FATF: ଚୀନ୍ ବି ଛାଡିଲା ପାକିସ୍ତାନର ହାତ, ସୁଧୁରି ନପାରିଲେ ହେବ Blacklist

Published By : Prameya-News7 Bureau | February 21, 2020 IST

ପ୍ୟାରିସ୍:  ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ରେ ପାକ୍‌ର ସମସ୍ତ ଚାଲବାଜି ବିଫଳ ହୋଇଛି। ତେବେ ଚୀନ, ମାଲେସିଆ ଓ ତୁର୍କୀ ଆଦି ରାଷ୍ଟ୍ରଙ୍କ ସହଯୋଗ ଯୋଗୁ ଯଦିଓ ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିଯାଇଛି , କିନ୍ତୁ ଏବେ ଗ୍ରେ ଲିଷ୍ଟରେ ରହିବ। ଏଥିଲାଗି ପାକ୍‌କୁ ପୁଣି ଜୁନ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଆତଙ୍କବାଦ ସମେତ ୨୫ ସୂତ୍ରି ଆକ୍ସନ ପ୍ଲାନ ଉପରେ ପାକ୍‌କୁ କାର୍ଯ୍ୟ କରିବାକୁ ପଡିବ। ଯଦି ଏଥିରେ ପାକ୍ ବିଫଳ ହୁଏ ତେବେ ଆପେ ଆପେ ବ୍ଲାକ୍ ଲିଷ୍ଟକୁ ଚାଲିଯିବ ବୋଲି ଏଫଏଟିଏଫ ସତର୍କ କରାଇଦେଇଛନ୍ତି।

{"id":227247,"width":579,"height":320,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ପାକ୍‌କୁ ଏଫଏଟିଏଫଙ୍କ ଗ୍ରେ ଲିଷ୍ଟରୁ ବାହରକୁ ଆସିବା ଲାଗି ଅନୁନ୍ୟ ୧୩ଟି ଦେଶଙ୍କ ସମର୍ଥନ ଦରକାର। ତେବେ ପାକ୍ ଏଫଏଟଟିଏଫରେ ନିଜ ଲାଗି ଚୀନ ସମେତ ୩ଟି ଦେଶଙ୍କ ସମର୍ଥନ ଯୋଗାଡ କରିପାରିଥିଲା। ହେଲେ ଚୀନ ଯଦିଓ ପାକିସ୍ତାନକୁ ପ୍ରସଙ୍ଗରେ ନୈତିକ ସମର୍ଥନ କରିଥିଲା ତେବେ ଭାରତ, ଆମେରିକା ଓ ୟୁରୋପୀୟ ଦେଶଙ୍କ ପ୍ରସଙ୍ଗକୁ ସମର୍ଥନ କରିଛି। ଏଣୁ ଅନ୍ତର୍ଜାତୀୟ ସହଯୋଗ ସମୀକ୍ଷା ସମୂହ (ଆଇସିଆରଜି) ବୈଠକରେ ପାକ୍‌କୁ ପୁଣି ସନ୍ଦିଗ୍ଧ ଗ୍ରେ ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଜୁନ ସୁଦ୍ଧା ସର୍ତ୍ତପୂରଣ କରିନପାରିଲେ ବ୍ଲାକ୍ ଲିଷ୍ଟକୁ ଚାଲିଯିବ ବୋଲି କୁହାଯାଇଛି। ଏ ନିଷ୍ପତ୍ତି ଏଫଏଟିଏଫର ପ୍ୟାରିସ ପୂର୍ଣ୍ଣ ଅଧିବେଶନରେ ଗ୍ରହଣ କରାଯାଇଛି।

{"id":227248,"width":576,"height":323,"sizeSlug":"large"}

ପ୍ରସଙ୍ଗରେ ଚୀନ ପୂର୍ବରୁ ଭିନ୍ନ ମତ ପୋଷଣ କରିଆସୁଥିଲା। ଆତଙ୍କବାଦ ନିୟନ୍ତ୍ରଣ ଲାଗି ପାକ୍ ଯଥେଷ୍ଟ ଉଦ୍ୟମ କରୁଥିବାର କହିଆସୁଥିଲା। ହେଲେ ଏବେ ପ୍ରସଙ୍ଗରେ ଚୀନ୍ ସାଥ ଛାଡି ଦେବା ପାକିସ୍ତାନ ଲାଗି ଝଟକା ସାବ୍ୟସ୍ତ ହୋଇଛି। ଏବେ ଗ୍ରେ ଲିଷ୍ଟରେ ରହିବା ସମୟରେ ପାକିସ୍ତାନର ସମସ୍ତ ବ୍ୟବସାୟିକ ସମ୍ପର୍କ ଓ ଆର୍ଥିକ ନେଣ ଦେଣ ଉପରେ ଏବେ ନଜର ରଖାଯିବ।  ବୈଠକରେ ପାକିସ୍ତାନ ଏଫଏଟିଏଫଙ୍କ ବୈଷୟିକ ପ୍ରକ୍ରିୟାକୁ ମଧ୍ୟ ରାଜନୀତିକରଣ କରିବାକୁ ଉଦ୍ୟମ କରିଥିବାର ଜଣାପଡିଥିଲା। ଏଣୁ ପାକିସ୍ତାନର ବ୍ୟବସାୟିକ ସମ୍ପର୍କ ଓ ନେଣଦେଣ ଉପରେ ଏବେ ନଜର ରଖିବା ଜରୁରି ବୋଲି ବୈଠକରେ କୁହାଯାଇଛି।

{"id":227249,"sizeSlug":"large"}

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେବୃଆରୀରେ ଦେଶକୁ ସିନ୍ଦଗ୍ଧ ଗ୍ରେ ଲିଷ୍ଟରୁ ବାହାର କରିଆଣିବେ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଥିଲାଗି ଆପଣେଇଥିବା ନୀତି କିନ୍ତୁ ଏବେ ଦେଶକୁ ନୂଆ ସମସ୍ୟାରେ ପକାଇ ଦେଇଛି। ଏବେ ପାକିସ୍ତାନକୁ  ୧ହଜାର ୨୬୭ ଆର୍ଥିକ ସଂସ୍ଥାନ ଓ ୧ ହଜାର ୩୭୩ ଆତଙ୍କବାଦ ସଙ୍ଗଠନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.