ବିଶ୍ବକୁ ଧ୍ବଂସ କରିବାକୁ ପାକିସ୍ତାନରେ ଚୀନ୍ ଚଳାଇଛି ଭୂତାଣୁ ପ୍ଲାନ୍ ! ରାଓ୍ବଲପିଣ୍ଡି ଲ୍ୟାବରେ ଘାତକ ଭାଇରସର ରିସର୍ଚ୍ଚ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ମୃତ୍ୟୁର ତାଣ୍ଡବ ରଚିବାକୁ ଯାଉଛି ଡ୍ରାଗନ୍। ବିଶ୍ବ ବିଜୟୀ ହେବାକୁ ପ୍ଲାନ୍ ପ୍ରସ୍ତୁତ କରୁଛି ଚୀନ୍ । ଜୈବିକ ଅସ୍ତ୍ର ମାଧ୍ୟମରେ ଧ୍ବଂସଲୀଳା ରଚିବାକୁ ଚାଲିଛି ଯୋଜନା । ଆଉ ଏହାକୁ ଖୁଲମଖୋଲା ସମର୍ଥନ କରୁଛି ବେଜିଂର ଇସାରାରେ ବସ୍ଉଠ ହେଉଥିବା ପାକିସ୍ତାନ । ରାଓ୍ବଲପିଣ୍ଡି ଲ୍ୟାବରେ ମାରାତ୍ମକ ଭଇରସ୍ ପ୍ରସ୍ତୁତି ନେଇ ରିସର୍ଚ୍ଚ ଚଳାଇଛନ୍ତି ଚୀନ୍ ବୈଜ୍ଞାନିକ।

ଖବର ଏଜେନ୍ସି ଏଏନ୍ଆଇ ରିପୋର୍ଟ ଅନୁଯାୟୀ, ଚୀନ୍ ଓ ପାକିସ୍ତାନର ବନ୍ଧୁତା ଏବେ ବିଶ୍ବ ପାଇଁ ନୂଆ ବିପଦ ଆଣିବାକୁ ଯାଉଛି । ମୃତ୍ୟୁର ହୋଲି ଖେଳି ବିଶ୍ବଗୁରୁ ବନିବାକୁ ଲଗାତାର ଉଦ୍ୟମ ଚଳାଇଛି ଚୀନ୍ । ପାକିସ୍ତାନ ସହଯୋଗରେ ମାରାତ୍ମକ ଭାଇରସ୍ ପ୍ରସ୍ତୁତ କରୁଛି ଡ୍ରାଗନ୍ । ରାଓ୍ବଲପିଣ୍ଡି ରିସର୍ଚ୍ଚ ଲ୍ୟାବରେ ଏହି ଘାତକ ଭୂତାଣୁ ତିଆରି ପାଇଁ ଗବେଷଣା ଆରମ୍ଭ କରିଦେଇଛନ୍ତି ଚୀନ୍ ବୈଜ୍ଞାନିକ । ବୁହାନ ଇନଷ୍ଟିଚ୍ୟୁଟ୍ ଓ ଡିଫେନ୍ସ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଅର୍ଗାନାଇଜେସନ ଦ୍ବାରା ଏହି ବିଶେଷ ପ୍ରୋଜେକ୍ଟର ରିସର୍ଚ୍ଚ ଚାଲିଛି । ଭାଇରସ୍ ପ୍ରସ୍ତୁତିର ପ୍ରୋୟୋଗଶାଳା ରାଓ୍ବଲପିଣ୍ଡିର ଚାକଲାଲା ଅଞ୍ଚଳରେ ରହିଛି । ଏହାର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ପାକିସ୍ତାନର ଜେନେରାଲ ସ୍ତରର ଅଫିସର । ଏଠାରେ ଚୀନ୍ କୋଭିଡ୍ ଭୂତାଣୁ ଠାରୁ ଆହୁରି ମାରାତ୍ମକ ଭାଇରସକୁ ବିକଶିତ କରୁଛି । ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା ।

୨୦୨୦ରେ ବିଶ୍ବରେ ତାଣ୍ଡବ ରଚିଥିବା କରୋନା ଭାଇରସ୍‌କୁ ନେଇ ଚୀନ୍ ଉପରେ ଦୋଷ ଲଦିଥିଲେ ସମସ୍ତେ । ଚୀନ୍‌ର ଲ୍ୟାବରୁ କରୋନା ଭାଇରସ୍ ବାହାରିଥିବା ଆମେରିକାର ସିନେଟ୍ କମିଟି ରିପୋର୍ଟରେ ଦାବି କରାଯାଇଥିଲା । ଏଯାଏଁ ଏହି ଘାତକ କରୋନା ଭାଇରସ୍‌ରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଛି । ତେବେ ଚୀନ୍-ପାକ୍‌ର ଭାଇରସ୍ ବିକଶିତ ଉଦ୍ୟମ ବିଶ୍ବକୁ ବିପଦ ମହଁକୁ ଟାଣି ନେବ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.