କରୋନାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ କଥା କଟାକଟି: ବର୍ତ୍ତମାନ ସୁଦ୍ଧା ଭାରତରେ ୧୭୦ କରୋନା ସଂକ୍ରମଣ ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ୧୯/୩: ସାରା ବିଶ୍ବରେ କରୋନାର ପ୍ରକୋପ। କରୋନା ଭୂତାଣୁରେ ଏବେ ବିଶ୍ବରେ ୧୬୬ଟି ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇଟାଲିରେ ଗୋଟିଏ ଦିନରେ ପାଖାପାଖି ୫ ଶହ ଜଣଙ୍କର ଜୀବନ ଯାଇଛି।  ଭାରତରେ ଗୁରୁବାର ପଞ୍ଜାବରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ପରେ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗୁରୁବାର ଦେଶରେ ୧୩ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି।  କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ୧୭୦ ପାର୍ ହେଲାଣି।

{"id":241134,"sizeSlug":"large"}

କରୋନା ସଂକ୍ରମଣରେ ଆଉ ଜଣଙ୍କ ମୃତ୍ୟୁ। କରୋନାରେ ପ୍ରାଣ ହରାଇଥିବା ଚତୁର୍ଥ ରୋଗୀ ପଞ୍ଜାବର। ୭୨ ବର୍ଷୀୟ ଜଣେ ବ୍ୟକ୍ତି ୧୦ ଦିନ ତଳେ ଜର୍ମାନୀରୁ ଇଟାଲୀ ଦେଇ ଭାରତ ପହଞ୍ଚିଥିଲେ। ନୱନସହର ସହରର ବାଙ୍ଗା ହେଲଥ୍‌ ସେଣ୍ଟରରେ ସେ ଚିକିତ୍ସାଧୀନ ଥିବା ବେଳେ ସେ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଥିଲା।  ଗୁରୁବାର ଦେଶରେ ଆହୁରି ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

{"id":241135,"sizeSlug":"large"}

ସଂକ୍ରମିତଙ୍କ ସଂଖ୍ୟା ୧୭୦ ପାର୍ କଲାଣି। ମହାରାଷ୍ଟ୍ରରେ ସର୍ବାଧୀକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଆଉ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି।  କର୍ଣ୍ଣାଟକର ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେହିପରି ଦିଲ୍ଲୀରେ ୧୨ ,ଉତ୍ତରପ୍ରଦେଶରେ ୧୭,କେରଳରେ ୨୭,ତେଲେଙ୍ଗାନାରେ ୬,ରାଜସ୍ଥାନରେ ୪, ହରିୟାଣାରେ ୧୭ଜଣ କରୋନା ରୋଗୀ ଚିହ୍ନଟ ହୋଇଛି। କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୧ରୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ବ୍ୟାନ ଲଗାଇବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛି। ଗୋଟିଏ ଆଶ୍ବସ୍ତିର ଖବର ଯେ ଏଯାଏ ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନି। ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଣ୍ଡମ ସାମ୍ପଲ ସଂଗ୍ରହ କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣରେ ରେଜଲଟ୍‌ ନେଗେଟିଭ୍ ଆସିଛି।

{"id":241136,"sizeSlug":"large"}

ଏଯାଏଁ ୧୬୬ଟି ଦେଶରେ ଦେଖିବାକୁ ମିଳିଛି କରୋନା ଭାଇରସର ବିଭିଷୀକା। ୨ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ଥିବାବେଳେ ୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଚୀନ ପରେ ଇଟାଲିରେ କୋରୋନା ସାଂଘାତିକ ରୂପ ନେଲାଣି। ଇଟଲିରେ ଗୋଟିଏ ଦିନରେ ୪୭୫ ଜଣଙ୍କର ଜୀବନ ଯାଇଛି।

{"id":241137,"sizeSlug":"large"}

ଆମେରିକାରେ କରୋନା ସଂକ୍ରମଣରେ ୧୫୦ ଜଣଙ୍କର ମୁଣ୍ଡ ନେଲାଣି। ରଷିଆରେ ଆଜି ଜଣେ ରୋଗୀର ଜୀବନ ଯାଇଛି। ଇରାନରେ କରୋନା ସଂକ୍ରମଣରେ ଆହୁରି ୧୪୯ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୨୮୪କୁ ବୃଦ୍ଧି ପାଇଛି। ଚୀନରେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଉଥିବା ବେଳେ କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଚୀନ ଓ ଆମେରିକା।

{"id":241138,"sizeSlug":"large"}

ଡୋନାଲ୍‌ଡ ଟ୍ରମ୍ପ ବାରମ୍ବାର କରୋନାକୁ ଚାଇନିଜ୍‌ ଭାଇରସ କହିଥିବା ବେଳେ ଚୀନ କହିଛି ଏହାର ଉତ୍ପତ୍ତି ଉହାନରୁ ନୁହେଁ। ମାନେ ଏଥିରେ କିଛି ଷଡ଼଼ଯନ୍ତ୍ର ଅଛି। କରୋନାକୁ ଦେଖି ବିଦେଶରୁ ଆସୁଥିବା ସମସ୍ତ ବିମାନକୁ ସପ୍ତାହକ ପାଇଁ ରଦ୍ଦ କରାଯାଇଛି। ଇଟାଲୀରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଏୟାର ଲିଫ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.