରକଳ୍ପରେ ପାଞ୍ଚଟି କାସ୍କେଡ୍ ଜଳବିଦ୍ୟୁତ ଷ୍ଟେସନ ରହିବ, ଯାହାର ମୋଟ ନିବେଶ ପ୍ରାୟ ୧.୨ ଟ୍ରିଲିୟନ ୟୁଆନ (ପ୍ରାୟ ୧୬୭.୮ ବିଲିୟନ ଆମେରିକୀୟ ଡଲାର) ହେବ। ରିପୋର୍ଟ ଅନୁସାରେ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଚୀନର ଜାତୀୟ ବିକାଶ ଏବଂ ସଂସ୍କାର କମିଶନ ଏବଂ ଚୀନର ପାୱାର କନଷ୍ଟ୍ରକ୍ସନ କର୍ପୋରେସନ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ।

୨୦୨୩ର ଏକ ରିପୋର୍ଟ ଅନୁଯାୟୀ, ଏହି ଜଳବିଦ୍ୟୁତ କେନ୍ଦ୍ର ପ୍ରତିବର୍ଷ ୩୦୦ ବିଲିୟନ କିଲୋୱାଟ ପର ଆୱାରରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବ ବୋଲି ଆଶା କରାଯାଉଛି। ଯାହା ୩୦୦ ମିଲିଅନରୁ ଅଧିକ ଲୋକଙ୍କ ବାର୍ଷିକ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ।

ଏଥିସହିତ ଚୀନ ଦରକାର ପଡିଲେ ପଡ଼ୋଶୀକୁ ବିଦ୍ୟୁତ ରପ୍ତାନୀ କରିବା ସହିତ ତିବ୍ଦତର ସ୍ଥାନୀୟ ଚାହିଦାକୁ ମଧ୍ୟ ପୂରଣ କରିବ, ଯହାକୁ ଚୀନ ସରକାରୀ ଭାବରେ ଜିଜାଙ୍ଗ ପ୍ରଦେଶ ବୋଲି କହୁଛି।

ବିଶ୍ୱର ସବୁଠାରୁ ବଡ଼ ଡ୍ୟାମ କୁହାଯାଉଥିବା ଏହି ଜଳବିଦ୍ୟୁତ ପ୍ରକଳ୍ପ, ନିମ୍ନ ନଦୀକୂଳିଆ ଦେଶ, ଭାରତ ଏବଂ ବାଂଲାଦେଶ ପାଇଁ ଚିନ୍ତା ବଢ଼ାଇ ଦେଇଛି। ନିକଟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ପିଟିଆଇକୁ ଇଣ୍ଟରଭ୍ୟୁ ଦେଇ ଚୀନର ଏହି ପ୍ରକଳ୍ପକୁ ଭାରତ ପାଇଁ ୱାଟର ବୋମ ବୋଲି କହିଥିଲେ। ସେ କହିଥିଲେ “ଅରୁଣାଚଳ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି “ଚୀନ୍ ଠାରୁ ସାମରିକ ବିପଦକୁ ଏକପାଖିଆ କରିଦେଲେ ମୋତେ ଲାଗୁଛି ଯେ ଏହି ଜଳ ସମସ୍ୟା ଅନ୍ୟ ଯେକୌଣସି ସମସ୍ୟା ଅପେକ୍ଷା ବହୁତ ବଡ଼। ଏହା ଆମର ଜନଜାତି ଏବଂ ଆମର ଜୀବିକା ପାଇଁ ଏକ ଅସ୍ତିତ୍ୱଗତ ବିପଦ ସୃଷ୍ଟି କରିବାକୁ ଯାଉଛି। ଏହା ବହୁତ ଗମ୍ଭୀର କାରଣ ଚୀନ୍ ଏହାକୁ ଏକ ପ୍ରକାର 'ଜଳ ବୋମା' ଭାବରେ ମଧ୍ୟ ବ୍ୟବହାର କରିପାରେ।” 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.